କୋକସରା,୬/୯- ( ମ ନି ସ) ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ବା ଅମୃତ ମହୋତ୍ସବ ପାଳନ ଅବସରରେ ଅହିଂସା ରଥ ମାଧ୍ୟମରେ ଜନସାଧାରଣଙ୍କୁ ଭାରତ ସ୍ୱାଧୀନତାରେ ବିର ଯବାନଙ୍କ ବଳିଦାନର ବାର୍ତ୍ତା ଦେବାକୁ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ପହଞ୍ଚିଥିଲା।
କୋକସରା ବ୍ଲକ ପ୍ରଶାସନ ଦ୍ୱାରା ମୋଟେର ଛକ ଠାରେ ଅହିଂସା ରଥକୁ ଭବ୍ୟ ସମର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ଏଥିରେ ରାଜ୍ୟ ସଂଯୋଜକ ସୁରେନ୍ଦ୍ର ଜଗତ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ସମ୍ମାନୀୟ ଅତିଥି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୋଟେର ସରପଞ୍ଚ ବାସନ୍ତି ନାଏକ, ବିଏସଏସଓ ଦୀପକ କୁମାର ବେହେରା,ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ବାଲ, ପ୍ରମୁଖ ଉପସ୍ଥିତ ରହିଥିଲେ।
ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅହିଂସା ରଥ ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଓ ତାର ଗୁରୁତ୍ୱ ଉପରେ ଆଲୋକପାତ କରି ଲୋକଙ୍କୁ ଅହିଂସା ମାଧ୍ୟମରେ ଜିଲ୍ଲା , ରାଜ୍ୟ ଓ ଦେଶକୁ ବିକାଶ କରିବାରେ ସହାୟତା ହେବାକୁ ଆହ୍ଵାନ କରିଥିଲେ।
ଏହାପରେ ଅହିଂସା ରଥକୁ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ସ୍କୁଲ ଏନସିସି ଛାତ୍ରଛାତ୍ରୀ ଭବ୍ୟ ସ୍ୱାଗତ କରି ପାଛୋଟି ନେଇଥିଲେ।
ସ୍କୁଲ ପରିସରରେ ଅହିଂସା ରଥ ପରିଭ୍ରମଣର ଆଭିମୁଖ୍ୟକୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ପରିଚାଳନାରେ କୋକସରା ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ, ରାଜ୍ୟ ସଂଯୋଜକଙ୍କ ସହ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ,
କଳାହାଣ୍ଡି ଜିଲ୍ଲା ଡିଆଇପିଆରଓ ମନୋଜ ବେହେରା, ଏସ୍ ଡି ପି ଆର୍ ଓ ରମେଶ ସିଂ, କୋକସରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ଜିପିଇଓ ନାରାୟଣ ଭୋଇ ଉପସ୍ଥିତ ରହିଥିବା ବେଳେ ସ୍କୁଲର ଏନସିସି ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ସହ ଦେଶାତ୍ମବୋଧକ ଗୀତରେ ଅଭିନୟ କରିଥିଲେ।
ପରେ ରଥ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ଅଭିମୁଖେ ବାହାରି ଥିବା ବେଳେ ମହିମା ପଞ୍ଚାୟତ ଡେଙ୍ଗାଗୁଡା, ଡୁଡୁକାଠେଙ୍ଗା ପଞ୍ଚାୟତ ଖଳିଗଡ଼ରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।
ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରାରେ ପହଞ୍ଚିବା ପରେ ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ସଭାପତି ଭଦ୍ରେଶ୍ୱର ପାତ୍ର, ନିଲାମ୍ବର ନାଏକ, ସୁଧିର ପାତ୍ର, ଘନଶ୍ୟାମ ନାଏକ, ଅଇରି ନାସନ ଚିନ୍ଦା, ଅର୍ଜୁନ ଅଗ୍ରୱାଲ, ମଧୁବନ ପାତ୍ର,
ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତୀ ବାଗ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଲ, ରେଙ୍ଗାଲପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ପ୍ରମୁଖ ଅହିଂସା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ ।
ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତି ନାଟ୍ୟ ପରିବେଷଣ କରିଥିଲେ ଯାହାକି ମୂଖ୍ୟ ଆକର୍ଷଣ ଥିଲା । ସେହିପରି ମହିମା ଓ ଟେମରା ଗାଁର ଘୁମୁରା, ମାଲପଡା ର ଘୁଡକା, ମହିମା ଗାଁ ର ଖଞ୍ଜଣି, ଖଲିଗଡ ର ଢୋଳ ମହୂରୀ ପରିବେଷିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ।ସନ୍ଧ୍ୟାରେ ରଥ କଳାହାଣ୍ଡି ଜିଲ୍ଲାର ଶେଷ ସୀମା ଆମପାଣିରେ ପହଞ୍ଚି ଥିବା ବେଳେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ,
ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମାଜସେବୀ ବିଘ୍ନେଶ୍ୱର ନାଏକ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ଓ ଆମପାଣି ଗ୍ରାମବାସୀ ପକ୍ଷରୁ ସ୍ୱାଗତ କରାଯାଇଛି। ମଙ୍ଗଳବାର ଅହିଂସା ରଥ କଳାହାଣ୍ଡିରୁ ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାତ୍ରା କରିବା ନେଇ ସୂଚନା ମିଲିଛି।

