ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏ ମତିକା ଗୀତ ସେ

ଏ ମତିକା ଗୀତ ସେ

 

ଉପେନ୍ଦ୍ର କୁମାର ବସ୍ତିଆ

 

ଏ ମତିକା ଗୀତ ସେ••••

ଅବ୍ୟକ୍ତ କରିଦିଏ ସବୁଦିନ 

ହାଡ଼ ମାଂସ ରକ୍ତ ଓ ମଜାକୁ  

ତିକ୍ତ ହୋଇ ମାଡ଼ି ଚାଲେ 

ହୃଦୟର ଅଭ୍ୟନ୍ତର କୁ ।

ଜନ୍ମରୁ ଏ ଯାଏ ଯେ ,କି ରହିଛି 

ଛାତିର କେଉଁ ନିଭୃତ କୋଣରେ 

ହେଲେ ଥରୁଟିଏ ବାହାରି ଆସେ

ନାହିଁ ଗଳା ଜିଭ ଦେଇ ବାହାରକୁ ।

ଏ ମତିକା ଗୀତ ସେ••••

ହୃଦୟର କେତେ ଗଭୀରରେ ଥାଏ 

ଯାହାକୁ ମୁହୂର୍ତ୍ତେ ଟେ ବି ଅଲଗା 

କରି ପାରେନି ନିଜଠୁ ଓ ଆତ୍ମାଠୁ ।

କେବେକେବେ ତରଳି ଯାଏ ଖୁବ୍ 

ଅସହାୟ ହେଲେ ଲୁହ ହୋଇ 

ଆଖିରେ ।ହୃଦୟ ବିଦିର୍ଣ୍ଣ ହେଲେ 

ବେଳେବେଳେ ବୋହିଯାଏ ରକ୍ତ 

ହୋଇ କ୍ଷତ ସ୍ଥାନରେ ।

ଏ ମତିକା ଗୀତ ସେ••••

ବେଳେବେଳେ ଜଳୁଥାଏ ଛାତି ଭିତରେ 

ନିଃସଙ୍ଗ ରାତ୍ରିରେ 

କହି ପାରିବେ କି କେମିତି ସେ ଗୀତ ?

ଯାହାକୁ ମୁଁ ଗାଇ ଚାଲିଛି ଗାଉଥିବି 

ଜୀବନର ଶେଷ ପର୍ଯ୍ୟନ୍ତ ।

ନିଜେ ବି ,ଶୁଣିନି ଯାହାର ସ୍ୱର କି 

ଶବ୍ଦ ନାହିଁ ଆଉ ଯାହାର ଆରମ୍ଭ 

ନାହିଁ କି ଶେଷ ନାହିଁ ହୃଦୟର ଏକ 

ନିଭୃତ କୋଣରେ ଦୋହଲୁଥାଏ 

ପ୍ରତି ପଲକରେ ।

ଏ ମତିକା ଗୀତ ସେ••••

ଯୁଡୁବୁଡୁ କରିଦିଏ ସମସ୍ତ ସତ୍ତାକୁ 

ହୃଦୟର ସ୍ପନ୍ଦନ କୁ ।ନିଜ ଭିତରେ 

ଲୁଚି ରହିଛି କେଉଁଠି ସମୁଦ୍ର ଲହରୀ 

ପରି ମୁଣ୍ଡ ପିଟେ ମନ ହୃଦୟରେ 

ଅହରହ ।ନିଜ ଭିତରେ ସେ ଏ ମତି 

ଲୁଚି ରହିଛି ବାହାରି ଆସି ପାରେ 

ନାହିଁ ।ପ୍ରାଣ ଥିବାଯାଏ ଗାଇ ଚାଲି 

ଥିବି ସେ ଗୀତ ।

ରାଉରକେଲା

 

Related posts

କେଶବ ସାହୁ ଙ୍କ କବିତା ନିଖୁଣ ପୃଥିବୀର ସନ୍ଧାନରେ

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

Sunil Chandra Nayak

ମାରଓ୍ବାଡୀ ଯୁବମଞ୍ଚ ପକ୍ଷରୁ ଅଭିବାଦନ ଓ ସେବା ହର ହର ମହାଦେବ 

Sunil Chandra Nayak

Leave a Comment

error: Content is protected !!