ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବାଲେଶ୍ବର ୧୯/୬/୨୨- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଠାରେ ନବ ନିର୍ମିତ ଓଡିଶା ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦ୍ଯାଳୟ ଅସ୍ଥାୟୀ ଭାବରେ ସୁନାରୁହି ହାଇସ୍କୁଲ ପରିସରରେ ଚାଲୁଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ସ୍ବାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବର ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ଯୋଗଦେଇ କାର୍ଯ୍ଯାକ୍ରମକୁ ଉଦ୍ଘାଟନ କରି ଶୁଭାରାମ୍ଭ କରିଥିଲେ । ବିଧାୟକ ଶ୍ରୀ ସାହୁ ବକ୍ତବ୍ୟରେ କହିଥିଲେ ଯେ ଆଦର୍ଶ ବିଦ୍ଯାଳୟ ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ସୁନାରୁହି ହାଇସ୍କୁଲରେ ପାଠ ପଢା ଚାଲିବ । କାରଣ ଶିକ୍ଷାବର୍ଷ ଆରମ୍ଭ ହୋଇ ଯାଇଥିବାରୁ ପିଲାଙ୍କ ଭବିଷ୍ଯତକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆ ଯାଇଛି । ଅନ୍ଯ ମାନଙ୍କ ମଧ୍ଯରେ ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା, କବି କାଳିପଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ ରବିନ୍ଦ୍ର ନାଥ ଅଣ୍ଡିଆ, ନିତ୍ଯାନନ୍ଦ ପାଣିଗ୍ରାହୀ, ବଳରାମପୁର ସରପଂଚ ଅରୁଣ ପାଣିଗ୍ରାହୀ, ମଧୁପୂରା ସରପଞ୍ଚ ପ୍ରତିନିଧି ଲମ୍ବୋଦର ମାହାନା, ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ, ଘଣ୍ଟୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନିଲ୍ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ, ସେଥିପାଇଁ ବହୁ ପୂର୍ବରୁ ପିଲା ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ପିଲା ମାନେ ଏଠାରେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପାଠ ପଢିବେ । ପ୍ରତିବର୍ଷ ଷଷ୍ଠ ଠାରୁ ପିଲା ମାନେ ଭର୍ତ୍ତି ହେବେ ବୋଲି ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା କହିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

Sunil Chandra Nayak

ଗୋପଳପୁର ବଜାରରେ ପହଞ୍ଚିଲା ଜ୍ଞାନ ପ୍ରକାଶ ପତ୍ରିକା, ପ୍ରଦାନ କଲେ ଜିଲ୍ଲା ସଭାପତି

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!