ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

 ଭବାନୀ ପାଟଣା -/   କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କଶାକେନ୍ଦୁ ଛକଠାରେ କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ଏକ ବୈଠକ ହୋଇଯାଇଛି l ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର କୋଣ ଅଣୁକୋଣରୁ ପ୍ରାୟ 50 ରୁ ଉର୍ଦ୍ଧ ପ୍ରଫେସନାଲ ଫୋଟଗ୍ରାଫର ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ଆସିଥିବା ଫୋଟୋଗ୍ରାଫର ଭାଇ ମାନେ ନିଜ ନିଜ ପରିଚୟ ପ୍ରଦାନ କରିବା ପରେ ନୂତନ କମିଟି ଗଠନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ସଭାରେ ରଂଜିତ କୁମାର ସାହୁ (ରବିନ୍ ଲେବ୍) ସଭାପତିତ୍ୱ କରି ସଭାଟିକୁ ଆଗ କୁ ନେବାସହ ନୂତନ ପଦ ପଦବୀ ଚୟନ କରାଯାଇ ଥିଲା l ନୂତନ ପଦବୀ ପାଇଁ ଭବାନୀ ସ୍ତୁଡ଼ିଓର ସୁଶାନ୍ତ କୁମାର ମୁଣ୍ଡଙ୍କୁ ସଭାପତି, ପଣ୍ଡା ଡିଜିଟାଲରୁ ମଧୁସୂଦନ ପଣ୍ଡା ସମ୍ପାଦକ, ଭାରତୀ ଷ୍ଟୁଡିଓ ର ରିତେଶ କୁମାର ସାହୁ କୋଷାଧକ୍ଷ,ସାହୁ ଷ୍ଟୁଡିଓ ଉତ୍କେଲା ରୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଧୀରେନ୍ଦ୍ର କୁମାର ସାହୁ, ପରିଚାଳନା ଓ ସୂଚନା ବିଭାଗରେ ସ୍ନେହା ମୋଭିଜ୍ ର ଦୁଃଖିଶ୍ୟାମ ପ୍ରଧାନ ଙ୍କୁ ଏବଂ ଆଇନ ସମ୍ବନ୍ଧେ ସାହାଯ୍ୟ କରିବେ ବରିଷ୍ଟ ଓକିଲ ଖିରୋଦ କୁମାର ନେଗୀ ଏବଂ ସୁଧାମୟ ଦାସ ଫୋଟୋଗ୍ରାଫର ଭାଇମାନେ ମନୋନୀତ କରିଥିଲେ lପ୍ରଥମେ ଏହି ଏସୋସିଏସନ ରୁ ଗ୍ରାହକ କିପରି ଉଚିତ ଦାମରେ ଭଲ କାମ ପାଇବେ ତାହା ମୂଳ ଲକ୍ଷ ଥିଲା ତେବେ ଏହି ବୈଠକ ରେ ଫୋଟୋଗ୍ରାଫର ଭାଇ ମାନଙ୍କ ସୁବିଧା ଓ ଅସୁବିଧାକୁ ମଧ୍ୟ ଧ୍ୟାନ ଦିଆ ଯାଇଥିଲା l ପ୍ରଦୀପ ରାଉତ, କ୍ଷୀରସିନ୍ଧୁ ଚଣ୍ଡୀ, ସୁଜିତ ରଥ,ରଞ୍ଜନ ସାହୁ, ପ୍ରିତେଶ ପଟେଲ, ପ୍ରମୋଦ ପୁଞ୍ଜି, ପିଣ୍ଟୁ ଯାଦବ, ସନ୍ତୋଷ ଛତ୍ରୀୟା, ଦୁର୍ଯୋଧନ ବାଗ, ଅମିତ କୁମାର ବିଶି, ଚିତ୍ରସେନ ନାଏକ, ସିମାଞ୍ଚଳ ବେହେରା, ଅଜୟ ବାଗ, ରୋହିତ ମାଝୀ, ରୋମାଞ୍ଚଳ ବାଗ ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଲ୍ୟ କରିଥିଲେ l ସମସ୍ତଙ୍କୁ ସଭାପତି ମୁଣ୍ଡ ବାବୁ ଧନ୍ୟବାଦ ଅର୍ପଣ କରି ଥିଲେ।

ଦୁଃଖୀ ଶ୍ୟାମ ପ୍ରଧାନ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

Sunil Chandra Nayak

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

Sunil Chandra Nayak

Leave a Comment

error: Content is protected !!