ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ଓ କଳାହାଣ୍ଡି ସୀମା ମୁଣ୍ଡାମସ୍କା ଠାରେ ମାଓ କ୍ଯାମ୍ପ୍ ଠାବ

ଭବାନୀପାଟଣା:୨୪/୬- ମ.ନି.ସ:- ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଅନେକ ସମୟରେ କରାଯାଇ ମାଓ ସାମଗ୍ରୀ ଉଧାର କରୁଥିବା ବେଳେ ପୁଣି ପୁଲିସ୍ କମ୍ବିଂ ଅପରେସନରେ ସଫଳ ହୋଇଥିବା ଜଣାପଡିଛି। କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ରହିଥିବା ମୁଣ୍ତାମସ୍କାରେ ପୁଲିସ ପକ୍ଷରୁ ହୋଇଥିବା କୁମ୍ବିଂ ଅପରେସନରେ ମାଓ କ୍ଯାମ୍ପ୍ ଠାବ ହୋଇଥିଲା। ଏହି ଚଢ଼ାଉ ସମୟରେ ପ୍ରାୟ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ଚଢ଼ାଉ ସମୟରେ ସିନିୟର କ୍ଯାଡର ନିଖିଳ,ବଣ୍ଟି,ଦସରୁ,ମମତା,ସହିତ ଅନ୍ଯ କ୍ଯାଡର ମାନେ ସେଠାରୁ ଖସି ଚାଲିଛନ୍ତି।ଘଟଣା ସ୍ଥଳରେ ପୁଲିସ୍ ବ୍ଯାପକ ପରିମାଣରେ ମାଓ ସାମଗ୍ରୀ ଜବତ କରିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍ପି ଅଭିଳାଷ ଜି.ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ଗୁରୁବାର ସକାଳ ସାଢେ ଏଗାର ଏସ୍ଓଜି ଏବଂ ଡିଭିଏଫ୍ ତରଫରୁ ମଦନପୁର ରାମପୁର ଥାନା ଅଧିନସ୍ଥ ଲୁବେନଗଡ ଜଙ୍ଗଲରେ କୁମ୍ବିଂ ଅପରେସନ କରାଯାଇଥିଲା। ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳି ବର୍ଷଣ କରିଥିଲେ।ଏହାପରେ ପ୍ରାୟ ୨୦ରୁ ୨୫ ମିନିଟ୍ ସମୟ ଯାଏଁ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ୟୁବିଜିଏଲ ଏବଂ ଏକେ- ୪୭ ବନ୍ଧୁକରେ ଗୁଳିଚାଳନା କରିଥିଲେ। ପୁଲିସ୍ ଏହାକୁ ପ୍ରତିରୋଧ କରିବା ନେଇ ତୁହାକୁ ତୁହା ଗୁଳି ବର୍ଷଣ କରିବା ଦେଖି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ। ସର୍ଚ୍ଚ ଅପରେସନ ସମୟରେ ୨ ଟି ଆଇଡି ଏକ ବବିଟ୍ରାପ. ଡିଟୋନେଟର.ମାଓପୁସ୍ତିକା,ବିପୁଳ ପରିମାଣରେ ଛତା,ସୋଲାର ପ୍ଳେଟ୍,ପାଣି ଜାରକିନ୍,ମାଓବ୍ଯାନର,ଟର୍ଚ୍ଚଲାଇଟ୍,ଚାର୍ଜର,ବ୍ଯାଗ,ସାବୁନପଲିଥିନ ସିଟ୍,ବିଦ୍ଯୁତ ତାର, ଔଷଧ ଓ ମାଓ ବ୍ଯବହୃତ ବହୁ ସାମଗ୍ରୀ ପୁଲିସ ଉଦ୍ଧାର କରିଥିଲା। ପୁଲିସ୍ ପକ୍ଷରୁ ବ୍ଯାପକ ସର୍ଚ୍ଚ ଅପରେସନ ଜାରିରହିଛି। ଏଥିପାଇଁ ଅଧିକ ଏସ୍ଓଜି ଯବାନକୁ ମତୟନ କରାଯାଇଛି। କଳାହାଣ୍ଡି ଓ କନ୍ଧମାଳ ସୀମାରେ ମାଓବାଦୀଙ୍କ ଗୁପ୍ତ ବୈଠକକୁ ପୁଲିସ୍ ଏକ ପ୍ରକାର ପଣ୍ତ କରିଦେଇଛି। ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡାକଡି ଭାବରେ କରାଯାଉଛି ବୋଲି ସଂନ୍ଧ୍ୟାରେ କଳାହାଣ୍ଡି ଏସପି ଅଭିଳାଷ ଜି, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଭବାନିପଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।

Related posts

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ଭାରସାମ୍ୟ ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର, ୧୨ ଘଣ୍ଟା ହେଲା ରାସ୍ତା ଅବରୋଧ

Sunil Chandra Nayak

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!