ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ ଗଳ୍ପ ଆଶିଷ ପାଇବ କିଏ

ଜୟ ମାଆ ବିରଜା

      ଆଶିଷ ପାଇବ କିଏ

                                              ଉମାକାନ୍ତ ଦାସ

  ବିଶାଳ ଦିଲ୍ଲୀ ସହର ।ସେହି ଦିଲ୍ଲୀ ସହରରେ ଏକ ଗୃହ ନିର୍ମାଣ କମ୍ପାନୀରେ କାମ କରନ୍ତି ଦୁଇଜଣ ଚତୁର୍ଥ ଶ୍ରେଣୀର କର୍ମଚାରୀ । ଜଣେ ବିହାର ପ୍ରଦେଶ ଛପରା ଜିଲ୍ଲାର ଅଧିବାସୀ ବଚନ ମାଝୀ ,ଆଉଜଣେ ଓଡ଼ିଶା ରାଜ୍ୟର ଯାଜପୁର ନିବାସୀ ବିନୋଦ ଦାସ । ବଚନ ବାବୁ ଅଫିସରେ ପିଅନ କାମ କରୁଥିଲା ବେଳେ ବିନୋଦ ବାବୁ ସାଇଟରେ ଚୌକିଦାର କାମ କରନ୍ତି ।ଅବିବାହିତ ସମୟରୁ କମ୍ପାନୀ ଦେଇଥିବା ଗୋଟିଏ ବସାଘରେ ଦୁଇ ବନ୍ଧୁ ରହୁଥିଲେ । ଦୁହେଁ ଘନିଷ୍ଠ ସମ୍ପର୍କ ଭିତରେ ବାନ୍ଧି ହୋଇ ଯାଇଥିଲେ । ସମୟ ଆସିଲା ଉଣେଇଶ ଶହ ସତାନବେ ମସିହା ଏପ୍ରିଲ ମାସ ଦୁଇ ଚାରିଦିନ ଆଗ ପଛରେ ହେଲା ଦୁହିଙ୍କ ବିବାହ । ବିବାହର ସମସ୍ତ କର୍ମ ସାରି ଦୁହେଁ ନିଜ ନିଜ ଗ୍ରାମରୁ ଫେରି ଆସି ରହିଲେ କମ୍ପାନୀ ଦେଇଥିବା କ୍ବାଟରରେ ।ବେଶ ହସ ଖୁସିରେ ସମୟ କଟୁଥିଲା ସେମାନଙ୍କର ।କିଛିଦିନ ଅତିବାହିତ ହେବା ପରେ ବଚନ ବାବୁଙ୍କ ଘରେ ଦେଖାଗଲା ଗୃହ ବିବାଦ ।ସେ ସେହି ବିବାଦରୁ ରକ୍ଷା ପାଇବାକୁ ଯାଇ ମାଲିକ ଠାରୁ ଅନ୍ଯ ଏକ ଅଲଗା ଘର ନେଇ ତାଙ୍କ ସ୍ତ୍ରୀ ବନିତାକୁ ଗାଁରୁ ନେଇ ଆସିଲେ ।ରହିଲେ ସେହି ଗୋଟିଏ ଛାତ ଉପରେ ବନା ହୋଇଥିବା ଅନେକ ରୁମରୁ ଗୋଟିଏ ରୁମରେ । ଗୋଟିଏ ଛାତର ଗୋଟିଏ ରୁମରେ ରହୁଥିବା ଦୁଇ ରାଜ୍ୟର ଦୁଇ ବନ୍ଧୁ ସେଇଠି ଚଳିଲେ ପଡୋଶୀ ପରି ।

   ସମୟାନୁସାରେ ବଚନ ବାବୁ ହେଲେ ଦୁଇଟି ପୁଅର ବାପ ।ବଡ଼ ପୁଅଟିର ଦୃଷ୍ଟି ଶକ୍ତି କମ୍ ଥିବାରୁ ମାତ୍ର ନବମ ଶ୍ରେଣୀ ପାଠ ପଢି ଗୋଟିଏ ସୁନା ଦୋକାନରେ ରହି ବାପ ମାଆଙ୍କୁ ନିଜର ପାଉଥିବା ଦରମା ସବୁ ଦେଇ ବହୁତ ଶାଳୀନତାର ପରିଚୟ ଦେଇ ଚାଲୁଥିବା ସହିତ ସାନ ପୁଅଟି ବିକମ୍ ପାସ କରି ଏମ୍ ବିଏ ପଢ଼ିବା ସହିତ ପାର୍ଟଟାଇମ୍ ଜବ କରି ନିଜର ପଢ଼ା ଖର୍ଚ୍ଚ ପାଇଁ କିଛି ଅର୍ଥ ଉପାର୍ଜନ କରୁଥିଲା ନିତିନ୍। ତା ଛଡା ମଧ୍ୟ ଘର କାମ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରି ନିଜ କର୍ମରେ ଲିପ୍ତ ରହୁଥିଲା ।ପ୍ରତି ସନ୍ଧ୍ୟାରେ ବିନୋଦ ବାବୁଙ୍କ ପାଇଁ ନିଜ ହାତରେ ଚାଆ ବିସ୍କୁଟ ପ୍ରତିଦିନ ଦେଇ ଗୋଟିଏ ନମସ୍କାର ହେଉଥିଲା ।ବିନୋଦ ବାବୁ କୁହନ୍ତି !”ଏ କଣ କରୁଛୁ ଚା ଦେଇ କାହିଁକି ଋଣୀ କରାଉଛୁ! ନିତିନ୍ କୁହେ ଋଣୀ ନୁହେଁ ଅଙ୍କଲ ଚା ବଦଳରେ ଆପଣ ପରା କୋଟି କୋଟି ଆଶିଷ ଦେଉଛ ।ଆପଣଙ୍କ ଆଶିଷ ପାଖରେ ମୋର ଏ ଚା ବିସ୍କୁଟର ମୂଲ୍ୟ କ’ଣ ହୋଇପାରେ ଅଙ୍କଲ ?”

  ନିତିନର ସୁମଧୁର କଥା ଶୁଣି ଚକିତ ହେଉଥାନ୍ତି ବିନୋଦ ବାବୁ ।ଭାବି ଚାଲୁଥାନ୍ତି ନିଜ ସନ୍ତାନ ସନ୍ତତିଙ୍କ ବିଷୟରେ । ସତରେ ଲୋକେ କୁହନ୍ତି ସହରୀ ସଭ୍ଯତା ଠାରୁ କାଳେ ଗ୍ରାମ୍ଯ ସଭ୍ଯତା ବହୁତ ଉନ୍ନତ ହେଲେ ସେହି ସଭ୍ଯତା ଭିତରୁ ଦୁଇଟି ଝିଅର ଭାବ ପ୍ରବଣତା ଆଚରଣ ଓ ସ୍ବଭାବକୁ ପାଞ୍ଚ ପଚିଶ ଖଣ୍ଡ ଗ୍ରାମର ଲୋକେ ବଖାଣ କରନ୍ତି ।ସେଇଠି ସେହି ମାଆ ,ପଡୋଶୀ, ଗ୍ରାମ୍ଯ ସଭ୍ୟତାରୁ ସୃଷ୍ଟି ହୋଇଥିବା ପୁଅ ସୁମନ ଏମିତି କାହିଁକି ?” ଏତେ ଛୋଟ ବେଳୁ ମାଆ ,ବାପ ଭାଇ ଭଉଣୀଙ୍କ କଥା ଅବମାନ୍ଯ କରି ପାଠ ଶାଠରେ ମନ ନଦେଇ ଘର କାମରେ କୌଣସି ମନଯୋଗ ନ ଦେଇ କେବଳ ସାଙ୍ଗମାନଙ୍କ ସହିତ ବୁଲିବାଟା ହିଁ ଶ୍ରେୟ ମନେ କରେ ।ଦୈବାତ କେତେବେଳେ ଯଦି ମାଆ ,ବାପା କିମ୍ବା ଭଉଣୀମାନେ ପାଣି ଗ୍ଲାସଟିଏ ମାଗି ଦିଅନ୍ତି ।ମହାବଳ ବାଘ ପରି ଗର୍ଜ୍ଜନ କରିଉଠେ । ଏହିପରି ଅନେକ ଅବାନ୍ତର କାର୍ଯ୍ୟକଳାପ ସହିତ ଝିଅ ବନ୍ଧୁ ଏବଂ ସାଙ୍ଗ ସାଥିଙ୍କ ସହିତ ସବୁ ସମୟରେ ଫୋନ କରି ବୁଲିବାରେ ବ୍ଯସ୍ତ ରୁହେ।କେବଳ ଖାଇବା ସମୟରେ ଟିକେ ମୁଖ ଦର୍ଶନ ମିଳେ ।।

  ।କଥାରେ ଅଛି। 

ପର ନାରୀ ନିଜ ସନ୍ତାନ 

       ସବୁବେଳେ ଭାରି ସୁନ୍ଦର,

ଏ ଚର୍ମ ଆଖି ହୁଅଇ ଦୁଃଖି

       କରିବାକୁ କେଉଁ ବିଚାର ।।

 ହେ ବିଜ୍ଞ ସମାଜ ମୁଁ ବିନୋଦ ଦାସ ।ମୋର ଏକ ମହାନ ପ୍ରଶ୍ନ ? ଏଠି ମୋତେ ପିତା ଧୃତରାଷ୍ଟ୍ର ହୋଇ ପୁତ୍ର ସୁମନ ମୋହରେ ପୁତ୍ରକୁ ଆଶିଷ ଦେବା ଉଚିତ ନା ମାତା ଗାନ୍ଧାରୀଙ୍କ ଭଳି ଧର୍ମର ଜୟଗାନ କରି ନିତିନକୁ ଆଶିଷ ମୁକୁଟ ପିନ୍ଧାଇବା ଉଚିତ ।।

 

ଲାଲବାଗ ଖାନନର ,ମଙ୍ଗଳ ପୁର , ଯାଜପୁର 

Related posts

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

Sunil Chandra Nayak

କଂଗ୍ରେସ ର ବିଜୟ ଶୋଭାଯାତ୍ରା

Sunil Chandra Nayak

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!