ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଆଉ ଦୁଇ ଅଧିକାରୀ ଙ୍କ ପ୍ରତିଶୃତି ଓ ମେଡିକାଲ ପରିଦର୍ଶନ 

ତେନ୍ତୁଳିଖୁ ଣ୍ଟି ୨୫/୯/୨୨   ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ମୁଖ୍ୟ ଯନ୍ତ୍ରୀ ଓ ସହକାରୀ ମୁଖ୍ୟ ଯନ୍ତ୍ରୀ । ଏହି ଗ୍ରସ୍ତ ସମୟରେ ଇନ୍ଦ୍ରାବତୀ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ରହି ଡାକ୍ତରଖାନା ରେ ଦେଖାଦେଉଥିବା ବିବିଧ ସମସ୍ୟାକୁ ନେଇ ଦୁଇ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଡାକ୍ତରଖାନା ବର୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ସମସ୍ୟା ହେଉଥିବା ଦୁଇ ଯନ୍ତ୍ରୀଙ୍କୁ ଏନେଇ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। ଡାକ୍ତରଖାନାରେ ପାନୀୟଜଳ ଓ ପାଇପ ଲାଇନ କାମ ଶୀଘ୍ର ସାରିବା ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସହକାରୀ ମୂୁଖ୍ୟଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ କଥା ଦେଇଥଲେ । ତାସହ ଡାକ୍ତରଖାନାର ଥିବା ସମସ୍ତ ରୁମ ଓ ରୋଗୀମାନଙ୍କ ବେଡ଼ ତଦାରଖ କରିଥିଲେ । ଡାକ୍ତରଖାନା ର ଦୈନିକ ଖର୍ଚ୍ଚ ପାଇଁ ଆଜି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ପୋଡ଼ାଗଡ଼ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଗାମୀ ତିନି ମାସ ମେଡିକାଲ ର ଦୈନିକ ଖର୍ଚ୍ଚ କଥା ବୁଝିବେ ବୋଲି ସହକାରୀ ମୂଖ୍ୟ ଯନ୍ତ୍ରୀ କହିଥିଲେ। ଅଞ୍ଚଳବାସୀଙ୍କ ଦାବି ପରେ ଡେପୁଟେସନରେ ଆସିଥିବା ଡାକ୍ତର ପାଇଁ ରହିବାର ବ୍ୟବସ୍ଥା ନଥିବାରୁ ରାତିହେଲେ ଡାକ୍ତରଖାନା ରେ ରୋଗୀ ଚିକିତ୍ସା ପାଇ ପାରୁୁ ନାହାନ୍ତି। । ଡାକ୍ତରଖାନାରେ ବିନା ଡାକ୍ତର ଏବଂ କର୍ମଚାରୀ ରେ କେମିତି ବା ରୋଗୀଙ୍କ ରାତି କାଟିବ । ତେଣୁ ତୁରନ୍ତ ଡାକ୍ତରଙ୍କ ରହଣି ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅଲଗା ଅଲଗା ଡଷ୍ଟବିନ ଓ ଡାକ୍ତରଖାନା ଚୂନ ମାରିବା ପାଇଁ ଦାବି କରିଥିଲେ ଅଞ୍ଚଳବାସୀ । ଏହାକୁ ନେଇ ମୂଖ୍ୟ ଯନ୍ତ୍ରୀ ଶତ୍ରୁଘନ ମହାରଣା ୧୫ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖାତିଗୁଡା ଅଞ୍ଚଳବାସୀଙ୍କୁ । ଏହି ସମୟରେ ପ୍ରକଳ୍ପ ଡାକ୍ତର ଖାନା ଚିକିତ୍ସା ଅଧିକାରୀ ଡାକ୍ତର ସୁନୀଲ ବାଗ ,ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦାଶିବ ଜାନି, ବାବୁନୁ ନାୟକ,ଚନ୍ଦ୍ର ଶେଖର ଦଳେଇ ,ଶେଖର ଖୁରା,ତେଜେଶ୍ଵର ଖିଲ ,ବାପି ରାଉତ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଦଶହରା ରୁ ଦୀପାବଳି ମଧ୍ୟରେ ଡାକ୍ତରଖାନା ର ସମସ୍ତ ସମସ୍ୟା ବିଶେଷ ଭାବେ ସିଭିଲ କାମ ସମାଧନ କରିଦିଆ ଯିବ। ଡାକ୍ତର,,ଷ୍ଟାଫ ନର୍ସ ଅଟେଣ୍ଡାଣ୍ଟ ଆଦି ସ୍ୱୀକୃତ ପଦବୀ ସ୍ୱାସ୍ଥ୍ୟ ବିଭାଗ କୁ ସମାଧନ କରିବାକୁ କଥା ହେବୁ ବୋଲି କହିଥିଲେ।

ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଆସ ମା ଅବତରୀ

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!