ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ଇତିହାସ କଦର୍ଥରେ ସୃଷ୍ଟିର ଧ୍ୟଂସ

ଇତିହାସ କଦର୍ଥରେ ସୃଷ୍ଟିର ଧ୍ୟଂସ

 

ଜନମ ମରଣର ମଧ୍ୟବର୍ତ୍ତୀ ସମୟରେ ମଣିଷର ଓ ସମାଜର ଲୋଭ, ମୋହ, ମାୟାର ବନ୍ଧନ ଥାଇ ନିଜ ସ୍ୱାର୍ଥ ଅବା ପରୋପକାର କର୍ମକାଣ୍ଡ ଓ କର୍ମଫଳକୁ ଇତିହାସ କୁହାଯାଏ | ଇତିହାସ ହେଉଛି ଅତୀତ ସମୂହ ଘଟଣାବଳୀ | ଇତିହାସ ହେଉଛି ଆଦିମାନବ ଠାରୁ ପରମାଣୁ ଯାଏ ଏକ ଧୀର ପ୍ରବାହିତ ଧାରା |

ଇତିହାସର ଛାତ୍ର ହିସାବରେ ଜାଣିଛି History repeats itself 

ହା ହୁତାଶର ଅଗ୍ନିକୁଣ୍ଡ ଏହି ଜୀଵନରେ ଇତିହାସ ଯାହା ଅତୀତ ତାହାର ଯଥାର୍ଥତା କଅଣ ତାହା ମୁଁ ପାଠ କରିଛି, ମନରେ ବହୁ ପ୍ରଶ୍ନ ମଧ୍ୟ କରିଛି ଓ ତାହାର ମୋ କ୍ଷୁଦ୍ର ମସ୍ତିଷ୍କରେ ଯାହା ହୃଦୟଂଗମ କରିଛି ତାହା ଏହି ପ୍ରବନ୍ଧରେ ଦର୍ଶାଇବାକୁ ଚେଷ୍ଟା କରୁଛି |

ଅତୀତର ସଂଘଟିତ ସମସ୍ତ ଘଟଣାବଳୀର ସତ୍ୟ ଭାବରେ ଉପସ୍ଥାପନ ହେଉଛି ଇତିହାସ | ଡାଇରୀ ଭଳି ସମସ୍ତ ପ୍ରକୃତ ସତ୍ୟ ଘଟଣାବଳୀର ଉପସ୍ଥାପନ ହେଉଛି ଇତିହାସ | ସେ ସାକ୍ଷୀ ହୋଇ ରହେ ଭବିଷ୍ୟତକୁ ଗଢି ତୋଳିବାରେ | ଇତିହାସ ଆମକୁ ଆଦିମ ସଭ୍ୟତା ଠାରୁ ପ୍ରାଚୀନ କୀର୍ତ୍ତି, ଶାସନର ବିବରଣୀ, ଶାସକ ମାନଙ୍କ ପ୍ରକୃତ ଚରିତ୍ରକୁ ଉପସ୍ଥାପନ କରିଥାଏ | ଇତିହାସ ଦିଏ ବାର୍ତ୍ତା, ଭବିଷ୍ୟତ ପାଇଁ | ସ୍ମୃତି ସ୍ତମ୍ଭ, ପ୍ରାଚୀନ ସ୍ମାରକୀ ତଥା ବିଭିନ୍ନ ସମୟରେ ଆକ୍ରମଣର ତଥ୍ୟ ଇତିହାସରୁ ଆମେ ପାଇ ଥାଉ | ଇତିହାସ ହିଁ ମାନବ ହୃଦୟରେ ସୃଷ୍ଟି କରେ ଦେଶପ୍ରେମ ଓ ମଣିଷ ପ୍ରେମ |

 ଇତିହାସକୁ ଛାଡି ଏ ମଣିଷର କ୍ରମ ବିକାଶ ସମ୍ଭବ ନୁହେଁ |

   ଇତିହାସ ବିନା ଆମ ଜୀବନର ବିକାଶ ହୁଏ ନାହିଁ | ଅତୀତ ପୃଷ୍ଠାର ଅନେକ ତଥ୍ୟ ଯୋଗାଇ ଥାଏ ପ୍ରକୃତ ସତ୍ୟ ଉଦ୍ଘାଟନ ଗବେଷଣା | ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ଵ ବିତ୍ତ ମାନେ ଐତିହାସିକ ତଥ୍ଯ ସବୁ ଲୋକ ଲୋଚନକୁ ଆଣିଥାନ୍ତି |

 ଦୁନିଆଁରେ ମଣିଷ ଧନ ଓ ସମ୍ମାନକୁ ଚିହ୍ନେ | ତାକୁ ପୂଜା କରେ | ନୀତି, ଗତି, ମତିକୁ ପଚାରନ୍ତି ନାହିଁ | ଉତ୍କଟ ଦୂର୍ଗନ୍ଧକୁ ମହମହ ବାସୁଥାଏ ବୋଲି ବର୍ଣନା କରନ୍ତି | ଅଯୋଗ୍ୟକୁ ସାଧୁସନ୍ଥ ବୋଲି ବର୍ଣନା କରନ୍ତି | କାଲି ଥିଲା ଚୋର, ଖଣ୍ଟ, ଦାଗି ଅସାମାଜିକ, ତାକୁ ସାଧୁ ବୋଲି ବର୍ଣନା କରନ୍ତି | ଏହାର ସୁବିଧା ନେଇ ବିଭିନ୍ନ ସମୟରେ ଶାସକ ଗୋଷ୍ଠୀ ତାଂକୁ ସୁହାଇବା ଭଳି ତଥ୍ୟକୁ ଆଣି ସତ୍ୟକୁ ଲୁଚାଇ ତାକୁ କଦର୍ଥ କରିଥାନ୍ତି |

    ଇତିହାସ ଖାଲି ଅତୀତର ବୀର ଗୋୖରବ ଗାଥାକୁ ଗାନ କଲେ ଓ କାଳି କାର୍ଯ୍ୟକୁ ଲୁଚାଇଲେ, ଇତିହାସର ପୃଷ୍ଠାକୁ ଉନ୍ମୋଚନ କଲେ ମଣିଷ ସମଗ୍ର ପୃଥିବୀର ଘଟଣା ଜାଣିବାକୁ ପାଇବ ନାହିଁ | ଇତିହାସ ବାସ୍ତବତାକୁ ଆଲୋକକୁ ଆଣିବ ନାହିଁ | ଇତିହାସ କଦର୍ଥ ହେଲେ ଭବିଷ୍ୟତର ଦୈନନ୍ଦିନ ଜୀବନ ଧାରାକୁ ମଣିଷ ପରିଚାଳିତ କରି ପାରେନା | ମିଛ ସଂସ୍କୃତିକୁ ଦ୍ୱାହି ଦେଇ ଅହିଂସା ପଥକୁ ବର୍ଜିତ କରି ହିଂସାକୁ ସମାଜ ଗ୍ରହଣ କରେ ଓ ବୁଦ୍ଧି ଜ୍ଞାନ ପାସୋରି ଲହୁର ରଙ୍ଗରେ ଖେଳେ | ଫଳ ସ୍ୱରୂପ ଶୋଷଣ କଷଣ ବଢ଼ି ବଢ଼ି ଚାଲେ | ଅସତ୍ୟର ହାଟରେ ସତ୍ୟର ବିକ୍ରି ହୁଏ | ଦୋଷୀର ଗଳାରେ ଶୋଭେ ଫୁଲହାର ଓ ନିର୍ଦ୍ଦୋଷୀ ସଜା ପାଏ | ବିବେକକୁ ଦିଅନ୍ତି ବଳି | ଅଶାନ୍ତିର ଅନ୍ଧାରରେ ମଣିଷ ଚାଲେ | ମିଛ ଇତିହାସରେ ଭାସି ଯାଇ ସପନ ପୁରଣ ପାଇଁ ଗୋଟି ଗୋଟି ତାକୁ ପୂର୍ଣ୍ଣ କରିବାକୁ ଯୋଜନାକୁ ଗଢିଲେବି ଯୋଜନା ହୁଏନି ସାକାର | ତେଣୁ କୁହାଯାଏ History repeats itself.

                          ଚିତ୍ତ ରଞ୍ଜନ ନନ୍ଦ

                                                 କଟକ

 

Related posts

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ ପ୍ରତିବାଦ ରେ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!