ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

 ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ଦିନ ବ୍ଯାପି ଚାଲିଥିବା କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଶୈକ୍ଷିକ ବିକାଶ ସଂଯୋଜକ ହେମନ୍ତ କୁମାର ଭୋଇ, ନୂଆପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳ ମଣି ଅଗସ୍ତି , ଖଡ଼ିଆଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପତି, ନୂଆପଡ଼ା ସମଗ୍ର ଶିକ୍ଷା ଷ୍ଟେନୋ ଅବିନାଶ ମିଶ୍ର , ସାଧନ କର୍ମୀ ନିଖିଳ ଓଝା , ଧର୍ମେନ୍ଦ୍ର କୁମାର ଦଣ୍ଡସେନା , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି , ସିନାପାଲି, ଖଡ଼ିଆଳ ଓ ବୋଡେନ ବ୍କକର ବିଭିନ୍ନ ବିଦ୍ୟାଳୟର ପଚାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ତାଲିମ ଗ୍ରହଣ କରିଥିଲେ। ଶିକ୍ଷିକା ସଂଯୁକ୍ତା କୁମାରୀ ସାହୁ ଓ ଶିକ୍ଷକ ସିଦ୍ଧାର୍ଥ ଦାଶ ଗ୍ରହଣ କରିଥିବା ତାଲିମ ସଂପର୍କରେ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ବେହେରା, ରତନ ସିଂହ ବାରିକ, ଗୌରୀ ଶଙ୍କର ଦୁବେ, ସୁର ବିଜୟ କାନ୍ତ ତାଣ୍ଡି, ନୀଳିମା ରାଣୀ ସାଗର, ପ୍ରଭୁଦତ୍ତ ପୁରୋହିତ, ପ୍ରଶାନ୍ତ କୁମାର ପଣ୍ଡା, ରାଜଶ୍ରୀ ଦଣ୍ଡସେନା , ଶ୍ୟାମ ନାରାୟଣ ମୁଣ୍ଡ, ନିରଞ୍ଜନ ବିଶ୍ୱାଳ,ମହମ୍ମଦ କାଲାମ, ସରସ୍ବତୀ ରାଉତ , ବୈଷ୍ଣବ ମେହେର , ଆଶିଷ କୁମାର ପଟ୍ଟନାୟକ, ସିମନ୍ତ ହେର୍ଣ୍ଣା , ସୋହ କୁମାର କଟା ପ୍ରମୁଖ ସହଯୋଗ କରିଥିଲେ। ନୀଳଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ମେହେର, ଶିକ୍ଷକ ଭୁବନେଶ୍ୱର ମେହେର, ବିବେକାନନ୍ଦ ପୋଡ଼, ଛବି ପୋଡ଼, ସପନ କୁମାର ବାରିକ, ମୁକେଶ ବାଗ , ଗୌତମ ପାତ୍ର ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିପଦରେ କଳାହାଣ୍ଡି ଦେଵୋତ୍ତର – ଜମି ମାଫିଆଙ୍କୁ ଅହେତୁକ ଅନୁକମ୍ପା

ତୀର୍ଯ୍ୟକ

Sunil Chandra Nayak

ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!