ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ହାତରେ ଧରାପଡିଲେ ଗୁଣୁପୁର ଶିକ୍ଷା ଅଧିକାରୀ

  ରାୟଗଡା -: ୨/୩- ମ.ନି.ସ:- ଅନେକ ସମୟରେ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଓ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିବା ଭଳି ଅଭାବନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏହି ଭଳି ଏକ ଘଟଣା ସାମ୍ମାକୁ ଆସିଛି ଯାହାକି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକର ଶିକ୍ଷା ଅଧିକାରୀ ଅନ୍ତର୍ଯ୍ଯାମୀ ବେହେରା ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ସୂଚନାରୁ ଜଣାପଡିଛି ଯେ,ଚାକିରୀରୁ ଅବସର ନେଇଥିବା ୨୯ ଜଣ ଶିକ୍ଷକଙ୍କ ବାକିଥିବା ଟଙ୍କା ପାଇନଥିଲେ। କେତେକ ଶିକ୍ଷକ ମଧ୍ୟ ସେମାନଙ୍କ ଏରିଅର ଟଙ୍କା ପାଇନଥିଲେ। ଏସବୁ ଟଙ୍କା କରାଇ ଦେବା ପାଇଁ ବ୍ଳକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ଯାମୀ ବେହେରା ଲାଞ୍ଚ ମାଗିଥିଲେ।ଚାକିରୀ ରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ପ୍ରଭାତ୍ କୁମାର ମହାପାତ୍ର ଜୟପୁର ଭିଜିଲାନ୍ସ ଏସ୍ ପି ଙ୍କ ନିକଟରେ ଲାଞ୍ଚ ମାଗିବା ସର୍ମ୍ପକରେ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁସାରେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଗୁଣୁପୁର ଶାନ୍ତି ନଗର ସ୍ଥିତ ବ୍ଳକ ଶିକ୍ଷା ଅଧିକାରୀ ରହୁଥିବା ଭଡା ଘରେ ପହଞ୍ଚି ଥିଲେ। ପୂର୍ବ ପ୍ରସ୍ତୁତ ଅନୁସାରେ ଶ୍ରୀ ମହାପାତ୍ର ଟଙ୍କା ଦେବା ପରେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଚଢଉ କରି ଲାଞ୍ଚ ବାବଦରେ ଦିଆଯାଇଥିବା ଟଙ୍କା ଜବତ କରି ବିଇଓଙ୍କୁ ଗିରଫ୍ କରିଥିଲେ। ବିଇଓ ଙ୍କ କାର୍ଯ୍ଯାଳୟ ରେ ମଧ୍ୟ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ପକ୍ଷରୁ ଭୂବନେଶ୍ୱର ସ୍ଥିତ ଶୁଭମ୍ ଦୈତାରୀ କଂପ୍ଳେକ୍ସର ପ୍ଲାଟ ଏବଂ ବରଗତ ଜିଲ୍ଲା ବରପାଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରି ଭିଜିଲାନ୍ସ କେସ୍ ନମ୍ବର ୪/୨୨ରେ ବିଇଓ ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ବିଷୟରେ ଭିଜିଲାନ୍ସ ପ୍ରକାଶ କରିଛନ୍ତି। ଏହି ଚଢ଼ାଉ ସମୟରେ ଆନନ୍ଦ ବେହେରା ବି.ଏସ୍.ଏସ୍. ଶର୍ମା ସରକାରୀ ସାକ୍ଷୀ ଙ୍କ ସହ ସାମିଲ ହୋଇଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

Sunil Chandra Nayak

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

Sunil Chandra Nayak

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

Sunil Chandra Nayak

Leave a Comment

error: Content is protected !!