ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

ଜଗଦୀଶ ଶତପଥୀ

ଆସିବ କି, ତୁମେ ଆସିବ କି ?
ଆଉଥରେ ତୁମେ ଆସିବ କି ?
ସୁବର୍ଣ୍ଣ ଭାରତ ଖୋଜୁଛି ତୁମକୁ
ଦେଖିଯିବ ଆସ ଆମ ମାଙ୍କଡ଼ ଙ୍କୁ।
ଆସିଵ କି ତୁମେ ଆସିବ କି।୧।
ଶହୀଦ ଦିବସ ପାଳୁଅଛୁ ଆମେ,
 ତୁମେ ଚାଲିଗଲା ପରେ।
କିମ୍ଭିତ କୁତ୍ସିତ ଭାରତ ଟା ଆଜି,
ପରିଚୟ ନାହିଁ ପାରେ।୨।
 ରାମରାଜ୍ୟ ତୁମ ମାଟିରେ ମିଶିଛି
ଚାରିଆଡ଼େ ଵିଭିଷିକା।
ନିଜ ରକ୍ତ ଆଜି ନିଜକୁ ପଚାରେ
ବୃଥା ଖାଲି ଅହମିକା।୩।
ତିନି ମାଙ୍କଡ଼ ଟା ଅନ୍ଧ ମୂକ ଆଜି
ମୁହେଁ ନାହିଁ ବାଡ଼ ବତା।
ଦେଶର ସ୍ୱରାଜ ବିଚଳିତ ଆଜି
ଧରିଛନ୍ତି ଖଣ୍ଡେ ଛତା।୪।
ନାଥୁରାମ ଦଳ ଆଜିର ଶାସକ
ଵିଖଣ୍ଡିତ ଆଜି ଭୂଇଁ।
ମନ୍ଦିର ଆଉ ମସଜିଦ ପାଇଁ
ହେଉଅଛି ହାଇଂପାଇଂ।୫।
ହେ ଏ ଜାତିର ଉଲଗ୍ନ ଫକୀର
କାହିଁ ଆଜି ସ୍ୱାଧୀନତା।
ବୁର୍ଜୟା ଶାସନ ଚାଲିଅଛି ଏଠି
ବିକଳାଙ୍ଗ ଏ ବ୍ୟବସ୍ଥା।୬।
ଗାନ୍ଧୀଜୀ ତୁମେ ଚାଲିଗଲା ପରେ,
ଅହିଂସା ହଜିଛି ଆଜି।
ଭାଇ ଭାଇ ମଧ୍ୟେ ଚାଲିଅଛି କଳି
ଦେଶଟା ଜଳୁଛି ଆଜି।୭।

ଧର୍ମଶାଳା , ଯାଜପୁର

Related posts

ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା /ଲାଜେଇ ପ୍ରିୟତମା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଏ କେଉଁ ପ୍ରକାର ମୋହ ।।

Sunil Chandra Nayak

Leave a Comment

error: Content is protected !!