ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏ ମତିକା ଗୀତ ସେ

ଏ ମତିକା ଗୀତ ସେ

 

ଉପେନ୍ଦ୍ର କୁମାର ବସ୍ତିଆ

 

ଏ ମତିକା ଗୀତ ସେ••••

ଅବ୍ୟକ୍ତ କରିଦିଏ ସବୁଦିନ 

ହାଡ଼ ମାଂସ ରକ୍ତ ଓ ମଜାକୁ  

ତିକ୍ତ ହୋଇ ମାଡ଼ି ଚାଲେ 

ହୃଦୟର ଅଭ୍ୟନ୍ତର କୁ ।

ଜନ୍ମରୁ ଏ ଯାଏ ଯେ ,କି ରହିଛି 

ଛାତିର କେଉଁ ନିଭୃତ କୋଣରେ 

ହେଲେ ଥରୁଟିଏ ବାହାରି ଆସେ

ନାହିଁ ଗଳା ଜିଭ ଦେଇ ବାହାରକୁ ।

ଏ ମତିକା ଗୀତ ସେ••••

ହୃଦୟର କେତେ ଗଭୀରରେ ଥାଏ 

ଯାହାକୁ ମୁହୂର୍ତ୍ତେ ଟେ ବି ଅଲଗା 

କରି ପାରେନି ନିଜଠୁ ଓ ଆତ୍ମାଠୁ ।

କେବେକେବେ ତରଳି ଯାଏ ଖୁବ୍ 

ଅସହାୟ ହେଲେ ଲୁହ ହୋଇ 

ଆଖିରେ ।ହୃଦୟ ବିଦିର୍ଣ୍ଣ ହେଲେ 

ବେଳେବେଳେ ବୋହିଯାଏ ରକ୍ତ 

ହୋଇ କ୍ଷତ ସ୍ଥାନରେ ।

ଏ ମତିକା ଗୀତ ସେ••••

ବେଳେବେଳେ ଜଳୁଥାଏ ଛାତି ଭିତରେ 

ନିଃସଙ୍ଗ ରାତ୍ରିରେ 

କହି ପାରିବେ କି କେମିତି ସେ ଗୀତ ?

ଯାହାକୁ ମୁଁ ଗାଇ ଚାଲିଛି ଗାଉଥିବି 

ଜୀବନର ଶେଷ ପର୍ଯ୍ୟନ୍ତ ।

ନିଜେ ବି ,ଶୁଣିନି ଯାହାର ସ୍ୱର କି 

ଶବ୍ଦ ନାହିଁ ଆଉ ଯାହାର ଆରମ୍ଭ 

ନାହିଁ କି ଶେଷ ନାହିଁ ହୃଦୟର ଏକ 

ନିଭୃତ କୋଣରେ ଦୋହଲୁଥାଏ 

ପ୍ରତି ପଲକରେ ।

ଏ ମତିକା ଗୀତ ସେ••••

ଯୁଡୁବୁଡୁ କରିଦିଏ ସମସ୍ତ ସତ୍ତାକୁ 

ହୃଦୟର ସ୍ପନ୍ଦନ କୁ ।ନିଜ ଭିତରେ 

ଲୁଚି ରହିଛି କେଉଁଠି ସମୁଦ୍ର ଲହରୀ 

ପରି ମୁଣ୍ଡ ପିଟେ ମନ ହୃଦୟରେ 

ଅହରହ ।ନିଜ ଭିତରେ ସେ ଏ ମତି 

ଲୁଚି ରହିଛି ବାହାରି ଆସି ପାରେ 

ନାହିଁ ।ପ୍ରାଣ ଥିବାଯାଏ ଗାଇ ଚାଲି 

ଥିବି ସେ ଗୀତ ।

ରାଉରକେଲା

 

Related posts

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

Sunil Chandra Nayak

ପାଞ୍ଚ ମାସ ହେଲା ବୃନ୍ଦାବତୀ ପାଈ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା

Sunil Chandra Nayak

ନେଗିଗୁଡା ପଦରପଡା ଗ୍ରାମ କୁ ମିଳିଲା ରାଜସ୍ୱ ଗ୍ରାମ ର ମାନ୍ୟତା 

Sunil Chandra Nayak

Leave a Comment

error: Content is protected !!