ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ  ଙ୍କ କବିତା ସତରେ କ’ଣ ଆମେ ସ୍ୱାଧୀନ?

ସତରେ କ’ଣ ଆମେ ସ୍ୱାଧୀନ?

ପଚସ୍ତରିଟି ଶରତଋତୁକୁ ଆମ ସ୍ବାଧୀନତା ଭୋଗ କଲାଣି।
ସ୍ବାଧୀନ ଭାରତର ସନ୍ତାନ ରୂପେ ବେଶ୍ ଗର୍ବ ଆମେ କଲେଣି।।
ପରମ ଆକାଙ୍ କ୍ଷିତ ଏହି ସ୍ୱଧୀନତା ମଧୁ ଆସ୍ଵାଦ ପାଇଁ।
କେତେଯେ ମହାମନୀଷୀ ପ୍ରାଣବଳି ଦେଲେ ହିସାବ ନାହିଁ।।
ଭୁଲିଯାଇଥିଲେ ନିଜକୁ ସେମାନେ ଭୁଲିଥିଲେ ନିଜ ପରିବାର।
ବିଦେଶୀ ହାତର ଶକ୍ତ।ପଞ୍ଝାରୁ ଭାରତମାଆକୁ କଲେ ଉଦ୍ଧାର।।
କିନ୍ତୁ ଗୋଟିଏ ପ୍ରଶ୍ନ ବାରମ୍ବାର ମନକୁ କରୁଛି ଆନ୍ଦୋଳିତ।
ସତରେ କି ଆମେ ସ୍ୱଧୀନ ହୋଇଛେ ଵୁଝିଛେ ସ୍ୱଧୀନତା ମହତ୍ତ୍ୱ।‌
ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟ କାହିଁ ଗଲା ଆଜି ଉଭେଇ।
ରାତିରେ ନିରୋଳା ରାସ୍ତାରେ ନାରୀ ସୁରକ୍ଷିତକି ପାରିଛି ହୋଇ?।।
ରାତି କଥା କିଏ ପଚାରେ କିସ ନଘଟୁଛି କୁହ‌ ଦିନଟାରେ।
ନାରୀଟିଏ ଏବେ ଅସୁରକ୍ଷିତ ଭରପୁର୍ ଲୋକ ଗହଳିରେ।।
ନିରୋଳା ଜାଗାକୁ ଟାଣି ନେଇଯିବେ ମାଂସଲୋଭୀ ଶାଗୁଣା ପଲପଲ।
ଝାମ୍ପି ନେଇଛନ୍ତି ଝୁଣି ଖିଉଛନ୍ତି ମାରୁଛନ୍ତି କରି କଲବଲ।।
ସ୍ୱଧୀନ ଭାରତ ଜନତାଙ୍କ ଏଦିଗେ ସାହସ ଉତ୍ସାହ ଅଛି ଭରା।
କିଏ ବା କାହାକୁ କହିବ ଏଠି ସମସ୍ତେ ସ୍ୱଧୀନ ପରା!!
କର୍ମ ପ୍ରବଣତା ସବୁରି ହୃଦୟୁ ଧୀରେ ଧୀରେ ହେଉଅଛି ଦୂର।
ମାଗଣା ଖାଇବା ରକ୍ତେ ମିଶିଲାଣି ଆହୁରି କରିବ ହରବର।।
ଦେଶ ଦଶ କଥା ଭୁଲିଲେଣି ସର୍ବେ ହେଲେଣି ସ୍ୱାର୍ଥବଶ।
ନେତା ଓ ଜନତା ସମସ୍ତେ ସମାନ କାହାକୁ ଦବା ହେ ଦୋଷ?।।
ପ୍ରଗତି ବିକାଶ ଡିଣ୍ଡିମ ଆଜି ପିଟି ପିଟି ଆମେ ଥକୁଛୁ।
ବିକାଶ ଭ୍ରମରେ ବିନାଶ ଦିଗକୁ କ୍ରମେ କ୍ରମେ ଆମେ ଢଳୁଛୁ।।
କେବଳ ଭାଷଣ ଗଳ୍ପ କବିତାରେ ସ୍ୱଧୀନତା ଆଜି ବଞ୍ଚିଛି।
ପ୍ରକୃତ ସ୍ୱଧୀନତା କାହିଁ କେତେ ଦୂରେ ଆଖିରୁ ଲୁହ ତା ଝରୁଛି।‌।
ପରାଧୀନତାର ଦୃଢ ଶୃଙ୍ଖଳ ଆତ୍ମାକୁ ଆମ ବାନ୍ଧିଛି।
ମହାନ୍ ଆମ ଭାରତୀୟ ସଂସ୍କୃତି ଚୁପି ଚୁପି ନିଜେ କାନ୍ଦୁଛି।।
ଦେଶପ୍ରେମ ଏବେ ସ୍ୱପ୍ନ ହୋଇଲାଣି ନୈତିକବଳ ନାହିଁ।
ଅନୈତିକତାର ଭୀଷଣ ଡ୍ରାଗନଟା ଅଗ୍ନି ବର୍ଷେ ରହି ରହି।।
ଆମ ସଂସ୍କୃତିକୁ ଧରି ରଖିଥିଲେ ବିଶ୍ୱେ ହୋଇଥାନ୍ତେ ଆମେ ଗୁରୁ।
ଲାଞ୍ଚୁଆ ମିଛୁଆ ଖଚୁଆ ପେଞ୍ଚୁଆ ଜୁହାର କରନ୍ତେ ଦୂରୁ।।
ଆମ ରକ୍ତରେ ଘୃଣ୍ୟ ପାଷାଣ୍ଡ ରକ୍ତବୀର୍ଯ୍ୟ କିଏ ସୃଷ୍ଟି କଲା?‌।
ଉନ୍ନତ ସ୍ୱାଧୀନ ମହତ୍ ଚିନ୍ତନ ଅସ୍ପଷ୍ଟ ହୋଇଗଲା।।
ନୂତନ ଏକ ସ୍ୱାଧୀନତା ସଂଗ୍ରାମ ଜାଗରଣ ଏବେ ଖେଳିଉଠୁ।
କଲମ ସବୁ ବଲମ ହୋଇବେ ଶବ୍ଦ ଯୁଦ୍ଧରେ ପଟ୍ଟୁ।‌‌।
ଭାରତ ଭୂଖଣ୍ଡ ନୁହଁଇ କେବଳ ମାଟି ପାହାଡ ନଦୀର ସମାହାର।
ପୂଣ୍ୟମୟୀ ସେ ଜନନୀ ଆମର ଆମେ ଅଟୁ ସନ୍ତାନ ତାର।‌।
ଜାଗିଉଠିବା ଅମିତ ବିକ୍ରମେ ଭୟ ଭ୍ରାନ୍ତି ଆଳସ୍ୟ ଯିବ ହଟି।
ପରଶ୍ରୀକାତରତା ହିଂସାପରାୟଣତା ରହିପାରିବନି ଆଉ ଏଠି।‌।
ସତ୍ୟ ଶିବ ସୁନ୍ଦରର ପୂଜାରୀ ସଦା ଅଟୁ ଆମେ ଭାରତୀୟ।
ଦୃପ୍ତ କଣ୍ଠେ ଉଦ୍ ଘୋଷିବା ଜୟ ଭାରତ ମାତା କି ଜୟ

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ 

ଗ୍ରନ୍ଥାଗାର ଅଧିକ୍ଷକା ଡେରାବିସ ମହା ବିଦ୍ୟାଳୟ
କେନ୍ଦ୍ରାପଡ଼ା

Related posts

ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍ ର ବ୍ଲାକ ବେଲ୍ଟ ପ୍ରଦାନ

Sunil Chandra Nayak

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

Sunil Chandra Nayak

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

Sunil Chandra Nayak

Leave a Comment

error: Content is protected !!