ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା ତା ୩.୩.୨୦୨୨ ଆଜି ଅପରାହ୍ନ ୪.୦୦ଘଣ୍ଟା ସମୟରେ ଜିଲ୍ଲାପାଳ କଳାହାଣ୍ଡି ଡ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଈଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ପଦକ୍ଷେପ ନେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ପାଠ କରିଥିଲେ। ଜିଲ୍ଲାପାଳ ଡ଼ ଗାଭାଲି ଗ୍ରୀଷ୍ମପ୍ରବାହ ଯୋଗୁଁ ସୃଷ୍ଟି ଅଂଶୁଘାତ ମୃତ୍ୟୁ କୁ ରୋକିବା ଏବଂ ନିଜ ଦାୟିତ୍ୱ କୁ ନିଷ୍ଠାର ସହ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିଡିଏମଓ ଗ୍ରୀଷ୍ମ ଋତୁରେ କଣ କରିବା ଓ କଣ ନ କରିବା ସମ୍ବଧୀୟ ଲିଫ୍ଲେଟ୍ ଓ ପୋଷ୍ଟର୍ ଯଥାଶୀଘ୍ର ସିଡିପିଓ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ତଥା ସ୍ବାସ୍ଥ୍ୟ କେନ୍ଦ୍ର କୁ ଯୋଗାଇ ଏହାର ବିଶେଷ ପ୍ରଚାର ଓ ସଚେତନତା ବାର୍ତ୍ତା ଦେବାପାଇଁ କାର୍ଯ ଆରମ୍ଭ କରିବାକୁ ଜିଲ୍ଲାପାଳ କହିଥିଲେ। ସେଭଳି ଗ୍ରାମପଞ୍ଚାୟତ, ଏନ୍ ଏ ସି, ପୌର ପରିଷଦ, ବିଡ଼ିଓ ନିଜ ନିଜ ଅଂଚଳ ରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା, ପିଏଚସି,ସିଏଚସି,ଉପଖଣ୍ଡ ଓ ଡାକ୍ତଖାନା ଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ ବା କୁଲର ବ୍ୟବସ୍ଥାଯୁକ୍ତ କୋଠରୀ ର ବ୍ୟବସ୍ଥା ,ଯଥେଷ୍ଟ ଓ ଆର୍ ଏସ୍ , ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ସି ଡି ଏମ୍ ଓ ଙ୍କୁ ଦାୟିତ୍ଵ ଦିଆଗଲା। ଗ୍ରାମାଞ୍ଚଳ ଓ ସହରମାନଙ୍କରେ ପାନୀୟ ଜଳର ସମସ୍ୟା ଓ ଏହାର ନିରାକରଣ ପାଇଁ ସବୁ ନଳକୂପ କୁ କାର୍ଯ୍ୟକ୍ଷମ , ଟ୍ୟାଙ୍କର ,ପି ଏଚ ଡି ପାଣିର ଯୋଗାଣ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ କରିବାକୁ ଆର୍ ଡବ୍ଲୁ ଏସ୍ ଏସ୍ ଓ ପି ଏଚ ଡି ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ଅଭିଯୋଗ ପାଇବାର ୪୮ ଘଣ୍ଟା ମଧ୍ୟରେ ନଳକୂପ କାର୍ଯ୍ୟକ୍ଷମ କରିବେ ଆର୍ ଡବ୍ଲୁ ଏସ୍ ଏସ୍ ବିଭାଗ।ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ଶ୍ରମିକ ମାନଙ୍କୁ ଦିନ ୧୧.୦୦ ଘଣ୍ଟା ରୁ ଦିବା ୩.୩୦ ଘଣ୍ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ ନ କରିବାକୁ ବିଶେଷ ଧ୍ୟାନ ଦେବେ।ଅଂଶୁଘାତ ପାଇଁ ଜିଲ୍ଲାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ ଏବଂ ଏହାର ଫୋନ ୦୬୬୭୦୨୩୦୪୫୫ ସେଭଳି ଉପଜିଲ୍ଲାପାଳ, ବି ଡି ଓ, ଇ ଓ, ଆର୍ ଡବ୍ଲୁ ଏସ୍ ଏସ୍, ପି ଏଚ ଡି ନିଜ ନିଜ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ଏହାର ଫୋନ୍ ନମ୍ୱର୍ ସମସ୍ତଙ୍କ ସୂଚନା ନିମନ୍ତେ ଜଣାଇବେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ମାନଙ୍କରେ ଅଂଶୁଘାତ ଜନିତ ଅସୁବିଧାକୁ ପ୍ରତିହତ ତଥା ସଚେତନତା ପାଇଁ ଅଧ ଘଣ୍ଟାର କ୍ଲାସ୍ ଛାତ୍ରମାନଙ୍କୁ ଦିଆଯିବ। ବସ ମାଲିକଙ୍କ ସୂଚନା ପାଇଁ ଦିନର ସକାଳ ୧୧.୦୦ଘଣ୍ଟା ରୁ ଅପରାହ୍ନ ୩.୦୦ ଘଣ୍ଟା ପର୍ଯ୍ୟନ୍ତ ଯାନ ଚଳାଇବlକୁ ଏଡ଼ାଇବା ପାଇଁ ଚେଷ୍ଟା କରିବେ ଏବଂ ନିଜ ନିଜ ଯାନ ରେ ଓ ଆର୍ ଏସ୍ ତଥା ପାନୀୟ ଜଳ ର ବ୍ୟବସ୍ଥା କରିବେ। ବିଦ୍ୟୁତ୍ ଯୋଗାଣ ଯେଭଳି ବ୍ୟାହତ ନ ହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଏସ୍ ଇ , ଟି ପୀ ଡବ୍ଲୁ ଓ ଡି ଏଲ୍ ଙ୍କୁ କୁହାଗଲା ସି ଡି ଭି ଓ ପ ଶୁ  ସମ୍ପଦ କୁ ଅଂଶୁଘତଜନିତ ମୃତ୍ୟୁ ରୁ ରକ୍ଷା କରିବା ପାଇଁ ବିଶେଷ ବ୍ୟବସ୍ଥା,ପାନୀୟ ଜଳ ଓ ଔଷଧ ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଗଲା। ସଭାରେ ସଂପୃକ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ମ ନି ସ 

Related posts

ନବ ନିଯୁକ୍ତ ଯୁବ ବିଜେଡି ସଭାପତି ଓ ସମ୍ପାଦକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ବି ଜେ ଡି ର ସମ୍ବର୍ଦ୍ଧନା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

କିଷାନ ସଂଘ ପକ୍ଷରୁ ଗୋଳାମୁଣ୍ଡା ବ୍ଲକ ଘେରାଓ ଓ ଗଣ ଧାରଣା

Sunil Chandra Nayak

Leave a Comment

error: Content is protected !!