ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

ବୌଦ୍ଧ -25/10- ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ରୂପେ ପରିଚିତ ବୌଦ୍ଧ ଜିଲ୍ଲାରେ ଯୋଗାଯୋଗ ର ବିକାଶ ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ l ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ଓ ସେତୁ ନିର୍ମାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l ବୌଦ୍ଧ ଉପକଣ୍ଠରେ ମହାନଦୀ ଉପରେ ଏକ ସୁଦୀର୍ଘ ସେତୁ ନିର୍ମିତ ହୋଇଥିବା ବେଳେ ହରଭଙ୍ଗା – ଧଳପୁର ରାସ୍ତାର ଖରଶଙ୍ଖୁଲେଇ ଠାରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଏହା ହେଉଛି ଦ୍ଵିତୀୟ ସେତୁ l ନାବାର୍ଡ ସହାୟତାରେ 168 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ସେତୁ ଏବଂ ଆପ୍ରୋଚ ରୋଡ଼ କାମ ସମ୍ପୂର୍ଣ୍ଣ ହୋଇ କେବଳ ଲୋକାର୍ପଣ ଅପେକ୍ଷାରେ l ଆଜକୁ ତିନିମାସ ତଳେ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ଏହି 3 କିଲୋମିଟର 32 ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁର ଉଦଘାଟନ କୁ ଅଂଚଳବାସୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି l ଉଭୟ ପାର୍ଶ୍ୱ ର ଫୁଟପାଥ ( ପାଦଚଳା ରାସ୍ତା ) କୁ ମିଶାଇ ସେତୁର ଓସାର ସାଢେ ଏଗାର ମିଟର ଏବଂ ନଦୀ ଭିତରେ ସେତୁର 59 ଟି ପିଲର ଥିବାବେଳେ ନଦୀ ବାହାରେ 28 ଟି ପିଲର ରହିଛି l ବୌଦ୍ଧ, ପୁରୁଣା କଟକ ଓ ହରଭଙ୍ଗା ପଟୁ ଏହି ସେତୁକୁ ସଂଯୋଗକାରୀ ରାସ୍ତା ରହିଛି l ପୁରୁଣା କଟକ 57 ନମ୍ବର ଜାତୀୟ ରାଜପଥ ଠାରୁ ଧଳପୁର – ଆଠମଲ୍ଲିକ ସେତୁକୁ ସଂଯୋଗ କରିବା ପାଇଁ 11 କିଲୋମିଟର 328 ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଏହାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି l ପୂର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯିବ l ଏଥିପାଇଁ 92 ଏକର ଜମି ଅଧିଗ୍ରହଣ କରାଯିବାର ପ୍ରସ୍ତାବ ରହିଛି l ଅତ୍ୟାଧୁନିକ ନିର୍ମାଣ କୌଶଳର ଉପଯୋଗ କରାଯାଇ ନିର୍ମିତ ହୋଇଛି ଧଳପୁର – ଆଠମଲ୍ଲିକ ମହାନଦୀ ସେତୁ l ଇତିମଧ୍ୟରେ ରାଜ୍ୟ ପୂର୍ତ୍ତମାନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ତ୍ତ ବିଭାଗ ର ଅତିରିକ୍ତ ସଚିବ ମନୋରଞ୍ଜନ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଶ୍ୱ ବ୍ୟାଙ୍କ ର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ସେତୁ ପରିଦର୍ଶନ କରିବା ସହ ସେତୁ ନିର୍ମାଣକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି l ବୌଦ୍ଧ ର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ଯେ ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l କେବଳ ଆନୁଷ୍ଠାନିକ ଭାବରେ ଉଦଘାଟନକୁ ଅପେକ୍ଷା l ଉଲ୍ଲେଖଯୋଗ୍ୟ ଯେ ଏହି ସେତୁ ନିର୍ମାଣ ପାଇଁ ଅନେକ ଦିନରୁ ଦାବୀ ହୋଇଆସୁଥିଲା l ଏବେ ତାହା ପୂରଣ ହୋଇଛି l ଏହି ସେତୁ ନିର୍ମାଣ ହେବା ଫଳରେ ସମ୍ବଲପୁର, ଅନୁଗୁଳ, କଟକ ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ଗମନାଗମନରେ ସୁବିଧା ହେବା ସହ ଦୂରତା ହ୍ରାସ ପାଇବ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ 

Sunil Chandra Nayak

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

Sunil Chandra Nayak

Leave a Comment

error: Content is protected !!