ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

ମୟୂରଭଞ୍ଜ:- ୨୩/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ରୁତୁଘୁଟୁ ଗ୍ରାମ ସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ କରାଯିବା ସହ ଆଦର୍ଶ ଗ୍ରାମ ଗଠନ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ଟି ମୁମ୍ବାଇ ସ୍ଥିତ ବିପିସିଏଲ କମ୍ପାନୀର ପ୍ରାକ୍ତନ ମୁଖ୍ୟ ପ୍ରବନ୍ଧକ ତଥା ସଂଗଠନର କାର୍ଯ୍ୟନିର୍ବାହୀ ସଦସ୍ୟ ଇଂଜିନୀୟର ସାଲଖୁ ମାଝୀ (ରୁତୁଘୁଟୁ)’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ (SEA,ସି) ସଂଗଠନ ର ସଭାପତି ତଥା ଏନଟିପିସି କମ୍ପାନୀ ର ଅବସରପ୍ରାପ୍ତ ଜିଏମ୍ ସୁଦର୍ଶନ ହେମ୍ବ୍ରମ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଦୁର୍ଗାପୁର ସ୍ଥିତ ସେଲ କମ୍ପାନୀର ଅବସରପ୍ରାପ୍ତ ଡିଜିଏମ୍ ଚୁନାରାମ ମାର୍ଣ୍ଡି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ସଂଗଠନର ସକ୍ରିୟ ସଦସ୍ୟ ତଥା ସଂଗଠନର ଉପଦେଷ୍ଟା ଅନନ୍ତ ଚରଣ ମାଝୀ (ରୁତୁଘୁଟୁ), କାଙ୍କି ଗ୍ରାମରୁ ଭୂବନେଶ୍ବର (SEA,ସି) ଶାଖା ସଂପାଦକ ତଥା କାର୍ଯ୍ୟକାରୀ ଅଭିଜନ୍ତା ଓଡିଶା ସରକାର ଇଞ୍ଜିନିୟର ଦୁଃଖୁ କିସ୍କୁ (କାଙ୍କି), ବାବାତିଲକା ପାଠାଗାର ପ୍ରତିଷ୍ଠାତା ସମ୍ପାଦକ ରାମଦାସ ମୁର୍ମୁ, ସାମ୍ବାଦିକ ତଥା ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଶାଳ, ଆମ୍ବ, ମହୁଲ, ଅଁଳା, ଜାମୁ, ବଉଳ ପରି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ଏହାପରେ ବୈଠକରେ ଗ୍ରାମବାସୀ’ଙ୍କ ସହିତ ଆଦର୍ଶ ଗ୍ରାମ ଗଠନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା।   ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ (SEA, ସି) ଏକ ସାନ୍ତାଳ ସମ୍ପ୍ରଦାୟର ଡିଗ୍ରି ଇଞ୍ଜିନିୟର ମାନଙ୍କ ଦ୍ବାରା ଗଠିତ ପଞ୍ଜିକୃତ ସଂଗଠନ ଯାହାର ମୁଖ୍ୟାଳୟ ଦିଲ୍ଲୀ ଠାରେ ଅବସ୍ଥିତ ଏବଂ କାର୍ଯ୍ୟକାରୀ କାର୍ଯ୍ୟାଳୟ ଭୂବନେଶ୍ବର ଠାରେ ଅବସ୍ଥିତ। ଏହି ସଂଗଠନ ସମଗ୍ର ଦେଶ ତଥା ବିଦେଶ ରେ ୧୩’ ଅଧ୍ୟାୟ ରେ କାର୍ଯ୍ୟ କରୁଅଛି। ଏହି ସଂଗଠନରେ ବିଭିନ୍ନ ରାଜ୍ୟର ସାନ୍ତାଳ ଇଞ୍ଜିନିୟର ମାନେ ଜଡିତ ଅଛନ୍ତି। ସି’ ସଂଗଠନ ପକ୍ଷରୁ ସାନ୍ତାଳ ସମାଜକୁ ଉଚିତ୍ ଦିଗଦର୍ଶନ ତଥା କିପରି ସଶକ୍ତ ସମ୍ବୃଦ୍ଧ ହୋଇପାରିବ ସେନେଇ ଆଦର୍ଶ ଗ୍ରାମ ଗଠନ ଦିଗରେ କାର୍ଯ୍ୟ କରୁଅଛି। ଏନେଇ ସଂଗଠନ ପକ୍ଷରୁ ପ୍ରଥମ ଥର ଭାବେ ଓଡିଶା’ ର ମୟୁରଭଞ୍ଜ ଜିଲ୍ଲା ରୁ ତିନୋଟି ଗ୍ରାମକୁ ଚୟନ କରାଯାଇଛି ଯଥା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାତ ର ରୁତୁଘୁଟୁ ଗ୍ରାମ, କୁସୁମୀ ବ୍ଲକ ର ବରଗୀମାରା’ ଗ୍ରାମ ଏବଂ ମୋରଡା ବ୍ଲକ ର ମୁଣ୍ଡାବନୀ’ ଗ୍ରାମ।   ସି’ ସଂଗଠନ ଏବଂ ଗ୍ରାମବାସୀ’ଙ୍କ ମଧ୍ୟରେ ହୋଇଯାଇଥିବା ଆଲୋଚନାରେ ସାମାଜିକ, ଶିକ୍ଷା ଓ ଅର୍ଥନେତିକ ଉନ୍ନତ୍ତି ସହିତ ଉତ୍ତମ ପରିବେଶ ସ୍ଥାପନ ଦିଗରେ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା। ଯଥା ରୁତୁଘୁଟୁ ଗ୍ରାମରେ ପାଠାଗାର ପ୍ରତିଷ୍ଠା, ଶିକ୍ଷା ଓ ଚାକିରୀ ଆଶାୟୀ ଯୁବକ, ଯୁବତୀ’ଙ୍କ ପାଇଁ କୋଚିଂ ସେଣ୍ଟର ସ୍ଥାପନ, ବର୍ଷା ଜଳ ସଂରକ୍ଷଣ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ କରାଯିବା, ଗ୍ରାମର ସ୍ବଶାସନ ବ୍ୟବସ୍ଥା କୁ ଅନୁସରଣ କରିବା ଏବଂ ରୋଜଗାର ସମ୍ବନ୍ଧୀୟ ତଥା କ୍ରୀଡା, ଚାଷ ଓ ସଂଗୀତ କ୍ଷେତ୍ରରେ ଉନ୍ନତ୍ତି ପାଇଁ ତାଲିମ୍ ପ୍ରଦାନ ବ୍ୟବସ୍ଥା ଇତ୍ୟାଦି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ସହ ନିଜ ସମାଜ, ସଂସ୍କୃତି, ପରମ୍ପରା କୁ ବଜାୟ ରଖି ଆପଣାଇବା ସହିତ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଦେଶ ବିଦେଶରେ ଯୁବକ ଯୁବତୀ ମାନେ ପ୍ରତିଷ୍ଠିତ ହୋଇ ପାରିବେ ସେ ଦିଗରେ ଯତ୍ନବବାନ ହେବାକୁ ନିଷ୍ପତ୍ତି ନିଆ ଯାଇଥିଲା। ବୈଠକରେ ଗ୍ରାମବାସୀ’ଙ୍କ ପକ୍ଷରୁ ମାଝୀବାବା ଗାଇଚାନ୍ଦ ମୁର୍ମୁ, ନାଏକେ ବାବା ବାଡୁରାମ ବୀରକିଶୋର ମୁର୍ମୁ, ସ୍କୁଲ ଅଧ୍ୟକ୍ଷ କର ମୁର୍ମୁ, ସୁରାଇ ହେମ୍ବ୍ରମ, ଚୁନାରାମ ମାର୍ଣ୍ଡି, ଜେନାରାମ ମୁର୍ମୁ, କାଇଲୁ ମାର୍ଣ୍ଡି, ମାଝୋ ହେମ୍ବ୍ରମ, ସାଲଖୁ ହେମ୍ବ୍ରମ, ନାରସିଂ ମୁର୍ମୁ, ସିରାମ ମାର୍ଣ୍ଡି, ଭିଲୁ ହେମ୍ବ୍ରମ, ରାମଜୀତ ହେମ୍ବ୍ରମ, ବୁଢାନ ମାର୍ଣ୍ଡି, ମୁନିରାମ ହେମ୍ବ୍ରମ ଏବଂ ଶିରିଶ ମୁର୍ମୁ’ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କମଳା ପାତ୍ର

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

Sunil Chandra Nayak

Leave a Comment

error: Content is protected !!