ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ବନ୍ଧୁ ବସିଛି ମନ୍ଦିର ଭିତରେ
   ମଉନେ ହେଉଛି କଥା
ବରଷକୁ ଥରେ ପଦାକୁ ଆସୁଛି
   ତୁଟାଉଛି ସର୍ବ ବ୍ୟଥା।
ନୟନେ ଚାହିଁଛି ମୁରୁକି ହସୁଛି
   ବୁଝେ ସବୁ ଦୁଃଖସୁଖ
ସମସ୍ତ ଘଟଣା ତାଙ୍କୁ ସବୁ ଜଣା
   ସେ ମୋର କଳା ଶ୍ରୀମୁଖ।
ଭଲମନ୍ଦ ବୁଝି କରିଦେ ସେ ଖୁସି
      ମୁଖରେ ଅଛି ଚମକ
ଯେତେ ଦୂର ଯାଏ ତାନାମ ଗାଇକି
    ଅନ୍ଧକାର ମୋ ଆଲୋକ।
ଗୀତରେ ମଧୁର ସ୍ଵରରେ ମଧୁର
   ଚାହାଣି ମୋର ଠାକୁର
ତା ଆଖି ମୋ ଆଖି ମିଶି ଗଲାପରେ
        ନାହିଁ ପାତର ଅନ୍ତର
ନିବିଡ଼ ସଂପର୍କ ଚର୍ମ ନଖ ପରି
   ଭକ୍ତିରେ ମୋର ଈଶ୍ୱର
ଘେନ ମୋର ଭକ୍ତି ଅନ୍ତର ଆତ୍ମାରୁ
    ମୋ ପ୍ରଭୁ ବିଶ୍ବ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

Sunil Chandra Nayak

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!