ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଲୋକନାଟକରେ ଶୈଳେନ୍ଦ୍ର ଆଚାର୍ଯ୍ୟ,

ଲଳିତ କଳାରେ ପୃଥ୍ଵୀରାଜ ସିଂଦେଓ

ମ.ରାମପୁର, ୧୦।୮(ମସୀହା): ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁଥିବା ମହାବୀର ମହୋତ୍ସବ ଅବସରରେ ସମ୍ମାନିତ ହେବେ ମଦନପୁର ରାମପୁରର ତିନି ପ୍ରତିଭା। ଯୁବ ପର୍ବତାରୋହୀ, କବି ତଥା ଅଭିନେତ୍ରୀ ସୁଶ୍ରୀ ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ମଦନପୁର ରାମପୁର ନିବାସୀ ମିହିର କୁମାର ଦୁବେ ଓ ସୁଷମା ଦୁବେଙ୍କ ସୁପୁତ୍ରୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ସ୍ବର୍ଗତ ପଦ୍ମନାଭ ଦୁବେଙ୍କ ପୌତ୍ରୀ ଲିପ୍‌ସା ହେଉଛନ୍ତି ରାଜ୍ୟର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ। ରାଜ୍ୟ ତଥା ଦେଶର ବିଭିନ୍ନ ପର୍ବତାରୋହଣ ଅଭିଯାନରେ ସାମିଲ ହୋଇ ସେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସାହିତ୍ୟ ଓ ଅଭିନୟରେ ବି ତାଙ୍କର ଦକ୍ଷତା ରହିଛି। ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହେବାସହ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ପୂର୍ବରୁ ସେ ଦେବଗିରି ଯୁବ ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ। ସଂପ୍ରତି ସେ କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା କୌଶିକ ବାବା ଡିଗ୍ରୀ କଲେଜର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ। ସେହିପରି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲଳିତକଳା ଶିଳ୍ପୀ ପୃଥ୍ଵୀରାଜ ସିଂଦେଓଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ। ଭାରତ ତଥା ବିଦେଶରେ ବିଭିନ୍ନ ଜାଗାରେ ତାଙ୍କର କଳାକୃତି ଉଚ୍ଚ ପ୍ରଶଂସିତ ହୋଇଛି। ଏଥିପାଇଁ ସେ ଜାପାନ ସରକାରୀ ବୃତ୍ତି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବୃତ୍ତି, ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସଂପ୍ରତି ସେ ଗୁଜରାଟ ଭୁଜ ସ୍ଥିତ କୁଚ୍ ପୋଟର୍ ଅନୁଷ୍ଠାନରେ ଉପଦେଷ୍ଟା ଭାବେ ଅବସ୍ଥାପିତ। ଏଥିସହ ଲୋକନାଟକ କ୍ଷେତ୍ରରେ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ସମ୍ମାନ ପ୍ରଦାନ କରାଯିବ। ମଦନପୁର ରାମପୁର ମହାବିଦ୍ୟାଳୟରେ ଅଧ୍ୟାପନାରତ ଶ୍ରୀ ଆଚାର୍ଯ୍ୟ ଦୀର୍ଘ ବର୍ଷ ଧରି ଲୋକକଳା ଓ ଲୋକନାଟକ କ୍ଷେତ୍ରରେ ଗବେଷଣାରତ। ରାମଲୀଳା, କାମନା ଦଣ୍ଡ ସମେତ ଅନେକ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ସେ କଳାହାଣ୍ଡି ନାଟ୍ୟକଳାର ପୁନର୍ଜାଗରଣରେ ବ୍ରତୀ ଅଛନ୍ତି। ଲୋକ ନାଟକ ଧାରା ରେ ସେ ଅନେକ ପରୀକ୍ଷା ନିରୀକ୍ଷା କରି ସଫଳ ହେବା ସହ ଓଡ଼ିଶା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହେଇଛନ୍ତି । ଉକ୍ତ ପ୍ରତିଭା ତ୍ରୟଙ୍କୁ ଯୁଗଯାତ୍ରୀ ସାହିତ୍ୟ ସଂସଦ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍‌ ତଥା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପାପଡାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!