ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ଭି ଆର ପି ସଂଘ ଗଠିତ

ଢେଙ୍କାନାଳ (ମ ନି ସ)30/10/ ଢେଙ୍କାନାଳ ଜିଲ୍ଲାରେ ଭି ଆର ପି ସଂଘ ଗଠନ କରାଯାଇଛି । ସଂଘର ପ୍ରଥମ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇ ରୂପରେଖ ପ୍ରସ୍ତୁତ ହୋଇଥିଲା । ନାରୀନେତ୍ରୀ ସୁଲୋଚନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ନେତ୍ରୀ ତଥା ପ୍ରଭାରୀ ସୁରଭି ସ୍ୱାଇଁ, ଶ୍ରୀନିବାସ ଖୁଣ୍ଟିଆ ଓ ରବିନାରାୟଣ ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ସଂଘର ସଂଚାଳନ ନିମନ୍ତେ ଏକ ସମିତି ଗଠନ କରାଯାଇଥିଲା । ଭିଆର୍ପି ସଂଘର ସଭାନେତ୍ରୀ ଭାବେ ସୁଲୋଚନା ସାହୁ, ସଂପାଦିକା ଭାବେ କୁମୁଦିନୀ ସାମଲ ଓ କୋଷାଧ୍ୟକ୍ଷ ଭାବେ ସସ୍ମିତା ନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ସରସ୍ୱତୀ ଦଳେଇ, ନଳିନୀ ମହନ୍ତ ଓ ନିରୁପମା ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇ ଜିଲ୍ଲାର ୮ଟି ବ୍ଲକ୍ର ଦାୟିତ୍ୱ ଦିଆଯାଇଛି । 

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦମୁଦୁଲିଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମରା,୨୦୨୩.ପସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!