ମ.ରାମପୁର,୨୩/୦୮(ମସିହା): କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମେଳନ ଗୃହ ଠାରେ ଆଜି କୃଷକ ଓଡିଶା ର ଏକ କର୍ମଶାଳା ଅନୁଷ୍ଠିତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ବିଡ଼ିଓ ଉତ୍ତମ କୁମାର ବାଗ, କୃଷି ଅଧିକାରୀ ହିରଣ୍ୟ ବାରିକଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ,କୃଷି ଅଧିକାର ମୋ ସେବା କେନ୍ଦ୍ର ର ସମସ୍ତ ପରିଚାଳକ ଉପସ୍ଥିତ ରହିଥିଲେ l ଉପସ୍ଥିତ ଚାଷୀ ମାନଙ୍କୁ ନିଜ ପଂଚାୟତ ର ମୋ ସେବା କେନ୍ଦ୍ର କୁ ଯାଇ ଓଡିଶା ପୋର୍ଟାଲ ରେ ନିଜର ନାମ ପଞ୍ଜିକରଣ କରିବାକୁ କହିଥିଲେ l ଏଥିରେ କାଳିଆ ଯୋଜନା, ପି.ଏମ କିସାନ ଯୋଜନା ଉପରେ ଆଲୋଚନା ହୋଇଥିଲା l ଯେଉଁ ଚାଷୀ ମାନେ କୃଷକ ଓଡିଶା ରେ ନାମ ପଞ୍ଜିକରଣ କରି ଥିବେ ସେହି ଚାଷୀ ମାନେ ସରକାରଙ୍କ ସମସ୍ତ କୃଷି ଯୋଜନା ରେ ଉପକୃତ ହୋଇ ପାଇପାରିବେ ବୋଲି କୃଷି ଅଧିକାରୀ ବୁଝାଇଥିଲେ l ଏଣୁ ସମସ୍ତ ଚାଷୀ ନାମ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ ବୋଲି ସୂଚନା ଦିଆ ଯାଇଥିଲା l
ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l