ଧର୍ମଗଡ:୧୯/୪/୨୨: ଧର୍ମଗଡ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଏଜୁକେଶନ (ଶିକ୍ଷା) ବିଭାଗ ର ଏକ ସେମିନାର ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମୂଖ୍ୟ ଅଧ୍ୟାପିକା ସୁଜାତା ମହାନ୍ତି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ସେମିନାର ରେ ଜୟନ୍ତୀ ମୁଦୁଲି ଅଧ୍ୟକ୍ଷତା କରିଥିବା ବେଳେ ପଦ୍ମାଳୟା ଦଣ୍ଡସେନା ମୂଖ୍ୟ ଅତିଥି, ଅଧ୍ୟାପିକା ଅନିତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରୀ ହରପ୍ରିୟା ମାଝୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରୀ ଅନୁଷ୍କା କୁମାର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ରେଶମା ଡଙ୍ଗରୀ ଓଡ଼ିଶାରେ ପ୍ର।ଥମିକ ଶିକ୍ଷାର ଇତିହାସ, ହସିନା ବାଗ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଉପରେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସୋଦନ ନାଏକ, ଲକ୍ଷ ପତି ନାଏକ, ହିମାଂଶୁ ସା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ଅଂଶ ଗ୍ରହଣ କାରି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲା ବେଳେ ଛାତ୍ରୀ ନବିନା ସେଠୀ ଧନ୍ୟବାଦ ଜ୍ଞାପନ କରି ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।