ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆମେଣ୍ଟା ସମିତି ର ସଭାପତି ନିର୍ବାଚିତ

ଆନନ୍ଦପୁର, 8/07,  ଘଷିପୁରା ବ୍ଳକ ଅନ୍ତର୍ଗତ ଖଲିଆମେଣ୍ଟା ସେବା ସମବାୟ ସମିତିର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି.15 ଜୋନ ବିଶିଷ୍ଟ ଏହି ସମିତିକୁ ସମସ୍ତ ନିର୍ଦେଶକ ମାନେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି. ବିଜୁ ଜନତା ଦଳ ସମସର୍ଥିତ 14 ଜଣ ପାର୍ଥି ନିର୍ଦ୍ବନ୍ଦ ରେ ନିର୍ବାଚିତ ହେବା ପରେ ଏଥି ମଧ୍ୟରୁ ଧନେଶ୍ୱର ଯେନା ସର୍ବ ସମ୍ମତିକ୍ରମେ ସଭାପତି ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି. ଶ୍ରୀ ଯେନା ଙ୍କ ବିରୁଦ୍ଧରେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ଅମାନତ ହରାଇଛନ୍ତି. ସୂଚନାଯୋଗ୍ୟ ଯେ ଖଲିଆମେଣ୍ଟା ସେବାସମବାୟ ସମିତି ର 03 ନମ୍ବର ଜୋନ ରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ସରପଞ୍ଚ କୀର୍ତନ ବିହାରୀ ଯେନା 2 ଖଣ୍ଡ ଭୋଟ ପାଇଥିବାବେଳେ ବିଜୁ ଜନତା ଦଳ ସମର୍ଥିତ ପାର୍ଥି ରମାକାନ୍ତ ଯେନା 5 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି. ଏହି ସମିତିର ନିର୍ବାଚନ ପ୍ରକ୍ରିୟା ରେ ସମସ୍ତ ନିର୍ଦେଶକ ପ୍ରାଥୀ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହେବାପରେ ଆଜି ଅନୁଷ୍ଠାନିକ ଭାବେ ଶ୍ରୀ ଯେନା ଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି ବୋଲି ସମିତିର ସମ୍ପାଦକ ପର୍ଶୁରାମ ଯେନା ଏବଂ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଘୋଷଣା କରିଛନ୍ତି. ସଭାପତି ନିର୍ବାଚନ ଘୋଷଣା ପରେ ଆଜି ସମିତି କାର୍ଯ୍ୟାଳୟ ରେ ସମସ୍ତ ନିର୍ଦେଶକ ଓ ସଭାପତି ଙ୍କୁ ବିଜେଡି ଯୁବ ନେତା ଦେବାଶିଷ ପାତ୍ର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଛନ୍ତି.

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

Sunil Chandra Nayak

କବିରାଜ ଶବର ପ୍ରଧାନଙ୍କ ବିୟୋଗ

Sunil Chandra Nayak

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!