ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ. ରାମପୁର କୃଷକ ଓଡିଶା ର କର୍ମଶାଳା

ମ.ରାମପୁର,୨୩/୦୮(ମସିହା): କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମେଳନ ଗୃହ ଠାରେ ଆଜି କୃଷକ ଓଡିଶା ର ଏକ କର୍ମଶାଳା ଅନୁଷ୍ଠିତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ବିଡ଼ିଓ ଉତ୍ତମ କୁମାର ବାଗ, କୃଷି ଅଧିକାରୀ ହିରଣ୍ୟ ବାରିକଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ,କୃଷି ଅଧିକାର ମୋ ସେବା କେନ୍ଦ୍ର ର ସମସ୍ତ ପରିଚାଳକ ଉପସ୍ଥିତ ରହିଥିଲେ l ଉପସ୍ଥିତ ଚାଷୀ ମାନଙ୍କୁ ନିଜ ପଂଚାୟତ ର ମୋ ସେବା କେନ୍ଦ୍ର କୁ ଯାଇ ଓଡିଶା ପୋର୍ଟାଲ ରେ ନିଜର ନାମ ପଞ୍ଜିକରଣ କରିବାକୁ କହିଥିଲେ l ଏଥିରେ କାଳିଆ ଯୋଜନା, ପି.ଏମ କିସାନ ଯୋଜନା ଉପରେ ଆଲୋଚନା ହୋଇଥିଲା l ଯେଉଁ ଚାଷୀ ମାନେ କୃଷକ ଓଡିଶା ରେ ନାମ ପଞ୍ଜିକରଣ କରି ଥିବେ ସେହି ଚାଷୀ ମାନେ ସରକାରଙ୍କ ସମସ୍ତ କୃଷି ଯୋଜନା ରେ ଉପକୃତ ହୋଇ ପାଇପାରିବେ ବୋଲି କୃଷି ଅଧିକାରୀ ବୁଝାଇଥିଲେ l ଏଣୁ ସମସ୍ତ ଚାଷୀ ନାମ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ ବୋଲି ସୂଚନା ଦିଆ ଯାଇଥିଲା l

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବାଲାଜି ସେଠୀ ଙ୍କ ଗଳ୍ପ ମୁଠିଭିକ୍ଷା

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ 

Sunil Chandra Nayak

Leave a Comment

error: Content is protected !!