Uncategorizedଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ by Sunil Chandra NayakSeptember 6, 20220107 Share0 ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ ଅଗଷ୍ଟ ୯ ରେ ପାଳିଲେ ଆମେ ସବୁ, କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ଭାବିଲେକି ସେଇ ମାନଂକର ଅବଦାନ କଥା ଯାହା ପାଇଁ ହୋଇଛି ସଭ୍ୟତାର ବିକାଶ |୧| ସବୁଠୁ ସର୍ବାଧିକ ମୂଲ୍ୟ ଦେବାକୁ ପଡିଛି ଆଦିବାସୀଙ୍କୁ ବିକାଶ ଧାରାର ପ୍ରକ୍ରିୟାରେ ତିଆରି ହୋଇଛି ନଦୀ ବନ୍ଧ, ବିଦ୍ୟୁତ, ଶିଳ୍ପ, ଖଣି ଖାଦାନ, ଅଭୟାରଣ୍ୟ ସବୁକିଛି ସେମାନଙ୍କ ଅଂଚଳରେ |୨| ସେମାନେ ନିଜର ସର୍ବସ୍ବ ହରେଇ ହୋଇଛନ୍ତି ଵାସ୍ତୁହରା ସେଇ ବିକାଶ ଧାରାର ପ୍ରକ୍ରିୟାରେ ରହିନିକି ସେମାନଙ୍କ ଅଂଚଳ ଗୁଡିକ ସବୁଠୁ ପଛୁଆ ଅଂଚଳ ଓ ତଳ ସ୍ଥାନେ ଦାରିଦ୍ର୍ୟର ସୁଚକାଙ୍କରେ |୩| ହତାଶାର କଳା ବାଦଲ ଛାଇ ହୋଇ ରହିଛି, ସମୟର ଘୁରି ବୁଲିବା ଅତଳ ଗହୀରି ଭିତରେ ଚିତ୍ରଣ କରୁନକି କୁହ ସେହି ଅଂଚଳ ଗୁଡିକୁ ଦୁର୍ଗମ, ରୋଗ ପ୍ରବଣ, ମାଓ ପ୍ରବଣ, ଅନ୍ଧାରି ଇଲାକା ଆଦି ନାମରେ |୪| ସେମାନଙ୍କ ପ୍ରାପ୍ୟ ଦେବାରେ ପୁଂଜିପତିର ସରକାର କେତେଦିନ ଯତ୍ନ ନନେଇ ସମ୍ବେଦନହୀନ ରହିବ ଇତିହାସ ଶିଖାଏ ହତାଶାର ଭାବନା ଅଗ୍ନିର ସ୍ପର୍ଶରେ ଲେଲିହମାନ ହୋଇ ଉର୍ଦ୍ଧ୍ଵକୁ ଦିନେ ଉଠିବ |୫| ସେମାନଙ୍କ ଅଖଣ୍ଡ ନୀରବତା ଭିତରୁ ଦିନେ ନା ଦିନେ ନିଶ୍ଚିତ ସୃଜନୀର ବୀଣା ବାଦନ ଶୁଭିବ ପାଉଁଶ ଭିତରେ ଲୁଚି ରହିଥିବା ସୃଜନୀ, ଅର୍ଥନୈତିକ ସ୍ଵାଧୀନତା ପାଇଁ ଅନ୍ତିମ ଯୁଦ୍ଧର ଡ଼ାକରା ଆସିବ |୬| ଚିତ୍ତ ରଞ୍ଜନ ନନ୍ଦ ଜଗତପୁର, କଟକ