ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଦାଣ୍ଡରେ ପିକ, ଘରେତ କାକ

ଦାଣ୍ଡରେ ପିକ, ଘରେତ କାକ

ଜୟ କୁମାର ମିଶ୍ର

 

ଗାଆଁ ମୁଣ୍ଡର, ଗୋବରା ବୋଉ

ଅତି ସିଆଣି ସିଏ,

ପାଗକୁ ଦେଖି, ବାଗ ବଦଳେ

ଚତୁରେ କଥା କହେ ll

ଦାଣ୍ଡରେ ପିକ, ସମାନ ଡାକ

ଧୀର ମଧୁର ବାଣୀ,

ଜନ ପ୍ରଶଂସା, ପାଇବା ଆଶା

ବହୁ ବାହାନା ଠଣି ll

ହାବଭାବ ଟି, କରଇ କଣ୍ଟି

ମାପିଚୁପି ତା କାମ,

ମୃଦୁ ଭାଷିନୀ, ଗଜ ଗମନୀ

ଛଳକୁ କରି ପ୍ରେମ ll

କହିବ ଯେବେ, ଧୀର ସ୍ବଭାବେ

କଟକି ଠାଣି ବାଣୀ,

ଲମ୍ବେଇ ଦେବ, କଥାର ରାବ

ସଜେଇ ହୋଇ ପୁଣି ll

କରଇ ବଶ, କହି ଆଦର୍ଶ

ପ୍ରବାଦ କଥା କେତେ,

କଥାରେ ନଥା, ଦେଇ ତା ମଥା

ଲଗାଏ ନିଆଁ ଯେତେ ll

ଭକତି ଭାବ, ପୂଜା ପରବ

ସଂସ୍କାର ବିଦ୍ଧିମାନ,

କଥାରେ ହୁଏ, କାମେ ନଥାଏ

ଘରେ ତା ସବୁ ଶୂନ୍ୟ ll

ଆପଣା ଘରେ, କାକ ରାବରେ

ବାଜୁରି ଘଣ୍ଟ ସେହି,

ଦମ କଳର, ବାଜଣା ଘଣ୍ଟ

ବିରାମ ତାର ନାହିଁ ll

ଓଠ ଶବଦ, ଗୋଳା ବାରୂଦ

ଘଡଘଡି ଠୁ ଟାଣ,

କରି ଚିତ୍କାର, କୁହଇ ଗୀର

ସତେ ହାବେଳୀ ବାଣ ll

ଶୁଣିଲେ କେହି, ଜପ କରଇ

ଡାକଇ ରାମ, ହରି,

କୋମଳ ପିଲା, ଅଧୀର ହେଲା

ଭୟରେ ଥରି ଥରି ll

ରକତ ଚାପ, କାଢ଼େ ବହପ

ଶୁଣିଲେ ଡାକ ତାର,

ହଜଇ ଚେତା, ବଢ଼ଇ ଚିନ୍ତା

ବହଇ ଅଶ୍ରୁ ଧାର ll

ଦାଣ୍ଡ ଭଲେଇ, ହୁଏ ଫୁଲେଇ

ତୀଳକୁ ତାଳ କହି,

ସରଳ ମନ, ଶୁଣି ବଚନ

ତାହାର ବଚନେ ବାଇ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,

ଜିଲ୍ଲା-ଗଜପତି

ଓଡିଶା, 761206,

 

Related posts

ଶିକ୍ଷକ ନିଯୁକ୍ତି ଦାବିରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଧାରଣା

Sunil Chandra Nayak

ରାଜ୍ୟରେ ଉଚ୍ଛେଦ ହୋଇପାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା..

Sunil Chandra Nayak

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

Sunil Chandra Nayak

Leave a Comment

error: Content is protected !!