ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତ

ବାଲେଶ୍ଵର,୧୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ମାଟିର ପୁଅ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ପ୍ରଥମ ବାଚସ୍ପତି ସ୍ବର୍ଗତ ମକୁନ୍ଦ ପ୍ରସାଦ ଦାସଙ୍କ ୧୩୬ ତମ ଜନ୍ମ ଦିବସ ବ୍ଲକ ଶିକ୍ଷକ ଭବନ ପରିସରରେ ପାଳିତ ହୋଇଯାଇଛି । ସ୍ବର୍ଗତ ଦାସ ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ଗତ ତା ୧୨/୮/୧୮୮୭ ମସିହାରେ ଜନ୍ମଗ୍ରହଣ କରି ତା ୦୬/୧୧/୧୯୬୯ ମସିହାରେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ଉଚ୍ଚ ଶିକ୍ଷା ପରେ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ହୋଇ ବାଲେଶ୍ଵର ଜିଲ୍ଲା ଖଇରା ମାଟିକୁ ଧନ୍ଯ କରିଥିଲେ । ଏହି ଉପଲକ୍ଷେ ମକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଅଦ୍ଯ ତା ୧୨/୮/୨୦୨୨ ରିଖ ଶୁକ୍ରବାର ଶ୍ରୀ ଦାସଙ୍କ ଜନ୍ମ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ କମିଟିର ସମ୍ପାଦକ ଉମେଶ ଚନ୍ଦ୍ର ନାୟକ । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ମୁଖ୍ୟବକ୍ତା ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଓ ଅବସରପ୍ରାପ୍ତ ଅଧ୍ଯକ୍ଷ ମୁକ୍ତିକାନ୍ତ ଶତପଥୀ ଏବଂ କମିଟିର ଆବାହକ ଅଭିରାମ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ଏବଂ ସୁଗୁଣ ବିଷୟରେ ବର୍ଣ୍ଣନା କରିଥିଲେ । ସ୍ବର୍ଗତ ଶ୍ରୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ବେଳେ ବେଦପାଠ କରିଥିଲେ କମିଟିର ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଡମ୍ବରୁଧର ମହାନ୍ତି । ଏଥିରେ ଚିନ୍ତାମଣି ସାହାଣୀ, ବିଭୂତି ଭୂଷଣ ତ୍ରିପାଠୀ, ଦେବେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର ପ୍ରସାଦ ଦାସ, ଆଡଭୋକେଟ ଉପେନ୍ଦ୍ର କୁମାର ଭୂୟାଁ ଓ ନିରଞ୍ଜନ ବେହେରା, କୈଳାସ ଚନ୍ଦ୍ର ତ୍ରିପାଠୀ, କୈଳାସ ଚନ୍ଦ୍ର ପୃଷ୍ଟି, ସୃଷ୍ଟିଧର ରାଉଳ, ସୁବାଷ ଚନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ପଣ୍ଡା, ଅରୁଣ କୁମାର ଦାସ, ଅଶ୍ବନୀ ପୁଷ୍ପାଳକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ମୋଟ ୧୭ ଜଣଙ୍କୁ ସ୍ମୃତି କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନରେନ୍ଦ୍ର ପ୍ରସାଦ ବେହେରା, ଉମେଶ ଚନ୍ଦ୍ର ଜେନା, ଅନାମ ଚରଣ ପଣ୍ଡା, କୈଳାସ ଦାସ, କରୁଣାକର ବିଶ୍ବାଳ, ମନୋଜ ପ୍ରଧାନ, ବିସ୍ମୟ ବେହେରା ଓ ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ କୈଳାସ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିତ୍ତରଞ୍ଜନ ହେହୁରୀ ଙ୍କ କବିତା ଜାଣିଛ ?

Sunil Chandra Nayak

ତୁମୁରା ଗ୍ରାମର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା :ସତ୍କାର କଲେ ସୋସିଆଲ ୱେଲଫେର ଅର୍ଗାନାଇଜେସନ ର କର୍ମକର୍ତ୍ତା

Sunil Chandra Nayak

କେଗାଁ ଥାନା ଓ ଜନକଲ୍ୟାଣ ସାମ୍ବାଦିକ ସଂଘ ର ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!