ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ଆମରି ବାପୁ 

 ଆମରି ବାପୁ 

   

                     ସଫଳା ଦାସ 

         
କହିବି ପିଲେ ଶୁଣିବ କଥା 
      ଛୋଟିଆ କଥା ମୋର 
ଆମ ବାପୁଙ୍କଜନମ ଦିନେ 
     କୋଟି ପ୍ରଣାମ କର।।
ତାଙ୍କ ଜୀବନୀ ତାଙ୍କରି ବାଣୀ
      ପଢି ତାଙ୍କରି କଥା
ପିଲାଦିନର କଥାଟି ଏକ 
      ଦେଲା ସେ କେତେ ବ୍ୟଥା।।
ନିରାମିଷାସି ବାଳୁତ କାଳୁ 
        ବୈଷ୍ଣବ ଘରେ ଜନ୍ମ 
ଅତି ଦୁର୍ବଳ ଶରୀର ତାଙ୍କ
      ( ମୋହନଦାସ କରମ ଚାନ୍ଦ ଗାନ୍ଧୀ )
ତାଙ୍କ ର ନାମ ।।
         ପଢିଲାବେଳେ ବିଦ୍ୟାଳୟରେ  
                  କୁସଙ୍ଗେ ସାଙ୍ଗ ହୋଇ 
          ମାଂସ ଆହାର ଲୁଚି ଖାଇଲେ 
                 ବଳୁଆହେବା ପାଇଁ ।।
ମାଂସ ଖାଇବା ମଝିରେ ତାଙ୍କ 
       ଆସିଲା ଉଠି ବାନ୍ତି 
ଛେଳି ସତେ ପେଟେ ଜୀବିତ 
        ଶୋଇଲେ ନାହିଁ ରାତି ।।
ଥରକୁ ଥର ଭଳିକି ଭଳି
         କୁସଙ୍ଗ ରାନ୍ଧେ ମାଂସ 
ଘର ଖାଇବା ରୁଚିଲା ନାହିଁ 
        ମନରେ ନାହିଁ ହସ।।
ମାଆ ଡାକଲେ ମିଛ କହିଲେ 
        ପେଟରେ ଭୋକ ନାହିଁ 
ଶାକାହାରି ସେ ପରିବାର ଟି
           ମାଂସ ମିଳିବ କାହିଁ ।।
କରିଲେ ପଣ ମନରେ ଟାଣ 
        ମିଛ କହିବେ ନାହିଁ 
ମାଆ ବାପାଙ୍କୁ ଭାରି ବାଧିବ 
       ମିଛୁଆ ପୁଅ ହୋଇ ।।
ସତ କହିଲେ ସାରାଜୀବନ 
       ସବରି ପ୍ରୀୟ ହେଲେ
ଆମରି ବାପୁ ଆମରି ପ୍ରୀୟ
      ଅହିଂସା ପଥେ ଥିଲେ ।।

        କଟକ 

Related posts

ନାଗସାପ କାମୁଡାରେ ମହିଳା ମୃତ

Sunil Chandra Nayak

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଲନ ଅବସରରେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ

Sunil Chandra Nayak

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଗୁରୁ ଦିବସ…..

Sunil Chandra Nayak

Leave a Comment

error: Content is protected !!