ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶେଫାଳି

ଶେଫାଳି

 

ଶେଫାଳି ହେ ତୁମେ

କମନୀୟ, ନମନୀୟ

ବାସମୟ ରଜନୀ ର

ତୁମେ ଏକା ନାୟକ l

ରଜନୀ ରେ ଫୁଟ

ଚହଟାଇ ବାସ

ସକାଳରେ ଝରିପଡ

ଧାରାଣୀର ବକ୍ଷ l

ନିଶିରେ ଫୁଟି ଚହଟାଇ ବାସ

ନାମ ତୁମ ନିଶିଗନ୍ଧା

କିଏ କହିଥିଲା ଅଭିଶପ୍ତ ତୁମେ

ପ୍ରତ୍ୟୁଷରୁ ଝରିପଡ l

ମୁଁ ତ କହିବି ଭାଗ୍ୟବାନ ତୁମେ

ତୁମ ପରି ଫୁଲ ନାହିଁ ଏ ଜଗତେ

ସୁରୁଜ କିରଣ ଛୁଏନି ତୁମକୁ

ମାଉଳେନି ତୁମ କମନୀୟ କାନ୍ତି l

ଆହୁରି ଭାବୁଛି

ଧରାରେ ପଡିବା ଫୁଲ 

ପାଏ ନାହିଁ ପୂଜା 

ଏମିତି ଫୁଲ ତୁମେ

ଧାରାକୁ ଛୁଇଁଲେ ହିଁ

ହୁଅ ତୁମେ ପୂଜା,

ତୋଳିଲେ ତୁମକୁ

ହୁଏ ନାହିଁ ପୂଜା

ଧାରାରେ ପଡିଲେ ତୁମ

ବଢେ ସୁନ୍ଦରତା l

 

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା, ଗଞ୍ଜାମ

Related posts

ଚଢ଼ା ଦରରେ ୟୁରିଆ ସାର ବିକ୍ରୀ

Sunil Chandra Nayak

ଋଚିକା ମହାନ୍ତି ଙ୍କୁ ନ୍ୟାୟ ଓ କ୍ୟାମ୍ପସ କୁ ରେଗିଂ ମୁକ୍ତ କରିବା ପାଇଁ ଏଆଈଏସଏଫ ର ଦାବୀ

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!