ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ମହାବିଦ୍ୟାଳୟ ରେ ଶିକ୍ଷା (ଏଜୁ କେସନ୍) ବିଭାଗ ର ସେମିନାର

ଧର୍ମଗଡ:୧୯/୪/୨୨: ଧର୍ମଗଡ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଏଜୁକେଶନ (ଶିକ୍ଷା) ବିଭାଗ ର ଏକ ସେମିନାର ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମୂଖ୍ୟ ଅଧ୍ୟାପିକା ସୁଜାତା ମହାନ୍ତି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ସେମିନାର ରେ ଜୟନ୍ତୀ ମୁଦୁଲି ଅଧ୍ୟକ୍ଷତା କରିଥିବା ବେଳେ ପଦ୍ମାଳୟା ଦଣ୍ଡସେନା ମୂଖ୍ୟ ଅତିଥି, ଅଧ୍ୟାପିକା ଅନିତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରୀ ହରପ୍ରିୟା ମାଝୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରୀ ଅନୁଷ୍କା କୁମାର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ରେଶମା ଡଙ୍ଗରୀ ଓଡ଼ିଶାରେ ପ୍ର।ଥମିକ ଶିକ୍ଷାର ଇତିହାସ, ହସିନା ବାଗ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଉପରେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସୋଦନ ନାଏକ, ଲକ୍ଷ ପତି ନାଏକ, ହିମାଂଶୁ ସା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ଅଂଶ ଗ୍ରହଣ କାରି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲା ବେଳେ ଛାତ୍ରୀ ନବିନା ସେଠୀ ଧନ୍ୟବାଦ ଜ୍ଞାପନ କରି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ସାହିତ୍ୟ ଅଗଣା

Sunil Chandra Nayak

ମଡେଲ ଡିଗ୍ରୀ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!