ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳୀ ପରିବର୍ତ୍ତେ ସ୍ଥାୟି ଶିକ୍ଷକ ଦେବାକୁ ଦାବୀ

ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ 

ଧର୍ମଗଡ:୨୦/୧୦/୨୨: ଧର୍ମଗଡ ବ୍ଲକ ବେହେରା ସ୍ଥିତ କସ୍ତୁରବା ଗାନ୍ଧୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି ପରିବର୍ତ୍ତେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଙ୍କ ସମେତ ଆବଶ୍ୟକ ଥିବା ଅନ୍ୟ ଶିକ୍ଷକ ଯୋଗାଇ ଦେବା ପାଇଁ ଆଜି ଗ୍ରାମବାସୀ ଙ୍କ ଗୋଟିଏ ଗୋଷ୍ଟି ପକ୍ଷ ରୁ ଦାବୀ କରାଯାଇଛି । ଏହି ପରିପେକ୍ଷୀ ରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ବିଇଓ ନବ କିଶୋର ସାହୁ ଙ୍କୁ ପ୍ରଦାନ କରାଯାଇଛି ।

     ସୂଚନା ଯୋଗ୍ୟ ଯେ ବେହେରା କେଜିବିଭି ର ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରାଜକୁମାରୀ ନାଏକ ଙ୍କ ନା ରେ ବିଭିନ୍ନ ଅନିୟମିତତା କୁ ନେଇ ଗତ ମାସ ୨୭ ତାରିଖ ରେ ଜିଲ୍ଲା ପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଙ୍କ ସମେତ ଗ୍ରାମବାସୀ ଙ୍କ ପକ୍ଷ ରୁ ଏହି ଅଭିଯୋଗ ହୋଈ ଥିଲା । ଏହା ଉପରେ ଗତ ୧୭ ତାରିଖ ଦିନ ଶିକ୍ଷା ବିଭାଗ ପକ୍ଷରୁ ଦୁଇ ଜଣ ଏବିଇଓ ସ୍କୁଲ କୁ ଯାଇ ତଦନ୍ତ କରି ଫେର ଥିଲେ । ତେବେ ଆଜି ସ୍କୁଲ ପରିଚାଳନା କମିଟି ର ସଦସ୍ୟ ଥିବା ମହେନ୍ଦ୍ର ଖମାରୀ, ଯଶୋବନ୍ତ ପାଣିଗ୍ରାହି, ଝରଣା ନାଏକ ଙ୍କ ସମେତ ବହୁ ଅଭିଭାବକ ଓ ଅଭିଭାବିକା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧ ରେ କିଛି ନ୍ୟସ୍ଥ ସ୍ବାର୍ଥ ବ୍ୟକ୍ତି ଚକ୍ରାନ୍ତ କରୁ ଥିବା ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାଏକ ନିୟମିତ ସ୍କୁଲ ଆସିବା ସହ ଠିକ ଭାବେ ସ୍କୁଲ ପରିଚାଳନା କରୁଥିବା ସେମାନେ ଲିଖିତ ଭାବେ ଜଣାଇବା ସହ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି କରିବା ପରିବର୍ତ୍ତେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଯୋଗାଇ ଦେବା ସହ ଅନ୍ୟ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଦାବୀ କରିଛନ୍ତି ।

    ପ୍ରକାଶ ଯୋଗ୍ୟ ଯେ ଏହି ଆବାସିକ ବିଦ୍ୟାଳୟ ରେ ପ୍ରାୟ ୪୦୦ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩୦:୧ ଅନୁପାତ ରେ ୧୩ ଜଣ ଶିକ୍ଷକ ଙ୍କ ଆବଶ୍ୟକତା ଅଛି । କିନ୍ତୁ ଏଠାରେ ଦଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଚାରି ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପ୍ରଧାନ ଶିକ୍ଷୟତ୍ରୀ ପଦ ଖାଲି ରହିଛି । ଏ ସମ୍ପର୍କ ରେ ଧର୍ମଗଡ ବିଇଓ ନବ କିଶୋର ସାହୁ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଓ ସମ୍ପର୍କ ରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ । ଯାହା ପଦକ୍ଷେପ ନେବା କଥା ତାହା ଡିଇଓ ନେବେ ବୋଲି କହିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଚିଲକପୁର ରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

ଥୁଆମୂଳ ରାମପୁର ବ୍ଳକର ଅଧ୍ଯକ୍ଷ ଭାବରେ ଦୟାନିଧି ମାଝୀ ନିର୍ବାଚିତ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମପୀଠ ଉପରବେଡା ଜାହେରା ଗାଳରୃ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!