ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ମାୟା ଜାଲରୁ ମୁକ୍ତ ହେବାର ସମୟ ଆସିଛି

ମାୟା ଜାଲରୁ ମୁକ୍ତ

ହେବାର ସମୟ ଆସିଛି

ଦୁନିଆକୁ ଭାରତର ଅବଦାନ ଅତୁଳନୀୟ |
ଏହାକୁ କେହି ଅମାନ୍ୟ କରି ପାରିବେନି |

ଦଧୀଚି ମୁନିର ତ୍ୟାଗ

ବୃତ୍ର ନାମେ ଏକ ରାକ୍ଷସ ଥିଲା | ସେ ଘୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବର ପାଇ ଅହଙ୍କାରୀ ହେଲା | ତିନିପୁର ଜୟ କରିବା ପାଇଁ ଓ ସମସ୍ତଙ୍କୁ ତାର ଅଧୀନ କରିବାକୁ ଭାବିଲା | ସମସ୍ତେ ବ୍ରହ୍ମା ମହେଶ୍ୱରଙ୍କ ପାଶକୁ ଗଲେ | ମହେଶ୍ୱର ବୃତ୍ରଙ୍କ କବଳୁ ରକ୍ଷା ପାଇବାର ବାଟ ବତାଇଲେ | ଦଧୀଚି ମହର୍ଷି ନିଜ ଇଚ୍ଛାରେ ଯଦି ନିଜ ଶରୀର ତ୍ୟାଗ କରିବେ, ତାଙ୍କରି ଅସ୍ଥିରେ ହୋଇବ ଏକ ଅସ୍ତ୍ର ନିର୍ମାଣ ହେବ ଓ ସେ ଅସ୍ତ୍ରରେ ବୃତ୍ର ଅସୁରର ନିଶ୍ଚେ ମରଣ ହେବ | ମହାଦେବଙ୍କ ଠାରୁ ଶୁଣି ସମସ୍ତେ ଦଧୀଚିଙ୍କ ଆଶ୍ରମ ପହଞ୍ଚିଲେ | ସମସ୍ତଙ୍କୁ ଦେଖି ଦଧୀଚି ମୁନି କାରଣ ଜାଣି ସମାଜ କାର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରୀତିରେ ନିଜ ଦେହ ତ୍ୟାଗ କଲେ | ତାଙ୍କର ଅସ୍ଥିରେ ଭୟଙ୍କର ଅସ୍ତ୍ର ନିର୍ମାଣ ହେଲା | ସେହି ଅସ୍ତ୍ରର ପ୍ରୟୋଗରେ ବୃତ୍ରର ମରଣ ହେଲା |

     ବିଜୁଳିର ଆବିଷ୍କାର ବେଞ୍ଜାମିନ ଫ୍ରାଙ୍କଲିନ୍ କରିଛନ୍ତି | କିନ୍ତୁ ବେଞ୍ଜାମିନ ଫ୍ରାଙ୍କଲିନ୍ ନିଜର ଏକ ପୁସ୍ତକରେ ଲେଖିଛନ୍ତି ଯେ ଦିନେ ରାତିରେ ସଂସ୍କୃତର ଏକ ଶ୍ଳୋକ ପଢୁପଢୁ ସେ ଶୋଇ ଗଲେ | ସେହି ରାତିରେ ସ୍ବପ୍ନରେ ତାଙ୍କୁ ସଂସ୍କୃତର ସେହି ଶ୍ଳୋକର ଅର୍ଥ ଆଉ ରହସ୍ୟ ବୁଝା ପଡିଗଲା ଯାହା ମୋତେ ବିଜୁଳି ଆବିଷ୍କାର କରିବାରେ ସହାୟତା ମିଳିଲା |

ମହର୍ଷି ଅଗସ୍ତ୍ୟ ଜଣେ ବୈଦିକ ଋଷି ଥିଲେ, ମହର୍ଷି ଅଗସ୍ତ୍ୟ ରାଜା ଦଶରଥଙ୍କର ରାଜଗୁରୁ ବଶିଷ୍ଠ ଋଷିଙ୍କ ଭାଇ ଥିଲେ | ତାଙ୍କର ଗଣନା ସପ୍ତଋଷିରେ କରାଯାଉଥିଲା | ଋଷି ଅଗସ୍ତ୍ୟ “ଅଗସ୍ତ୍ୟ ସଂହିତା” ନାମକ ଗ୍ରନ୍ଥର ରଚନା କରିଛନ୍ତି. ଏହି ଗ୍ରନ୍ଥରେ ବିଦ୍ୟୁତ ଉତ୍ପାଦନ ସମ୍ବନ୍ଧିତ ସୂତ୍ର ମିଳିଥାଏ –

 “ସଂସ୍ଥାପ୍ୟ ମୃଣ୍ମୟେ ପାତ୍ରେ

ତାମ୍ରପତ୍ରଂ ସୁସଂସ୍କୃତମ୍ ।

ଛାଦୟେଚ୍ଛିଖିଗ୍ରୀବେନ

ଚାର୍ଦାଭିଃ କାଷ୍ଠାପାଂସୁଭିଃ ।।

ଦସ୍ତାଲୋଷ୍ଟୋ ନିଧାତ୍ବୟଃ ପାରଦାଚ୍ଛାଦିତସ୍ତତଃ ।

ସଂୟୋଗାଜ୍ଜାୟତେ ତେଜୋ ମିତ୍ରାବରୁଣସଂଜ୍ଞିତମ୍ ।।”

-ଅଗସ୍ତ୍ୟ ସଂହିତା

ଅର୍ଥାତ : ଏକ ମାଟି ପାତ୍ର ନିଅ, ସେଥିରେ ତାମ୍ର ପଟି (Copper Sheet) ଲଗାଅ ତଥା ଶିଖିଗ୍ରୀବା (Copper sulphate) ଲଗାଇ ଓଦାଳିଆ କାଠ ଗୁଣ୍ଡ (wet saw dust) ଲଗାଅ, ଉପରେ ପାରଦ(mercury‌) ତଥା ଦସ୍ତା (Zinc) ଲଗାଅ ତାପରେ ତାରକୁ ସଂଯୋଗ କର ତ ସେଥିରେ ମିତ୍ରାବରୁଣ ଶକ୍ତି (Electricity) ର ଉଦୟ ହେବ | ଅଗସ୍ତ୍ୟ ସଂହିତାରେ ବିଦ୍ୟୁତର ଉପଯୋଗ ଇଲେକ୍ଟ୍ରୋପ୍ଲୋଟିଂ (Electroplating) ପାଇଁ କରିବାର ବି ବିବରଣୀ ମିଳିଥାଏ. ସେ ବ୍ୟାଟେରୀ ଦ୍ବାରା ତମ୍ବା ବା ସୁନା ବା ରୂପା ଉପରେ ପଲିସ୍ ଚଢାଇଇବାର ବିଧି ବାହାର କରିଛନ୍ତି ଅତଃ ଅଗସ୍ତ୍ୟଙ୍କୁ କୁମ୍ଭୋଦ୍ଭବ (Battery Bone)ବି କୁହାଯାଏ |

   ଏହି ପରୀପ୍ରେକ୍ଷୀରେ ଏହି ପ୍ରବନ୍ଧ ଲେଖିବାର କାରଣ ହେଉଛି ଆଜି ପରୀକ୍ଷା ନିରୀକ୍ଷା କରିବାର ସମୟ ଆସିଛି |

 ଆମକୁ ଇଂରେଜ ଇତିହାସକାର ମାନେ ପଢାଇ ଆସିଛନ୍ତି ଯେ ଭାରତ ସ୍ବାଧୀନତା ହେବା ପୂର୍ବରୁ ଛୁଞ୍ଚି ତିଆରି ମଧ୍ୟ ଜାଣି ନଥିଲା | ଏହା ସମ୍ପୁର୍ଣ ମିଥ୍ୟା | କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମ ଦେଶରେ ମୁଣ୍ଡ ଗଣ୍ଡିରୁ ଅଲଗା କରିବା ପରେ ଅସ୍ତ୍ରୋପଚାର କରା ହେଉଥିଲା | ଆମ ଦେଶରେ ପୁଷ୍ପକ ବିମାନ ଥିଲା ଓ ଆଧୁନିକ ବିଜ୍ଞାନରେ ନୁଆ କିଛି ନାହିଁ |

 କୌଣସି ବିଜ୍ଞାନ ଗୋଟିଏ ଦେଶର ହୋଇ ରହେ ନାହିଁ | 

ଇଂରେଜ ମାନଙ୍କ ପ୍ରଚାରକ, ଗୋଡାଣିଆ ମାନେ ବର୍ତ୍ତମାନ ଇତିହାସକୁ କଦର୍ଥ କରି ପ୍ରଚାର କରି ଅନ୍ଧତ୍ୱ ଭର୍ତ୍ତି କରି ଚାଲିଛନ୍ତି ଯାହା ଭବିଷ୍ୟତ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିବ |

ଅପ୍ରିୟ ସତ୍ୟ

ଆଇନର ପରା ଶାସନ ଚାଲିଛି | ଆଇନର ନାଲି ଫିତା ତଳେ ଆଜି ବନ୍ଧା ହୋଇଛି ସାଧାରଣ ମଣିଷର ରକ୍ତ ମାଂସ ଅସ୍ତି ସବୁ | ସତ୍ୟ ଏଠି ମଳିବା କଷ୍ଟ ହେଉଛି | ଶସ୍ତା ହୋଇଛି ହାଡ଼ ମାଂସ ଦେହର ଶ୍ରମଜୀବି ଜନସାଧାରଣଂକ ରକ୍ତ ସବୁ | ଦେଖୁଛେ ଶୋଷଣ କଷଣ ଦୌରାତ୍ମ୍ଯ ଦୁଷ୍କର୍ମ ବଳେ ବଳିଆନ ବୀର ଆଜି ନେତା ହୋଇଛନ୍ତି | ଚାକଚକ୍ୟ ଉପର ଦେଖାଣିଆ ଦୁନିଆ ଚାଲିଛି | ସେହିମାନେ ହିଁ ଭଲ, ଯେଉଁମାନେ ଅନ୍ୟର ବିରୋଧରେ କହି ନିଜକୁ ବଡ ଭାବୁଛନ୍ତି | ସେମାନଙ୍କ ମଧୁର ବାର୍ତ୍ତାକୁ ଆମେ ଅମୃତ ମନେ କରି ପିଇ ଯାଉଛେ | 

ବାକ୍ୟବୀର ସାଜିଛନ୍ତି ସମାଜର ମୁଖ୍ୟ ନାୟକ | ମିଛର ଆଲୋକ ଏଠି ଭାରି ଉଜ୍ଜ୍ୱଳ | ନୀରିହ ପ୍ରାଣୀ ଗୁଡ଼ାକ ଏଠି ହେଉଛନ୍ତି କଲବଲ, ଖାଲି ତାରିଖ ଆଉ ତାରିଖର ଅପେକ୍ଷାରେ | ସର୍ବତ୍ର ଶୁଣାଯାଏ ସଂସ୍କୃତି ଉଚ୍ଛନ୍ନ | ମଣିଷ ଅମଣିଷ ସାଜିଛି | ପ୍ରିୟାପ୍ରୀତି ତୋଷଣରେ ସମାଜ ଚାଲିଛି | ଶୋଷକଙ୍କର ଅଭାବ ନାହିଁ, ତେଣୁ ଶୋଷକଙ୍କୁ ପରୀକ୍ଷା କରିନିଅନ୍ତୁ, ନଚେତ ନିଜର ସବୁକିଛି ହରାଇ ସାରିବା ପରେ ସେ ବ୍ୟକ୍ତିଙ୍କୁ ଖୋଜିଲେ ବି ସେ ମିଳିବେ ନାହିଁ |

      କଥାରେ ଅଛି ସମ୍ପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା- ଏହି ଉକ୍ତିଟିର ଯଥାର୍ଥତା ବହୁ ପରୀକ୍ଷିତ | ଭୋଅଟ ବେଳେ ହାତୀ ଦେବି ଘୋଡା ଦେବି |         

    ଭୋଅଟ ପରେ ପୁଂଜିପତିର ସେବା ଓ ଆମକୁ ମାଗିଖିଆ କରି ଆମର ନିଜତ୍ୱକୁ ନଷ୍ଟ କରି ଦିଆ ଯାଉଛି | ସମାଜ ଦେଖୁଛି ଏ ସମାଜର ନଗ୍ନ ରୂପକୁ, ଯେଉଁଠି ଦୁଃଶାସନ ମାନଙ୍କୁ ଆଦର ଅଭ୍ୟର୍ଥନା ମିଳେ | ସମାଜ ଦେଖୁଛି ସେହି ମଣିଷମାନଙ୍କୁ ଯେଉଁମାନଙ୍କୁ ହୃଦୟତାର ସହିତ ଭାତୃ ଭାଗିନୀର ସ୍ଥାନ ଦିଆଯାଏ, ସେହିମାନେ ଅନ୍ୟର କଥାରେ ପରିଚାଳିତ ହୋଇ ହେଉ ବା ନିଜର ମନ୍ଦ ଗୁଣ ଯୋଗୁଁ ହେଉ ପ୍ରକୃତ ବନ୍ଧ୍ୟତୁଲ୍ୟ ମଣିଷଙ୍କୁ ହତାଦର କରନ୍ତି | ଆବଶ୍ୟକ ହେଲେ ମିଛ ଦୋଷ ଦେଇ ସେମାନଙ୍କୁ ନିନ୍ଦା କରନ୍ତି | ସମାଜ ଦେଖୁଛି ସେହିମାନଙ୍କୁ ଅସଲ ଘୃଣ୍ୟ ମୁଖାଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିବା ଲୋକଟି ବିପ୍ଳବୀ, ଦେଶଦ୍ରୋହୀର ଆଖ୍ୟା ଦିଆ ଯାଏ | ସେଡିଶନ ଅପରାଧରେ ଶୀକାର ହୋଇ ଖାଲି ତାରିଖ ଆଉ ତାରିଖର ଅପେକ୍ଷାରେ ଜୀବନ କଟାଏ |

 ସମାଜ ଦେଖୁଛି ସହାୟତାର ବାହାନା କରି ବର୍ତ୍ତମାନର ନେତା ଶାସନ ଗାଦୀରେ ବସି ନାରୀର ଇଜ୍ଜତକୁ ଲୁଣ୍ଠନ କରୁଛି | ସେହି ନାରୀ କିପରି ବିଶ୍ୱାସ କରୁଛି ଓ ପରମୁହୂର୍ତ୍ତରେ ନିଜ ଭୁଲ ପାଇଁ ଅନୁତାପରେ ନିଜକୁ ଲଜ୍ଜ୍ୟାବୋଧ କରୁଅଛି | 

ହଜି ଯାଇଅଛି ସଂସ୍କାର ସଂସ୍କୃତିରେ ଭରିଛି ଅପସଂସ୍କୃତି | ଚିନ୍ତା ଚେତନାରେ ସ୍ୱାର୍ଥ ଅଭିଳାଷ ରକ୍ଷକକୁ ସଜାଏ ଭକ୍ଷକ | ଛଳନାରେ ହୃଦ ପୁରିଥିବା ବିରାଡ଼ିଟି ଆଖି ବୁଜି କ୍ଷୀର ପିଇ ଭାବୁଛି କେହି ଜାଣି ପାରୁ ନାହାଁନ୍ତି | ସେଵା ମନୋଭାଵ ସମର୍ପଣ ତ୍ୟାଗ ନାହିଁ | ଵଢି ଚାଲେ ଭେଦର ଭାବନା | ଈର୍ଷା ଦ୍ୱେଷଗୁଣ ହିଂସ୍ର ଆଚରଣ ଵଢି ଚାଲେ |    

ତେଣୁ ସମୟ ଆସିଛି, ମଣିଷକୁ ପରୀକ୍ଷା ନିରୀକ୍ଷା କରିବାକୁ | ନଚେତ ଆଜି ସମାଜର ବଡପଣ୍ଡାମାନେ ତୁମକୁ ଠକି ଚାଲି ଥିବେ | ଶିକ୍ଷା ଦୀକ୍ଷାରେ ସର୍ବୋଚ୍ଚ ଅଧିକାରୀ ବୋଲାଉଥିବା ବଡ଼ ପଣ୍ଡାମାନେ ହିଁ ଆଜିର ସାମାଜିକ କଳଙ୍କ | ସେହି ମାନଙ୍କ ମାୟା ଜାଲରୁ ମୁକ୍ତ ହେବାର ସମୟ ଆସିଛି।

                           ଚିତ୍ତ ରଞ୍ଜନ ନନ୍ଦ

                                                     କଟକ

Related posts

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିଶ୍ଵ ଓଜନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!