ପ୍ରାରଵ୍ଧ
ରଞ୍ଜିତା ପତି
ପ୍ରାରଵ୍ଧ ର ଫଳ
ଅବଶ୍ୟମ୍ଭାବୀ ଯେ
ଅବଶ୍ୟ ଭୁଞ୍ଜିଵେ ସର୍ଵେ
ରହିଅଛି କଥା
ପୂର୍ବ ଜନ୍ମ ଫଳ
ମନୁଷ୍ୟ ଭୋଗେ ଏ ଜନ୍ମେ
କୃତକର୍ମ ଫଳ
କର୍ମ ଅନୁସାରେ
ଜୀବନେ ହୁଏ ପ୍ରାପତ
ଭଲକର୍ମ ପାଇଁ
ଭଲଫଳ ପୁଣି
ମନ୍ଦ କର୍ମ ରେ ଵିଷାଦ
ପ୍ରାରଵ୍ଧ ରହିଛି
ରହିଥିବ ଭଵେ
ଈଶ୍ଵର ଙ୍କୁ କରଧ୍ୟାନ
ଉଚିତ କର୍ମରେ
ସଦାବ୍ରତୀ ହେଲେ
ଧନ୍ୟ ହେଵ ଏ ଜୀବନ
ଅପଚିନ୍ତା ହରି
ପାପକର୍ମ ତେଜି
ସଞ୍ଚୟ କର ସୁକର୍ମ
ପୂଣ୍ୟମୟ ହେଵ
ଜୀଵନ ସରସୀ
ନଥିବ ପ୍ରାରଵ୍ଧ ନାମ
ଏ ଜୀଵନ ଅଟେ
ଅଳିକ ଭଙ୍ଗୁର
ପ୍ରଭୁ ପଦେ ଥାଉ ମତି
ପ୍ରାରଵ୍ଧୁ ତାରିବେ
ସେ ମଙ୍ଗଳମୟ
ମୋକ୍ଷ ଅର୍ଥେ ବିଶ୍ଵପତି ।
ଗଞ୍ଜାମ