ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁରର କୁନିଝିଅ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କଲେ

କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ପୋଲିସ ପଡ଼ାର କୁନି ଝିଅ ଦେବାଂଶି ଦେଖାଇଳେ କମାଲ୍ । ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କରି ମ.ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ।

ଦେବାଂଶି ଇଂରାଜୀ ବର୍ଣ୍ଣମାଳା ଶବ୍ଦ ସହ ସାତୋଟି ମହାଦେଶର ନାମ, ଆଠଟି ଗ୍ରହର ନାମ, ଚାରୋଟି ମନ୍ତ୍ର, ସପ୍ତାହର ସାତ ବାର ନାମ, ୧୨ମାସ ର ନାମ, ଦୁଇ ଖନ୍ଦା ପଣକିଆ, ଦଶଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର, ଭାରତ ର ଚଉଦଟି ରାଜ୍ୟର ରାଜଧାନୀ, ଚରୋଟି ଐତିହାସିକ କୀର୍ତ୍ତିର ନାମ, ଏଗାରଟି ଜାତୀୟ ସଙ୍କେତ, ଏକୋଇଶିଟି ପଶୁ, ଛଅଟି ପଶୁ ଶାବକ,ଦଶଟି କାର୍ଯ୍ୟ, ଆଠଟି ଜ୍ୟାମିତିକ ଆକୃତି, ଦଶଟି ଫଳ,ନଅ ଟି ପନିପରିବାର ନାମ ଇତ୍ୟାଦିକୁ ନିର୍ଭୁଲ ଭାବରେ କହି ଏହି ରେକର୍ଡ଼ ହାସଲ କରିଛନ୍ତି ।

ଏହି ରେକର୍ଡ଼ ପରେ ତାଙ୍କୁ ମେଡ଼ାଲ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପିତା ବିକାଶ ରଞ୍ଜନ ମହାରଣା ଏବଂ ମାତା ରିପି ମହାରଣାଙ୍କ ସୁକନ୍ୟା ଦେବାଂଶିଙ୍କ ବୟସ ଦୁଇ ବର୍ଷ ନଅ ମାସ l ଏହି ସଫଳତା ପରେ ତାଙ୍କରି ପାଖରୁ ଶୁଭେଚ୍ଛାର ସୁଅ ଛୁଟିବା ସହିତ ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ଏହି କାମନା କରାଯାଉଛି
ମ.ରାମପୁରରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l

Related posts

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

Sunil Chandra Nayak

କଲମପୁର ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାବରେ ମୋତି ବିହାରୀ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ନର୍ଲା ରେ ମିଶନ ଶକ୍ତି ଋଣ ମେଳା: ଯୋଗ ଦେଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!