ବାଲେଶ୍ଵର,୨୬/୯/୨୨- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତା ୨୫/୯/୨୨ ରିଖ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ମାଖନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ତରଫରୁ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଅଞ୍ଚଳରୁ ବିଭିନ୍ନ ସ୍ବେଚ୍ଛାକୃତ ରକ୍ତଦାତା ମାନେ ଯୋଗଦେଇ ରକ୍ତଦାନ କରିଥିଲେ । ଉକ୍ତ ଶିବିରରୁ ସଂଗୃହିତ ରକ୍ତ ଅନ୍ୟର ଜୀବନ ବଞ୍ଚିବାରେ ସହାୟକ ହେବ । ତେଣୁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯୁବସମାଜ ଆଗେଇ ଆସିବା ଦରକାର ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ କହିଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ଏତାଦୃଶ୍ଯ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରୁଥିବା ସାଧାରଣ ଜନତାଙ୍କ ଆଲୋଚନାରୁ ଜଣାପଡିଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏଥିରେ ମୋଟ ୧୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ଏହାକୁ ମିଶାଇ ୫ ବର୍ଷ ମଧ୍ୟରେ ମୋଟ ୮୬୫୦ ୟୁନିଟ୍ ରକ୍ତ ବିଜୁ ଜନତା ଦଳ ତରଫରୁ ସଂଗ୍ରହ ହେଲାଣି । ଯେହେତୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ତେଣୁ ସମସ୍ତେ ଆଗେଇ ଆସି ଏଭଳି କାର୍ଯ୍ୟକ୍ରମକୁ ସଫଳ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଶେଷରେ ବିଧାୟକ ରକ୍ତଦାତାଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ