ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପରାଜିତା ପରିଡା ଙ୍କ କବିତା ବାପୁ ତୁମେ ଚାଲିଗଲା ପରେ 

ବାପୁ ତୁମେ ଚାଲିଗଲା ପରେ 

ସାବର ମତି ର ହେ ସନ୍ଥ ଶ୍ରେଷ୍ଠ
ଘେନ ଶ୍ରଦ୍ଧାଞ୍ଜଳି ଘେନ
ବାପୁ ହେ ତୁମେ ଚାଲିଗଲା ପରେ
ଜନତା ଯେ ହୀନିମାନ,
ତୁମ ସ୍ବପ୍ନ ର ତ୍ରିରଙ୍ଗା ସତ୍ୟ ଶାନ୍ତି ର
ଅହିଂସା ପ୍ରତୀକ ଥିଲା
ସ୍ବପ୍ନ ର ଭାରତ ରାମ ରାଇଜ ର
କେତେ କଳ୍ପନା ନ ଥିଲା ?
ଜନତା ଠୁ ନେତା ସଭିଏଁ ସ୍ୱାର୍ଥ ର
ଅସହିଷ୍ଣୁ ହୋଇ ଛନ୍ତି
ରାମ ର ବେଶ ରେ ରାବଣ ନିତି ରେ
କର୍ମ କୁ ଆବୋରି ଛନ୍ତି,
ତୁମେ ଗଲା ପରେ ତୁମରି ନାମ ରେ 
କେତେ ଯେ ଭାଷଣ ବାଜି 
ଅହିଂସା ନାମ ରେ ହିଂସା ଆଚରଣେ
ଭ୍ରଷ୍ଟାଚାରେ ଛନ୍ତି ମଜି,,
ସେବା ନାମରେତ ଗଢି ଅନୁଷ୍ଠାନ
ଦୁର୍ନୀତି ରେ ବୁଡୁଛନ୍ତି
ନିଶlନିବାରଣ ସଭା ସମିତି ରେ
ମଦ ମାଂସେ ଭାସୁଛନ୍ତି,
ସଭିଏଁ ସମାନ ନାରା ଦେଇ କରି
ଅଧିକାର ମିଳୁ ନାହିଁ
ସ୍ୱଚ୍ଛ ନାହିଁ ଆମ ମତ ଦାନ ବାପୁ
ମତ ଦାତା ବିକ୍ରି ହୋଇ,
ସଭିଏଁ ପଢ଼ୁଛୁ ଆଗକୁ ବଢିଛୁ
ଦେଶ ର ସମୃଦ୍ଧି ହୋଇଛି,
ବେକାରୀ ବଢିଛି ତୋଷାର ପାତ ରେ
ପକ୍ଷ ପାତ ନିତି ଚାଲିଛି,
ନାରୀ ଅବା ଝିଅ ଅସୁରକ୍ଷିତ ତ
ନିର୍ଯାତନା ବଢ଼ି ଚାଲିଛି
ମଦ ଆଜି ଖୋଲା ଅବାଧ ବିକ୍ରୟ
ନିଶା ଖୋର ସଂଖ୍ୟା ବଢିଛି,,
ଖଟି ଖାଅ କାଟି ପିନ୍ଧ କଥା ବାପୁ
କହି ଯାଇଥିଲ ତୁମେ
ଲୁଟି ଖାଉଛନ୍ତି ତଣ୍ଟି କାଟୁଛନ୍ତି
କିଛି ନେତୃତ୍ୱ ର ନାମେ,,
ଅସତ୍ୟ ରେ ଆଜି କିଣା ବିକା ହୁଏ
ମଣିଷ ପଣିଆ ବାପୁ 
ଶାନ୍ତି ଆଉ ନାହିଁ ଏ ଭାରତ ବୁକୁରେ
ସତେ ଅଧର୍ମ ର ଟାପୁ,
ଜାତି ଧର୍ମ ବର୍ଣ ନିର୍ବିଶେଷରେ
ଥିଲା ଏକ ପରିଚୟ
ଜାତି ଧର୍ମ ନାମେ ଆଜି ରାଜନୀତି
ଲାଗିଛି କ୍ଷମତା ମୋହ,,
ଯୁବ ସମାଜ ତ ରାଜନୀତି ରଙ୍ଗେ
ବୋଳନ୍ତି ରକ୍ତ ର ଛିଟା
ବିନା ପରିଶ୍ରମେ ରାତିକ ଭିତରେ
ଖୋଜନ୍ତି ସବୁ କ୍ଷମତା,,
ନାରୀ ଜାଗରଣ କୁଟୀର ଶିଳ୍ପ ର
ବହୁତ ପ୍ରସାର ହୋଉଛି
କାଗଜ ପତ୍ର ରେ ବିକାଶ ହୋଇଛି
କରଜ ରେ ଚାଷୀ ବୁଡିଛି,
ଗରିବୀ ବଢିଛି ଯନ୍ତ୍ରଣା ବଢିଛି
ଭାଇଚାରା ଆଉ ନାହିଁ
ଦାନ ନେବା ଦେବା ଫଟୋ ରେ ରହୁଛି
ସର୍ବେ ସ୍ୱାର୍ଥପର ହୋଇ,
ଆଉ ଥରେ ବାପୁ ଆସ ଏ ଧରାକୁ
ଶିଖାଅ ଅହିଂସା ମନ୍ତ୍ର
ଆଜିର ଶିଶୁ ଜାଣନ୍ତୁ ତୁମ କୁ
ବିକଶୁ ଏକତା ତନ୍ତ୍ର 

ଅପରାଜିତା ପରିଡା

Related posts

ସାନ ପୋଡ଼ାଗୁଡା ଠାରେ କୁନି ରଥ କୁ ଟାଣିଲେ କୁନି କୁନି ପିଲା

Sunil Chandra Nayak

ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର ଙ୍କୁ ସମ୍ବର୍ଦ୍ଧନା , ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ 

Sunil Chandra Nayak

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!