ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

‘ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

 

ଜୟ ମାଆ ବିରଜା ମହିଷମର୍ଦ୍ଧିନୀ

ଜଗତ ରକ୍ଷା କାରିଣୀ ,

ଜଗତ ଜନନୀ ଦୁଃଖ ସଂହାରିଣୀ

ନୁହଁ ମହିଷାମର୍ଦ୍ଧିନୀ ।।

 

ସପ୍ତଶତୀ ଚଣ୍ଡୀଗ୍ରନ୍ଥେ ପ୍ରମାଣିତ

ମହିଷକୁ କଲୁ ହାନି,

ତିନି ରୂପେ ବିରାଜିତ ଏ ଧରାରେ

ମହା ଶକ୍ତି ପ୍ରଦାୟିନୀ ।।

 

ପ୍ରଥମ ପ୍ରକାର ମୂର୍ତ୍ତି ମହାମାୟୀ

ଭୁଜ ଅଟେ ତୋର ବେନି ,

ବାମ କରେ ଶୋଭା ମହିଷ ଲାଙ୍ଗୁଳ

ଦକ୍ଷିଣେ ତ୍ରିଶୂଳ କାନି ।।

 

ଦ୍ବିତୀୟ ରୂପ ତୋ ଦଶ ଭୁଜଧାରୀ

ପଡେ କେତେ ଶଙ୍ଖ ଧ୍ବନି ,

ମାନବ ମସ୍ତକେ ମହିଷର ଶିଙ୍ଗ

ରାକ୍ଷସ ବଧିଲୁ ପୁଣି ।।

 

ମନୁଷ୍ୟ ରୂପର ମହିଷାସୁରକୁ

ପ୍ରାଣେ ବିନାଶିଲୁ ଜାଣି,

ତୃତୀୟ ରୂପ ତୋ ପୂଜିତ ଜଗତେ

ତୁହି ମା” ଦୁଃଖ ହାରିଣୀ ।।

 

ତିନି ତିନି ରୂପ ଏକ ରାକ୍ଷସର

ଆସିବ କେଉଁଠୁ ପୁଣି ,

ତିନି ରୂପେ ଦୈତ୍ୟ ଜନମି ନ ଥିଲା

ସଂସାରେ ବିଚିତ୍ର ବାଣୀ ।।

 

ବଧିଲୁ ଅସତ୍ଯ ଅଧର୍ମ ଅକର୍ମ

ହୋଇ ଶକ୍ତି ସ୍ବରୂପିଣୀ

ବାହୁବଳୀ ଯେତେ ପୁରୁଷ ସମାଜ

ଡ଼ରିଲେ ତୋ ଶକ୍ତି ଜାଣି ।।

 

ଶକ୍ତି ସଂସ୍କୃତିର ଆଦିଶକ୍ତି ତୁହି

କେ ପାରିବ ତୋତେ ଚିହ୍ନି,

ଶବର କୁମର ଧ୍ଯାୟେ ନିରନ୍ତର

ଦିବା ରାତ୍ର ହୃଦେ ଭଣି ।।

 

ଉମାକାନ୍ତ ଦାସ

ଲାଲବାଗ ,ଖାନନଗର
ମଙ୍ଗଳ ପୁର , ଯାଜପୁର

୯

Related posts

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

Leave a Comment

error: Content is protected !!