ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

 ମୟୂରଭଞ୍ଜ,- (ମସିହା )୩/୦୫ // ଆଜି ହେଉଛି ବିଶ୍ୱ ପ୍ରେସ୍ ଫ୍ରୀଡମ୍ ଦିବସ । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପ୍ରେସ୍ ଫ୍ରୀଡମ୍ ଦିବସ ପାଳିତ ହେଉଥିବା ବେଳେ ରାଇରଙ୍ଗପୁରଠାରେ ବିଶ୍ୱ ପ୍ରେସ୍ ଫ୍ରୀଡମ୍ ଦିବସ ବାମନଘାଟୀ ପ୍ରେସ୍ କ୍ଲବ୍ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ବରି ସାମ୍ବାଦିକ ସୁରଥ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଏଥିରେ ସାମ୍ବାଦିକ ସୁଜିତ୍ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ବିଶ୍ୱାଳ, ତୁଷାର କାନ୍ତ ମହାନ୍ତ,ମେଘନାଦ ହେମ୍ରମ୍,ଯଶୋବନ୍ତ ବାରିକ, ନିରୋଜ ସାହୁ, ଶ୍ୟାମେଳେନ୍ଦୁ ପରିଡା,ବିକାଶ ଶର୍ମାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି ଗଣମାଧ୍ୟମର ସ୍ୱାଧିନତା ସମ୍ବବନ୍ଧରେ ଆଲୋଚନା କରିଥିଲେ ଏବଂ ସାମ୍ବାଦିକ ମାନେ ଖବର ସଂଗ୍ରହ କରିବା ଯିବା ସମୟରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି, ଏପରିକି କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାରଣାତ୍ମକ ଆକ୍ରମଣ ମଧ୍ୟ ହୋଇଥାଏ । ଏଣୁ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଏବଂ ମୁକ୍ତ ଗଣ ମାଧ୍ୟମର ଆବଶ୍ୟକତା ରହିଛି । ତେଣୁ ସରକାର ସାମ୍ବାଦିକ ସୁରକ୍ଷା ଓ ମୁକ୍ତ ଗଣ ମାଧ୍ୟମର ଆବଶ୍ୟକତା ଉପରେ ଉଚିତ୍ ପଦକ୍ଷେପ ନିଆଯାଉ ବୋଲି ମତବ୍ୟକ୍ତ ରଖିଥିଲେ । ଶେଷରେ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଡାଲିମ୍ବ ପାଇକ ରହୁଛି ଛପର ଘରେ ,କିନ୍ତୁ ତା ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ 2021 ରୁ ଅନ୍ତିମ ହୋଇ ଗଲାଣି ! ସତ କଣ ?

Sunil Chandra Nayak

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ 

Leave a Comment

error: Content is protected !!