ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନରେ ବାଲେଶ୍ବର 

ବାଲେଶ୍ବର,୧୯/୬/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ତରଫରୁ ବ୍ଲକ ସ୍ତରୀୟ କଳାକାର ଏକତା ଅଭିଯାନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଣମଣା ପଞ୍ଚାୟତ ଅଫିସ୍ ସଭା ପ୍ରକୋଷ୍ଠ ମଧ୍ୟରେ ଆୟୋଜିତ ସାଂସ୍କୃତିକ ସଭାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ତ୍ରିପାଠୀ, ଚିତ୍ରଶିଳ୍ପୀ ବି. ଭେଙ୍କଟ ରାବଣା, ସଙ୍କୀର୍ତ୍ତନ ଗୁରୁ ଏ. ହରିହର ରେଡ୍ଡୀ ଏବଂ ଘନଶ୍ୟାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛତ୍ରପୁର, ପୁରୁଣା ଛତ୍ରପୁର, ଆର୍ଜିପଲ୍ଲୀ, ଟି. ବ୍ରହ୍ମପୁର ଆଦି ବିଭିନ୍ନ ଗ୍ରାମରୁ ଆଗତ କଳାକାରମାନଙ୍କୁ କଳାକାର ଏକତା ଓ ସବୁ କଳାକାର ଏକ ପରିବାର ମନ୍ତ୍ରରେ ଦୀକ୍ଷିତ କରାଇଥିଲେ । ଏଥିରେ ଜୁଲାଇ ତିନି ତାରିଖରେ ହେବାକୁ ଥିବା କଳାକାର ଶୋଭାଯାତ୍ରାକୁ ସଫଳ ନିମନ୍ତେ ସଂଘ ପକ୍ଷରୁ କଳାକାର ମାନଙ୍କ ସହଯୋଗ କାମନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଏସ୍. ଚକ୍ରପାଣି ରେଡ୍ଡୀ, ଗୋବର୍ଦ୍ଧନ ସାହୁ, ଏ. ଗୋପାଳ ରେଡ୍ଡୀ, ଏସ୍. ସତ୍ୟ ନାରାୟଣ ରେଡ୍ଡୀ, ସିଏଚ୍. ରାଜା ରାଓ ପ୍ରମୁଖ କଳାକାର ସହଯୋଗ କରିଥିଲେ । ପରିଶେଷରେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ବର ସାମ୍ବାଦିକ, ସାହିତ୍ୟିକ, କଳାକାର ସଙ୍ଘ ସଦସ୍ୟ ତଥା ବିଭିନ୍ନ କଳାରେ ନିପୁଣ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମ ସଫଳତା ନେଇ ଆଲୋଚନାରେ ଭାଗନେଇଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁକ୍ତିରାଣୀ ଦେବତା ଙ୍କ କବିତା ଆଜିର ମୁଁ ଯୁବପିଢି

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନିଜେ ଭଲ ତ, ଦୁନିଆଁ ଭଲ 

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

Sunil Chandra Nayak

Leave a Comment

error: Content is protected !!