Uncategorizedପ୍ରକାଶ କୁମାର ମିଶ୍ର ଙ୍କ କବିତା ମୃତ୍ୟୁ by Sunil Chandra NayakAugust 23, 20220115 Share2 ମୃତ୍ୟୁ ପ୍ରକାଶ କୁମାର ମିଶ୍ର ଜୀବନ ମରଣ ସତ୍ୟ ଚିରନ୍ତନ ଜନ୍ମ୍ ଥିଲେ ମୃତ୍ୟୁ ଅଛି । କର୍ମ ଗୁଣେ ଫଳ ଭୋଗନ୍ତି ସକଳ ଖଣ୍ଡନେ କା’ ଶକ୍ତି ଅଛି । ଏ ମୃତ୍ୟୁ ନିଷ୍ଠୁର ନ ଚିହ୍ନେ ଅନ୍ତର ଜାଣେନା ଆପଣା ପର । ବାଳୁତ ବା ବୃଦ୍ଧ,ଶୈଶବ କିଶୋର କିଏ ବୁଦ୍ଧ କିଏ ଚୋର ।। କଞ୍ଚା କି ପାଚିଲା ନଜାଣଇ ମୃତ୍ୟୁ ଅୟସ ବୟସ ବେଳ । ପ୍ରେମିକ ପ୍ରେମିକା ଭାବ ନଦେଖଇ ଆସେ ପୁରିଗଲେ କାଳ ।। ମୃତ୍ୟୁ କୁ ଡରିଲେ ଡରାଇବ ସିଏ ଡାକିଲେ ସେ ଆସିବନି । କାହାର ଶୁଣିନି ଶୁଣିବନି ସିଏ ହେଉ ଯେତେ ଗୁଣୀ ଜ୍ଞାନୀ ।। ଯେତେ ପଢ଼ ତୁମେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦିବସ ରଜନୀ । ମୃତ୍ୟୁ ପାଖେ କା’ର ନାହିଁ ସୁପାରିଶ ହେଉ ବା ନିର୍ଧନୀ ଧନୀ । ମୃତ୍ୟୁ ଅଟ୍ଟହାସ୍ୟ କରୁଛି ସର୍ବଦା ଜାଗ୍ରତେ ହୁଅ ସଜାଗ । କେଜାଣି କା’ଭାଗ୍ୟେ କୋଳେଇ ନେବାକୁ ପରଓ୍ବାନା ଦେବ ଆଗ ।। ପ୍ରକାଶ କୁମାର ମିଶ୍ର