ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ଵର,୨୬/୯/୨୨- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତା ୨୫/୯/୨୨ ରିଖ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ମାଖନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ତରଫରୁ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଅଞ୍ଚଳରୁ ବିଭିନ୍ନ ସ୍ବେଚ୍ଛାକୃତ ରକ୍ତଦାତା ମାନେ ଯୋଗଦେଇ ରକ୍ତଦାନ କରିଥିଲେ । ଉକ୍ତ ଶିବିରରୁ ସଂଗୃହିତ ରକ୍ତ ଅନ୍ୟର ଜୀବନ ବଞ୍ଚିବାରେ ସହାୟକ ହେବ । ତେଣୁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯୁବସମାଜ ଆଗେଇ ଆସିବା ଦରକାର ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ କହିଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ଏତାଦୃଶ୍ଯ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରୁଥିବା ସାଧାରଣ ଜନତାଙ୍କ ଆଲୋଚନାରୁ ଜଣାପଡିଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏଥିରେ ମୋଟ ୧୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ଏହାକୁ ମିଶାଇ ୫ ବର୍ଷ ମଧ୍ୟରେ ମୋଟ ୮୬୫୦ ୟୁନିଟ୍ ରକ୍ତ ବିଜୁ ଜନତା ଦଳ ତରଫରୁ ସଂଗ୍ରହ ହେଲାଣି । ଯେହେତୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ତେଣୁ ସମସ୍ତେ ଆଗେଇ ଆସି ଏଭଳି କାର୍ଯ୍ୟକ୍ରମକୁ ସଫଳ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଶେଷରେ ବିଧାୟକ ରକ୍ତଦାତାଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୋଟେର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳ ଠାରେ ସମ୍ପନ୍ନ ହେଲା ଯୋଡି ଛତର ଯାତ୍ରା

Sunil Chandra Nayak

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!