ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ସବୁ ଦାଣ୍ଡ ଠାରୁ ତୋ ସେ ବଡ଼ଦାଣ୍ଡ

    ସଦା ଲାଗେ ଏ ଗହଳି

ଭକତ ଆସୁଛି ଭକତ ଯାଉଛି

    ପଦେ କହି ଭକ୍ତି ଅଳି।

ନଡ଼ିଆ ଭାଙ୍ଗୁଛି ଫୁଲ ଧୂପ ଦୀପ

     ଦେଇ କରି ମନ୍ତ୍ର ପାଠ

ଭକତି ଭାବରେ ମିନତୀ କରୁଛି

    ଜନ ଦିଅ ଶାନ୍ତି ବାଟ।

ଭଜନ ଜଣାଣ ସଂକୀର୍ତ୍ତନ ଭାବ

     ହୃଦୟ ହୁଏ ପବିତ୍ର

ଚାହିଁ ଦେଲେ ପ୍ରଭୁ ଭକ୍ତି ଆସେ ସବୁ

    ଯୋଡ଼ି ହାତ ନମ୍ଃ ନେତ୍ର।

ପ୍ରଭୁ କରି ଯାତ୍ରା ଦକ୍ଷିଣ ମୋଡରେ

        ଭକ୍ତ ଭଗବାନ ଭେଟ

ବଡ଼ଦାଣ୍ଡ ପରେ ମିଳନ ହେଉଛି

       ଜନ ଦିଅ ମୁକ୍ତି ବାଟ।

ଷଷ୍ଠ ଦିନ ପ୍ରଭୁ ଦିନ ରହୁ ଶୁଭ 

    ଭକ୍ତି ମୋର ପାଦ ତଳେ

ସାରା ଏ ଜୀବନ ତୁମ ସେବା ଥିବି

     ଶାନ୍ତି ରଖ ଧରା ସ୍ଥଳେ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

Sunil Chandra Nayak

ବଜ୍ରପାତରେ ମହିଳା ଗୁରୁତର ମେଡିକାଲରେ ଭର୍ତ୍ତୀ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର -2022 ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ର କାର୍ଯ୍ୟସୂଚୀ

Sunil Chandra Nayak

Leave a Comment

error: Content is protected !!