ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମ ନିର୍ଭର ଶିଳ ଭାରତ ଗଠନ ପାଇଁ ଯୁବ ସମାଜ ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମିଶନ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ:୧୦/୭/୨୨: -;ଆତ୍ମ ନିର୍ଭରଶିଳ ଭାରତ , ଶକ୍ତିଶାଳୀ ଭାରତ ଗଠନ ସ୍ବପ୍ନ କୁ ସାକାର କରିବା ପାଇଁ ଯୁବ ସମାଜ ନିଜେ ଆତ୍ମ ନିର୍ଭରଶୀଳ ହେବା ଜରୁରୀ । ଏଥିପାଇଁ ଉଦ୍ୟମି ଯୁବକ ମାନେ ଆଗେଇ ଆସିବା ଉଚିତ ବୋଲି ସ୍ଥାନୀୟ ରାଜ ହୋଟେଲ ପରିସର ରେ ଆୟୋଜିତ ମିଶନ ସ୍ବାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସାଂସଦ ଆହ୍ବାନ ଦେଇଛନ୍ତି । ଭାରତ ସରକାର ଙ୍କ ସୁକ୍ଷ୍ମ ,ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ସହାୟତା ରେ ଗ୍ରାମ୍ୟ ପ୍ରଯୁକ୍ତି ଓ ପରିଚାଳନା ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ସମିତି ଧର୍ମଗଡ (ଆର.ଟି.ଏମ.ଏସ.କେ.ଭି.ଆଇ.ସି) ପକ୍ଷ ରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନ ଜିବି ଧନଞ୍ଜୟ ପାତ୍ର, ସମାଜ ସେବୀ ହରେକୃଷ୍ଣ ପଣ୍ଡା, ଲେଫ୍ଟ ଏନ୍ଦ୍ରୋସ ର ପୋଗ୍ରାମ ଅଧିକାରୀ ତାପସ କୁମାର ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ । ଧର୍ମଗଡ ଉପଖଣ୍ଡ ର ଜୁନାଗଡ,ଗୋଲାମୁଣ୍ଡା, କଲମପୁର, ଜୟ ପାଟଣା,କୋକସରା ଓ ଧର୍ମଗଡ ବ୍ଲକ ରୁ ୬୪ ଜଣ ଯୁବ ଉଦ୍ୟୋଗୀ (ବ୍ୟବସାୟୀ) ଅଂଶ ଗ୍ରହଣ କରିଥିଲେ । ଆର ଟି ଏମ ଏସ କେଭି ଆଈ ସି ର ସମ୍ପାଦକ ଫକୀର ମୋହନ ନାଏକ ଏଥିରେ ଅଧ୍ୟକ୍ଷତା କରି ଭାରତ ସରକାର ଙ୍କ ଦ୍ଵାରା କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏବଂ ବ୍ୟବସାୟ ପାଇଁ ପ୍ରଦାନ କରାଯାଉଥିବା ପ୍ରସୋହନ ର ସୁବିଧା ନେଇ ସମସ୍ତେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଈ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦେଇ ଏହା ହେଲେ ଆମ ଅଞ୍ଚଳ ର ଦାଦନ ସମସ୍ୟା ଦୁର କରିବା ରେ ଏହା ସହାୟ ହୋଇ ପାରିବବୋଲି କହିଥିଲେ । ସମିତି ର ସଦସ୍ୟ ଦେବାଶିଷ ସୁନାନୀ ଧନ୍ୟବାଦ ପ୍ରଦାନ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

 

Related posts

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅପରାଜିତା ଷଡଙ୍ଗୀ ଙ୍କୁ ସାକ୍ଷାତ

Sunil Chandra Nayak

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଗୁଣୁପୁର ରେ ଜୋରଦାର ବାଇକ୍ ରାଳି

Sunil Chandra Nayak

ପିଡ଼ିଏସ ଚାଉଳ ଗଣ୍ଡକ ପାଇଁ ୪ ଟି ମୁଣ୍ତ ଗଡିଲା

Leave a Comment

error: Content is protected !!