ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ତଥାପି ଆଜି ମୁଁ ବଞ୍ଚିଛି 

ତଥାପି ଆଜି ମୁଁ ବଞ୍ଚିଛି 

 

ମୁଠାଏ ଦାନାରେ ପେଟ ପୁରୁନାହିଁ

ଭୋକ ଦାଉ ମୁଁ ସହୁଛି

ଦେହେ ବଳ ନାହିଁ ପାଦେ ଚାଲିବାକୁ 

ବାଟଦାଣ୍ଡ ଘୂରି ବୁଲୁଛି 

ତଥାପି ଆଜି ମୁଁ ବଞ୍ଚିଛି……..

ହାତ ଦୁଇ ମୋର ହେଲାଣି ଅବଶ

ସେ କି ଆଉ ବୋଲ ମାନୁଛି 

ଆଉ କେତେ ଦିନ ଚାଲିବ ମୋ ରଥ 

ମନରେ ଏ କଥା ଭାବୁଛି

ତଥାପି ଆଜି ମୁଁ ବଞ୍ଚିଛି…..

ଆଖି ଦୁଇ ମୋର ପରଳ ପଡିଲା

ମିଞ୍ଜି ମିଞ୍ଜି ସବୁ ଦିଶୁଛି

ଆଖି ନୁହଁ ସେ ତ କାଚ ବାଟି ପରି

ମୁହଁରେ ସେ ଶୋଭା ପାଉଛି

ତଥାପି ଆଜି ମୁଁ ବଞ୍ଚିଛି……

ଜରିପାଲ ତଳେ ବିତେ ମୋ ଜୀବନ 

ପବନଟା ଦାଉ ସାଧୁଛି

ଜହ୍ନ ତାରା ସାଥେ କଥା ହୁଏ ନିତି 

ରାତିଟା ମୋ ବିତିଯାଉଛି

ତଥାପି ଆଜି ମୁଁ ବଞ୍ଚିଛି……

ଖରା,ବରଷା,ଶୀତ କାକର କୁ

ଜୀବନ ସାଥୀ ମୁଁ କରିଛି

ପୋଷାକ ପାଇଁ କି ଚିନ୍ତା ନାହିଁ ମୋର 

ଦେହଟା ପଥର କରିଛି 

ତଥାପି ଆଜି ମୁଁ ବଞ୍ଚିଛି…….

ନପାଇଲା ଦିନ ଓପାସରେ ଶୁଏ 

ମିଳିଲେ ଆନନ୍ଦେ ଖାଉଛି

ସେତକ ପାଇ ବି ଅନ୍ତରେ ପ୍ରଭୁଙ୍କୁ

ଧନ୍ୟ ତୋର ଲୀଳା କହୁଛି 

ତଥାପି ଆଜି ମୁଁ ବଞ୍ଚିଛି……..

ଯାହା ମୁଁ ପାଇଛି କରମର ଫଳ 

ସେ ସବୁ ଆଜି ମୁଁ ଭୋଗୁଛି

ମିଛଟାରେ କାଇଁ ଦୋଷ ଲଦି ଦେବି 

ଏ ସମୟଟା ତ ଶେଷ ହେଉଛି

ତଥାପି ଆଜି ମୁଁ ବଞ୍ଚିଛି…….

 

ପ୍ରିୟବ୍ରତ ଦେହୁରୀ 

ଢେଙ୍କାନାଳ

Related posts

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

Sunil Chandra Nayak

ଫୁଲବାଣୀ ଶାଖା ଅଭିକର୍ତା ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିଶ୍ରାମ ଧାରଣା

Sunil Chandra Nayak

ବସ ଯାତ୍ରୀଙ୍କୁ ଆଶ୍ବସ୍ତି : କମିଲା ଘରୋଇ ବସଭଡ଼ା…

Leave a Comment

error: Content is protected !!