ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ହୃଦ୍ ଘାତରେ ପରଲୋକ….ଅଞ୍ଚଳରେ ଶୋକର ଛାୟା

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ଆଜି ସକାଳେ ହୃଦ୍ ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଆଜି ସକାଳେ ପ୍ରାତଃ ଭ୍ରମଣ ପରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ଧର୍ମଗଡ ଡାକ୍ତରଖାନା ନିଆ ଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ମିଶ୍ର କିଛି ମାସ ତଳେ ଧର୍ମଗଡ ବ୍ଲକ ଗମ୍ଭାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିଲେ। ସେ ଜଣେ ମିଷ୍ଠଭାଷୀ, ପରୋପକାରି ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ। ଶିକ୍ଷକତା ବ୍ୟତୀତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ସେ ଜଡ଼ିତ ଥିଲେ। ବିଶେଷକରି ଧର୍ମଗଡ ଠାରେ ପଥମ ଥର ପାଇଁ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ସମୟରେ ତାଙ୍କର ଭୂମିକା ଅବିସ୍ମରଣୀୟ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ମମତା ତ୍ରିପାଠୀ, ଏକମାତ୍ର ପୁଅ ଭିକୁ ମିଶ୍ର, ବୋହୁ ପ୍ରଜ୍ଞା ମିଶ୍ର, ସାନ ଭାଇ ଶାନ୍ତନୁ ମିଶ୍ର, ଭାଇବୋହୁ ନନ୍ଦିତା ମିଶ୍ର, ବିନୀତ ମିଶ୍ର, ପୁତୁରା ବିବେକ ରଞ୍ଜନ ମିଶ୍ର, ପୁତୁରା ବୋହୁ ମନୀଷା ମୁଣ୍ଡ ମିଶ୍ର, ଝିଆରି ସରିତା ମିଶ୍ର, ଉପସ୍ଥିତ ଥିଲେ। ବଡ ଭାଇ ଡମ୍ବରୁ ମିଶ୍ର, ପ୍ରଭାସ ମିଶ୍ର ଓ ଅନ୍ୟାନ୍ୟ ସମ୍ପର୍କୀୟ ଗହଣରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏକ ମାତ୍ର ପୁଅ ଭିକୁ ମିଶ୍ର ମୁଖାଗ୍ନି ଦେଇଥିଲେ।

ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବରିଷ୍ଠ ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ, ସତ୍ୟ ପଟ୍ଟନାୟକ, ଜନ୍ମେଜୟ ପାତ୍ର, ଧର୍ମଗଡ ଶିକ୍ଷା ଅଧିକାରୀ ନବକିଶୋର ସାହୁ, ପୁର୍ବତନ ଶିକ୍ଷା ଅଧିକାରୀ ରଜନୀ ଖମାରୀ, ଅନିରୁଦ୍ଧ ମୁଣ୍ଡ, ଏନଏସି ର ପୂର୍ବତନ ଅଧ୍ୟକ୍ଷା ହୀରା ବାଗ,ଡାକ୍ତର ଅଜିତ କୁମାର ନେଗୀ, ସମେତ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ବିଦ୍ୟାଧର ସାହୁ, ଇଙ୍ଗିତ କୁମାର ପଣ୍ଡା, ବୈଦ୍ୟନାଥ ବେହେରା, ବିରଞ୍ଚି ନାରାୟଣ ଜାଲ, ଆଇନଜୀବୀ ପ୍ରଦିପ କୁମାର ଦାସ, ରାଜେନ୍ଦ୍ର ମୁନି, ଥବିର ପ୍ରସାଦ ସାହୁ, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ, ନିରଞ୍ଜନ ମହାପାତ୍ର, ବିଶ୍ବ ରଞ୍ଜନ ସେନାପତି, ଜଗଜିବନ ପଣ୍ଡା, ଅଭୟ ମହାନ୍ତି, ସୁରେନ୍ଦ୍ର ପଣ୍ଡା,ପ୍ରସନ୍ନ ମହାପାତ୍ର, କଲ୍ୟାଣ ସାହୁ, ଜନ୍ମେଜୟ ନାଏକ, ଗଣେଶ ଅଗ୍ରୱାଲ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମା ର ସଦଗତି କାମନା କରିଛନ୍ତି।  

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

Sunil Chandra Nayak

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

Sunil Chandra Nayak

Leave a Comment

error: Content is protected !!