ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୌଡ଼ ଗୁଡ଼ା  ଗୁମ୍ମା ପୂର୍ଣ୍ଣିମା ପାଳିତ

ତେନ୍ତୁଳିଖୁଣ୍ଟି:- 12/08/22 -ଶ୍ରାବଣ ମାସର ପୂର୍ଣ୍ଣିମା ତଥା ରାକ୍ଷୀ ପୂର୍ଣ୍ଣିମା କୁ ଭାଇ ଭଉଣୀ ସମ୍ପର୍କର ଡୋରି ଭାବେ ବିଶ୍ଵାସ ମନରେ ଭଉଣୀ ଭାଇ କୁ ରାକ୍ଷୀ ହାତରେ ବାନ୍ଧି ଭଗବାନ ପାଖରେ ଦୀର୍ଘାୟୁ ଜୀବନକାମନା କରିଥାଏ।ଏହି ପୂର୍ଣ୍ଣିମା କୁଉତ୍ସବ ମୁଖର କରିବା ପାଇଁ ଗୁମ୍ମା ପୂର୍ଣ୍ଣିମା ଭାବେ ମଧ୍ୟ ଅଞ୍ଚଳରେ ପ୍ରତେକ ଗାଁ ମାନଙ୍କରେ ଲମ୍ପ ଡ଼ିଆ ଭାବେ ପ୍ରାଇଜ ଗୁଡିକ ରଖି ଅନ୍ୟାନ୍ୟ ଗାଁ ର ପ୍ରତିଜୋଗି ଭାଗନେଇ ଥାନ୍ତି।ହେଲେ ଆଜି ଦିନରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଗୁଡା ଗ୍ରାମରେ ଗୁମ୍ମା ପୂର୍ଣ୍ଣିମା ପାଳିତ ହେବା ଦେଖିବା କୁ ମିଳିଛି।ଏହି ଉତ୍ସବରେ ସମୁଦାୟ 35ପୁରୁସ୍କାର ରହିଥିବା ବେଳେ ପ୍ରଥମ ପୁରସ୍କାର ଉଦୟ ପୁର ଗ୍ରାମ ର ମହେନ୍ଦ୍ର ମାଝୀ ପାଇଥିଲେ, ଦ୍ଵିତୀୟ ପୁରଷ୍କାର ନନ୍ଦହାଣ୍ଡି ବ୍ଲକ ମୁର୍ଲବାଇ ସଦା ମୁଦୁଲି, ତୃତୀୟ ପୁରସ୍କାର  ଲୋକିଗୁଡା ଗ୍ରାମ ମିନୁ ପାଇଥିଲେ ଏହି ଉତ୍ସବରେ ଆଖପାଖ ଅଞ୍ଚଳର ସହ ସହପ୍ରତିଜୋଗି ଭାଗ ନେଇଥିବା ବେଳେ ।ଏହି ଉତ୍ସବରେ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବା କୁ ମିଳିଥିଲା ।କାର୍ଯ୍ୟକ୍ରମ କୁ ଗୌଡ଼ ଗୁଡା ଗୁମ୍ମା ପୂର୍ଣ୍ଣିମା କମିଟ ର ସଦସ୍ୟ ବଳମୁଣ୍ଡା ବିନ୍ଧାଣି, ପଦ୍ମନ ସିଂହ, ସୁରେନ୍ଦ୍ର ପାତ୍ର ,ଦୁର୍ଯ୍ୟୋଧନ ଗୌଡ଼, ନବୀନ ପାତ୍ର, ସଞ୍ଜୟ ସିଂ ପ୍ରମୁଖ ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ମାଆ କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ମୋହର

ସାହିତ୍ୟ ଅଗଣା

Sunil Chandra Nayak

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

Sunil Chandra Nayak

Leave a Comment

error: Content is protected !!