ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାର ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ

ରାଉରକେଲା/ ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ କରାଯାଇଛି। ପାଠାଗାରର ସଭାପତି ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ବ ତଥା ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ସଞ୍ଜୟ ହାତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଗୋପବନ୍ଧୁଙ୍କୁ ଜଣେ ସମର୍ପିତ ପ୍ରତିଷ୍ଠାତା ଭାବେ ଅବହିତ କରି ସେ ଏକାଧାରରେ ଜଣେ ଶ୍ରେଷ୍ଠ ଜାତୀୟତାବାଦୀ,ସମାଜ ସଂସ୍କାରକ ଏବଂ ଦୂରଦୃଷ୍ଟି ସଂପନ୍ନ ଶିକ୍ଷାବିତ ଥିଲେ ।ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ରେ ସେ କହିଥିଲେ ଯେ ଗୋପବନ୍ଧୁ ମାନବବାଦର ବିକାଶରେ ଯେପରି ନିଷ୍ଠାର ସହ କାର୍ଯ୍ୟ କରି ଯାଇଛନ୍ତି ତାହା ଇତିହାସରେ ବିରଳ ଅଧ୍ୟାୟ ବୋଲି କୁହାଯାଇପାରେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଆଦ୍ୟାଶା ପାଣିଗ୍ରାହୀ,ସାଇ ପ୍ରତିଭା ପ୍ରଧାନ,ଆଶିଷ ରାଉତ, ସ୍ବରୂପା ପାଣିଗ୍ରାହୀ,ସାଇନି ପ୍ରିୟଦର୍ଶନୀ ଜେନା ଉତ୍କଳମଣି ଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତି, ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରା ଓ ଅଧ୍ୟାପକ ଡଃ ଅରବିନ୍ଦ ଦାସ ଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବଂଧୁ ସାହୁ,ବିଜୟ ପାତ୍ର, ଅଶୋକ ବଳ,ଜ୍ଞାନେନ୍ଦ୍ର ଦାଶ,ଡଃ ଜୟନ୍ତୀ ପାଢୀ, ପି ପି ରାୟ,ଅଭିରାମ ପ୍ରଧାନ,ମନୋଜ କୁମାର ପଣ୍ଡା,ଡା ବସନ୍ତ ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ଜଗନ୍ନାଥ ରାଉତ, ଡଃ ସୁମନ ଦତ୍ତ, ରାଜୀବ ପାଣି,ଗୋପୀନାଥ ପଟ୍ଟନାୟକ,ବନ୍ଦନା ପଟ୍ଟନାୟକ,କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ପାଠାଗାରର ବାର୍ଷିକୋତ୍ସବ କୁମାର ପୂର୍ଣ୍ଣିମା ପାଇଁ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

Sunil Chandra Nayak

ଖଡିଆଳ ବ୍ଲକ ବରଗାଁରେ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେସିଙ୍ଗା ଏନଏସି ରେ ମୋ ଖତ କାର୍ଯ୍ୟକ୍ରମ

Leave a Comment

error: Content is protected !!