ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଜି ମିଶ୍ର ଙ୍କ କବିତା ତୋତେ ତୁହି ରକ୍ଷାକର 

ତୋତେ ତୁହି ରକ୍ଷାକର 

ସବୁ ପୁରୁଷ ଯେ ନୁହଁନ୍ତି ଦେବତା
ସବୁ ନାରୀ ନୁହେ ଦେବୀ
ସବୁ କାମ କେବେ ହୁଏନା ସଫଳ
ବିଭୁ ପାଦ ଥିଲେ ସେବି।
ଯୁଗେ ଯୁଗେ ପରା ପୁରାଣ ରହିଛି
 ସାକ୍ଷୀ ଏହି କଥାଟିର
ଅସହାୟ ପୁଂଶ ହରାଇ ସାହସ
ଧରେ ନାରୀ ଅବତାର ।
କରି ଅବହେଳା,କହୁଛ ଅବଳା,
ଦୁର୍ବଳା, ସରମିଲତା
ନାରୀ ରୂପେ ପରା ନାରାୟଣୀ ସିଏ
ଦୁର୍ଗା, ସାବିତ୍ରୀ, ସୀତା ।
ବୁଦ୍ଧି, ଶୁଦ୍ଧି ତୋର ଲୋପ ପାଇଛିକି
ଭୁଲୁଛୁ ତା’ ବୀର ଗାଥା
ଗାର୍ଗୀ,ମୈତ୍ରୀ ଆଉ ଲୋପାମୁଦ୍ରା କଥା
 ଶୁଣି ହଜିବ ତୋ ଚେତା ।
ଯୁଗେ ଯୁଗେ ପରା ରହିଛି ପ୍ରବାଦ
ବିଷକୁମ୍ଭୀ,ପୟୋଧାର
ଉଚିତ ସମୟେ ପରସି ଦିଏ ସେ 
ଅମୃତ ଅବା ଜହର ।
 ପରିବାର ପାଇଁ ରାଣୀ ମହୁମାଛି
ଘର ପାଇଁ ସେ ବାଘୁଣୀ
ମାଆର ଗେହ୍ଲେଇ, ଭାଇର ରଙ୍କୁଣୀ
ବାପାଙ୍କ ମଉଡ଼ମଣି।
ପାଠରେ, ସାଠରେ, ଘରକରଣାରେ
ନାରୀ ହିଁ ଏକ ନମ୍ବର
ଶିକ୍ଷକ, ଶାସକ,ଚିକିତ୍ସକ ହୋଇ
ସମକକ୍ଷ ପୁରୁଷର।
ଚଢି ବାୟୁଜାନ ଅନ୍ତରୀକ୍ଷେ ଉଡି
କରେ ନାନା ପରୀକ୍ଷଣ
ସମାଜ ସେବୀକା ରୂପେ ବନ୍ଦନୀୟା
ସ୍ୱର୍ଣ୍ଣକ୍ଷରେ ତାର ନାମ।
ତଥାପି କାହିଁକି ସମାଜ ଶୃଙ୍ଖଳ
ପଡିଛି ତା’ର ପାଦରେ
ଭୃଣ ସଞ୍ଚରଣୁ ମରିବାକୁ ହୁଏ
ଯୌତୁକ ରାକ୍ଷସ ଡ଼ରେ ।
ମଦମତ୍ତ ହୋଇ କମାନ୍ଧ ପୁରୁଷ
ଦେଖାଇ ପୌରୁଷ ଠାଣି
ଅସୁନ୍ଦର କରେ ନାରୀ ସୌନ୍ଦର୍ଯ୍ୟକୁ
ଫୋପାଡ଼ି ଏସିଡ୍ ପାଣି ।
ହିଂସ୍ରଜନ୍ତୁ ପରି ଦାନ୍ତେ, ନଖେ ଟାଣି
ଶରୀରେ ଆଙ୍କଇ ଦାଗ
ଗୁହାରୀ ଯା’ ଆଗେ କରେ ସେ ରମଣୀ
 ଝୁଣେ ସେ ଦେଖି ସୁଯୋଗ ।
ଲାଂଛିତା,ଧର୍ଷିତା,ଅପହୃତା ହେବା 
ଅଛିକି ତା ଭାଗ୍ୟେ ଲେଖା
ଏଥିରୁ ବର୍ତିଲେ ନଵ ବଧୂ ହତ୍ୟା
ଆଉ ଏକ ବଡ଼ ସଜା।
ଜନନୀ,ଭଗିନୀ, କନ୍ୟା ଆଉ ପତ୍ନୀ
କେତେ ରୂପ ଅଛି ତୋର
ଜଗତ ପାଳିନୀ,ସାଜି ସଂହାରିଣୀ
ତୋତେ ତୁହି ରକ୍ଷା କର।

ରୋଜି ମିଶ୍ର

ଅଧ୍ୟକ୍ଷା
ଲିଟିଲ ଫ୍ଲାୱାର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା

Related posts

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

Sunil Chandra Nayak

Leave a Comment

error: Content is protected !!