ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୋରାଡବରା ଛକ ଠାରେ ଜଳଛତ୍ର ଖୋଲିଲା କଳାରୁଦ୍ର ଯୁବକ ସଂଘ

କର୍ଲାମୁଣ୍ଡା: ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ଏବଂ ଜଳର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ ଯୋରାଡବରା ଛକ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱ ରେ କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ଖୋଲାଯାଇଛି l ଯୋରାଡବରା ଛକ ରେ ଥଣ୍ଡା ପାନୀୟ ଜଳର ସୁବିଧା ନଥିବାରୁ ପଥଚାରି ଏବଂ ସ୍ଥାନୀୟ ବ୍ୟକ୍ତି ମାନେ ବହୁତ ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ l ପାଣି ପାଇଁ ଆଉ ଲୋକେ ହନ୍ତସନ୍ତ ହେବେ ନାହିଁ ବୋଲି ଗ୍ରାମବାସୀ ମତପ୍ରକାଶ ରଖିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, କୋଷାଧ୍ୟକ୍ଷ ଡୋଳାମଣୀ ସାହୁ, ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଲଳିତ ସାହୁ, ଭଗତ ସାହୁ, ଭୈରବ ସାହୁ, ଚୁମନ ସାହୁ ଏବଂ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ସେମି ଫାଇନାଲ ରେ ଜୁନାଗଡ଼

Sunil Chandra Nayak

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

Sunil Chandra Nayak

Leave a Comment

error: Content is protected !!