ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ପରିବର୍ତ୍ତନ

ପରିବର୍ତ୍ତନ

 

 ସନ୍ତୋଷ କୁମାର ସାହୁ

 

ପରିବର୍ତ୍ତନ ଯେ ସଂସାର ନିୟମ

ଜ୍ଞାତ ସବୁ ସୁଧି ଜନ

କୁଟ କପଟ ସ୍ଵଭାବ ମଣିଷ

ହୁଏନା ପରିବର୍ତ୍ତନ ।

 

ଅଙ୍ଗାରକୁ ବାର ବାର ଶୋଧନରେ

ରଙ୍ଗ ତାର ନ ବଦଳେ

ସର୍ପର ସ୍ଵଭାବ ଦଂଶନ କରିବା

ଗୁଣ ସେ କି ଭୁଲିଯାଏ ।

 

ନକାରାତ୍ମକ ଭାବନା ଯାହାର

ନଖରାମି ଗୁଣ କେବେ ଛାଡେନା

ହିଂସା ,ଦ୍ୱେଷ ,ଈର୍ଷା ସ୍ୱଭାବେ ମଣିଷ

ପରିତ୍ୟାଗ କରି କେବେ ପାରେନା ।

 

ଆତଯାତ ଏଠି କେତେ ଯେ ମଣିଷ

କଟା ଘାଆରେ ଲବଣ ଛିଟା

ଡାହାଣୀ ଗୁଣିଆ ସଜେଇ ହୁଅନ୍ତି

ବାଇ ଢ଼ଙ୍କ ବିଛୁଆତି ଲଟା।

 

ସମ୍ପର୍କର ମାନେ ବୁଝେନା ମଣିଷ

ବିଷକୁମ୍ଭ ପୟୋଃମୁଖ 

ହୃଦୟ ତାହାର ଜଳୁଥାଏ ସଦା

ଦେଖିଲେ ଅପର ସୁଖ ।

 

ବୃଶ୍ଚିକ ଦଂଶନେ ଜ୍ବଳାହୁଏ ସୁଷ୍ଟି

କୁଚକ୍ରୀ ର ମନ୍ଦ ଦୃଷ୍ଟି

ବିଷଧର ସଙ୍ଗେ ଭାବ ପ୍ରୀତି କଲେ

ଉପହାର ଦିଏ ଵିଷ୍ଟି ।

 

ବିଧାତାର ସୃଷ୍ଟି ଅମୃତ, ବିଷ

ଖଟା ମିଠା ସୁଖ ଦୁଃଖ

କପଟୀ ,ଈର୍ଷାଳୁ, ମାୟାବୀ,ଦୁର୍ଜନେ

ସତର୍କ ନଜରେ ଦେଖ ।

 

ଯାହାକୁ ଯେମନ୍ତ ଗଢିଛି ଦଇବ

ହେବ କି ପରିବର୍ତ୍ତନ

ସବୁ ସଙ୍ଗେ ମିଶି ଜୀବନ କାଟିଲେ

ଭାବ ନର ଜନ୍ମ ଧନ୍ୟ ।

ନବରଙ୍ଗପୁର

Related posts

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ମନେପଡେ, ସବୁ ଆଜି

Sunil Chandra Nayak

Leave a Comment

error: Content is protected !!