ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

ଢେଙ୍କାନାଳ(ମସୀହା)୨୮/୧୧_ ଜିଲ୍ଲାରେ କୃଷି ଓ କୃଷକ ର ସ୍ୱାର୍ଥ ପାଇଁ ଜନ୍ମ ନେଇଛି ଏକ ନୂତନ କୃଷକ ସଙ୍ଗଠନ “କୃଷକ ଅଧିକାର ସମିତି” ,ଢେଙ୍କାନାଳ । ଆଜି ପୂର୍ବାହ୍ନ ୧୧ଘଟିକା ରେ ପବିତ୍ର କପିଳାସ ପୀଠ ରେ ପୁର୍ବତନ ବିଧାୟକ ନବୀନ ନନ୍ଦ ,ବରିଷ୍ଠ କୃଷକ ନେତା ନିରଞ୍ଜନ ପତି ଓ ବରିଷ୍ଠ ସମାଜ ସେବୀ ତଥା ଙ୍କ ଯୁଗ୍ମ ଆବାହକତ୍ଵ ରେ ଢେଙ୍କାନାଳ ର ବିଭିନ୍ନ ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚାଷୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତାର ପ୍ରତିକାର ନିମନ୍ତେ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବା ପାଇଁ ସ୍ଥିର କରାଗଲା । ଉକ୍ତ ସଙ୍ଗଠନ ରେ ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକ ର ୮୦ଟି ସେବା ସମବାୟ ସମିତି ଅଂଚଳ ରୁ ସଭ୍ୟ ଙ୍କୁ ସାମିଲ କରାଯିବାକୁ ସ୍ଥିର କରାଗଲା ।ପ୍ରତି ବ୍ଲକ ରେ ଜଣେ ଲେଖାଏଁ ଅଗ୍ରଣୀ ଚାଷୀ ଙ୍କୁ ପ୍ରାଥମିକ ସ୍ତର ରେ ଆବାହକ ମନୋନୀତ କରାଯାଇ ପ୍ରତି ପଂଚାୟତ ର ଅତି କମ ରେ ୧୦ଜଣ ଅଗ୍ରଣୀ ଚାଷୀ ଙ୍କୁ ନେଇ ଆଗାମୀ ଜାନୁୟାରୀ ମାସ ଶେଷ ସୁଦ୍ଧା ସଂଗଠନ କୁ ସକ୍ରିୟ ରୂପରେଖ ଦେବାପାଇଁ ସ୍ଥିର କରାଗଲା ।ଏହି “କୃଷକ ଅଧିକାର ସମିତି” ଢେଙ୍କାନାଳ ଜିଲ୍ଲା ର ୨୧୦ଗ୍ରାମ ପଂଚାୟତ ଓ ୮୦ଟି ପ୍ରାଥମିକ ସେବା ସମବାୟ ସମିତି କୁ ନେଇ କାର୍ଯ୍ୟ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ପ୍ରାଥମିକ ସ୍ତର ରେ ଜିଲ୍ଲା ଆବାହକ ରୂପେ ଅଗ୍ରଣୀ ଚାଷୀ ଶ୍ରୀଯୁକ୍ତ ନିରଞ୍ଜନ ପତି ଙ୍କୁ ମନୋନିତ କରାଯାଇ ଓଡ଼ପଡା ବ୍ଲକ ର ଆବାହକ ବିଶ୍ୱଜିତ ଅର୍ଜେଂଦୁ ଜେନା ,ଗଁଦିଆ ବ୍ଲକ ପାଇଁ ଶ୍ରୀଯୁକ୍ତ ଚିନ୍ତାମଣି ତ୍ରିପାଠୀ, ସଦର ବ୍ଲକ ପାଇଁ ରମେଶ ଚନ୍ଦ୍ର ରାଉତ ଓ ଭୁବନ ବ୍ଲକ ପାଇଁ ବେଣୁଧର ପ୍ରଧାନ ଙ୍କୁ ମନୋନୀତ କରାଗଲା ।ଉକ୍ତ ବୈଠକ ରେ ଜିଲ୍ଲାର ଧାନ ମଣ୍ଡି ଗୁଡିକ ରେ ଚାଲିଥିବା ଅବ୍ୟବସ୍ଥା ଉପରେ ଗୋବିନ୍ଦପୁର ର ଅଗ୍ରଣୀ ଚାଷୀ ଆଲୋକପାତ କରିଥିଲେ ।ମଣ୍ଡି ବୁଡିକରେ ସରକାର ବିଗତ ୨୦୦୮ମସିହାରୁ ଅଖା ମୁଣି ପାଇଁ ଟଙ୍କା ଦେଉଥିଲେବି ତାହା ଚାଷୀ ମାନେ ପାଉନାହାନ୍ତି ବୋଲି ମଠତେନ୍ତୁଳିଆ ର ଅଗ୍ରଣୀ ଚାଷୀ ଉଦୟ ନାଥ ପାଣିଗ୍ରାହୀ କହିଥିଲେ । ସରକାର ଚାଷୀ ଙ୍କୁ ପ୍ରତି ଏକର ପିଛା ୭କ୍ୱିଣ୍ଟାଲ ବିକ୍ରି କରିବାକୁ ଅନୁମତି ଦେବା ଫଳରେ ଚାଷୀ ମାନେ ଏକର ପିଛା ଋଣ ୨୭୦୦୦ ଟଙ୍କା ଆଣୁଥିବାରୁ ଧାନ ବିକ୍ରି ବାବଦ କୁ ୧୪୦୦୦ଟଙ୍କା ମିଳୁ ଥିବାରୁ ଚାଷୀ ବଳକା ୧୩୦୦୦ ଟଙ୍କା କିପରି ଶୁଝିବ ବୋଲି ବେଗା ର ଅଗ୍ରଣୀ ଚାଷୀ ଶାନ୍ତି ସ୍ୱରୂପ ଜେନା ଆଲୋଚନା କରିଥିଲେ । ପୁର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ଅଭିଭାଷଣ ରେ ସମବାୟ ସମିତି ଗୁଡିକରେ ହଜାର ହଜାର ଚାଷୀ ଦୀର୍ଘ ଦିନ ଧରି ସମବାୟ ସମିତି ର ଋଣ କୁ ନୁଆ ପୁରୁଣା କାଗଜାତ ପ୍ରସ୍ତୁତ କରୁଥିବାରୁ ଚାଷୀ ତାଙ୍କର ପୂର୍ବ ବକେୟା ଋଣ ଶୁଝି ପାରୁ ନାହାନ୍ତି ।ସରକାର ପ୍ରତି ଚାଷୀ ଙ୍କୁ ଏକ ଲକ୍ଷ ଟଂକା ପର୍ଯ୍ୟନ୍ତ କୃଷି ଋଣ ଦିଆଯିବାର ପ୍ରାବଧାନ କରିଥିଲେ ମଧ୍ୟ ତାହା ପ୍ରଶାସନିକ ଅବହେଳା କାରଣ ରୁ ଢେଙ୍କାନାଳ ଜିଲ୍ଳାରେ ଏହା କାର୍ଯ୍ୟକାରୀ ହୋଇ ପାରି ନଥିବାରୁ ଶ୍ରୀ ନନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ସରକାର କାଳିଆ ଯୋଜନା ରେ ହଜାର ହଜାର କୋଟି ଟଙ୍କା ବାଣ୍ଟୁଥିବା ବେଳେ ତାହା ପ୍ରକୃତ ଚାଷୀ ଙ୍କ କାମରେ ଲାଗି ପାରୁନାହିଁ ।ସରକାର ସମବାୟ ସମିତି ଗୁଡିକରେ ଦୀର୍ଘ ଦିନ ଧରି ଚାଷୀମାନଙ୍କର ବକେୟା ଋଣ କୁ ଛାଡ଼ କରିବା ଉଚିତ ବୋଲି ନିରଞ୍ଜନ ପତି ମତବ୍ୟକ୍ତ କରିଥିଲେ । ବୈଠକ ରେ କାମାକ୍ଷା ନଗର ର ବରିଷ୍ଠ ସମାଜସେବୀ ରାଜନାରାୟନ ତ୍ରିପାଠୀ ଉପସ୍ଥିତ ରହି ସରକାର ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନାରେ ଅନେକ ଯୋଜନା ରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବାକୁ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାର ସୁଯୋଗ ନେବାକୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ ।ଉକ୍ତ ବୈଠକରେ ଢେଙ୍କାନାଳ ସଦର ବ୍ଲକ ର ମାନସ ବାଘ,ସୁଶୀଲ ରାଉତ,ଭରତ କୁମାର ଦାସ, ସୁବ୍ରତ ନନ୍ଦ ,ଅସିତ ମହାନ୍ତି ଙ୍କ ସମେତ ଜିଲ୍ଲାର ଶତାଧିକ ଅଗ୍ରଣୀ ଚାଷୀ ଉପସ୍ଥିତ ରହି ଢେଙ୍କାନାଳ ଜିଲ୍ଲାରେ ଏହି କୃଷକ ଅଧିକାର ସମିତି କୁ ସକ୍ରିୟ କରି ଏକ ସ୍ମାରକ ପତ୍ର ମାଧ୍ୟମ ରେ ଜିଲ୍ଲା ପ୍ରଶାସନ କୁ ଚାଷୀ ଙ୍କ ନ୍ୟାର୍ଯ୍ୟ ଦାବି ଉପରେ ଦୃଷ୍ଟିପାତ କରାଇବାର ନିଷ୍ପତି ଗ୍ରହଣ କରାଯାଇଥିଲା । ସର୍ବ ଶେଷରେ ମନ୍ଦାର ର ଅଗ୍ରଣୀ ଚାଷୀ ପଦନ ଚରଣ ସାହୁ ଉପସ୍ଥିତ ସମସ୍ତ ଚାଷୀ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶିକ୍ଷକଙ୍କ ଦରମାରେ ଜାଲିଆତି ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା କଳାହାଣ୍ଡି ପୋଲିସ । ଆକାଉଣ୍ଟାଣ୍ଟ ସୂଚୀସ୍ମିତାଙ୍କୁ ଗିରଫ କରିବାକୁ ଚାଲିଛି ତନାଘନା

Sunil Chandra Nayak

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!