ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

   କୋଷାଗୁମୁଡ଼ା ୧୦|୦୮ (ମ ନି ସ)  କୋଷାଗୁମୁଡ଼ା ବ୍ଲକ ରେ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର  ଜଳସ୍ତର ବିପଦ ସଂକେତ ଛୁଇଁବା ସହ ତଳିଆ ଅଞ୍ଚଳ ରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ୭୦ ଜଣ  ବରିଷ୍ଠ ନାଗରିକଙ୍କୁ ବରଗାଁ ହାଇସ୍କୁଲକୁ   ସ୍ଥାନାନ୍ତରିତ କରି ରନ୍ଧା ଖାଦ୍ୟ ଯୋଗାଇ ଦେଇଛି ଓ  ବନ୍ୟା ପ୍ରଭାବିତ ଅଞ୍ଚଳରେ  ଶୁଖିଲା ଖାଦ୍ୟ ଦିଆଯାଇଥିଲା l ଲଘୁଚାପ ଜନିତ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ନବରଙ୍ଗପୁର ଜିଲ୍ଲା । ଲଘୁଚାପ ବର୍ଷାର ପ୍ରଭାବ ରେ ଗୋଟିଏ ପରେ ଗୋଟିଏ ବ୍ଲକ ପ୍ରଭାବିତ ହେବାରେ ଲାଗିଛି । ପାଣିପାଗ ବିଭାଗ ର ରିପୋର୍ଟ ଅନୁସାରେ  ସୋମବାର ରାଜ୍ୟରେ  କୋଷାଗୁମୁଡ଼ା ବ୍ଲକ ରେ ସର୍ବାଧିକ ୧୬୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ବ୍ଲକ ରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇଛି । ବ୍ଲକ ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ର ଜଳ ସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାସହ ବନ୍ୟା ପାଣି ଗାଁ ମୁଣ୍ଡ କୁ ଚାଲିଆସିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭିତ ହୋଇଛନ୍ତି । ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁସାରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦେବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ  ପ୍ରଶାସନ ତତ୍ପର ହୋଇଉଠିଛି ।  କୋଷାଗୁମୁଡ଼ା ବ୍ଲକର ୫ ଟି ପଞ୍ଚୟତ ର ୧୨ ଖଣ୍ଡ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବଢିବା ଦ୍ୱାରା  ବ୍ଲକର ଉକିଆପାଲି, ବିଞ୍ଜିଲି, ସାନଆମ୍ବଡା,ଚିରମା କେ ସେମଳା ଏହି ୫ ଟି ପଞ୍ଚାୟତର ୧୨ ଟି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବନ୍ୟା ଜଳ ଉଙ୍କି ମାରୁଛି। ଝିପିଝିପି ବର୍ଷା ଲାଗି ରହିଛି,ଯାହା ଫଳରେ ଏହି ୫ ଟି ପଞ୍ଚୟତର ୧୨ ଟି ଗାଁ ଜଳବନ୍ଦୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଚୁରାହାଣ୍ଡି ଗାଁର ୩୦ ଲୋକ ଓ ଘାଟବାସୁଲି ଗାଁର ୪୦ ଜଣ ଲୋକ ମାନଙ୍କୁ ଆଣି ବରଗାଁ ହାଇସ୍କୁଲରେ ରଖି ରନ୍ଧା ଖାଦ୍ୟ ଦିଆଯାଉଛି। ଇନ୍ଦ୍ରାବତୀ  ଓ ଭାସ୍କେଲ ନଦୀ ର ସଙ୍ଗମ ସ୍ଥଳ ଉକିଆପାଲି  ପଞ୍ଚାୟତ ର ଗାଁ ସମତଳରେ ରହୁଥିବାରୁ  ସେଠାରେ ବନ୍ୟା ଆଶଙ୍କା ସର୍ବାଧିକ ରହିଛି । ପ୍ରତିବର୍ଷ କୋଷାଗୁମୁଡ଼ା ବ୍ଲକରେ ବନ୍ୟା ଆଶଙ୍କା ରହୁଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ ପାଇଁ ନଦୀ କୁଳିଆ ଲୋକ ଦାବୀ କରି ଆସୁଛନ୍ତି, କିନ୍ତୁ ପ୍ରଶାସନ ପକ୍ଷରୁ ବାତ୍ୟାଆଶ୍ରୟସ୍ଥଳୀ ନ ଥିବାରୁ ଲୋକେ କ୍ଷୋଭ  ପ୍ରକାଶ କରିଛନ୍ତି  । ୧୧୭ ଟି ଘର ଆଂଶିକ ଭାଙ୍ଗିଥିବା ବେଳେ  ଏକ  ବିଦ୍ୟାଳୟ ର ପାଚେରୀ ଭାଙ୍ଗିଯାଇଛି । ମଙ୍ଗଳବାର ବର୍ଷାର ପରିମାଣ  କମ ରହିଥିବାରୁ ପାଣି କମିଛି ଓ  ବନ୍ୟା ଆଶଂକା କମ ରହିଥିବା ତହସିଲଦାର ସୂଚନା ଦେଇଛନ୍ତି ।  ଏଥିସହ ବ୍ଲକ ର ଚୁରାହାଣ୍ଡି, ଘାଟବାସୁଲି, କଣ୍ଟା ସରୁଗୁଡା   ତିନୋଟି ଗ୍ରାମରେ  ବନ୍ୟା ପରିସ୍ଥିତି ଉପୁଜିଲେ  ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୋଡିଙ୍ଗା ତହସିଲଦାର  ଶିବ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି l ବନ୍ୟା ଅଞ୍ଚଳର ଘାଟ ବାସୁଲୀ, ଘାଟ ଚୁରା,ଓ ବରଗାଁ  ଗ୍ରାମ ରେ କୋଷାଗୁମୁଡା ଗୋଷ୍ଟୀ ସ୍ୟାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମାନସ କୁମାର ପତି ଓ ତାଙ୍କ ଟିମ଼୍ ୮୫ ଜଣ ଙ୍କର୍  ସ୍ୟାସ୍ଥ୍ୟ ପରୀକ୍ଷା କରି   ରକ୍ତ ନମୁନା ପରୀକ୍ଷା କରିଛନ୍ତି I ଓ ଔଷଧ ବିତରଣ କରିଥିଲେ I  ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକେ ବନ୍ୟା ଆଶ୍ରୟ ସ୍ଥଳ ନ ଥିବାରୁ  ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି I ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ହିଁ ପ୍ରଶାସନ ପକ୍ଷରୁ ଚୁଡା,ଗୁଡ ଦେଇ ସନ୍ତୁଷ୍ଟ କରୁଛନ୍ତି l କିନ୍ତୁ ବନ୍ୟା ଅଞ୍ଚଳରେ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଶ୍ରୀବିଦ୍ୟାଧର ମହାନ୍ତ ଙ୍କ କବିତା ଶଙ୍କରା ଭରଣ

Sunil Chandra Nayak

କିଡନୀ ରୋଗୀକୁ ସହାୟତା ର ହାତ ବଢ଼ାଇଲା ଜୁନାଗଡ଼ ଡ୍ରାଇଭର ମହାସଂଘ

Sunil Chandra Nayak

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!