ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶପୁରଯୋନ ଡମ୍ବସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

ଗୋଳାମୁଣ୍ଡା/ମସିହା/ବହୁମୁଖୀ ପ୍ରତିଭାର ମହାମାନବ ଡା,ଭୀମରାଓ ଆମ୍ବଦକର ଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଆସନ୍ତା ଅପ୍ରେଲ୧୪/୪/୨୨/ଗୁରୁବାର ଦିନ କାର୍ଲି ବଜାର ପଡିଆ ଠାରେ ମହା ସମାରୋହରେ ପାଳିତ ହେବା ସକାଶେ ଆଜି ଦଶପୁର ଯୋନ ସ୍ତରିୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଦଶପୁର ଯୋନ ସଭାପତି ଙ୍କ ନେତୃତ୍ବରେ ଥିବା ବେଳେ ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦର ସଭାପତି ରାମକୁମାର ସେନାପତି ମଧ୍ୟ ଉପସ୍ଥିତ ଥିଲେ, ତତ ସହିତ ଦଶପୁର ଯୋନର ଓ କାର୍ଲି ଗ୍ରାମର ଭିମା ବାଗ, ମହେନ୍ଦ୍ରଦୁର୍ଗା, ମୁରଲୀ ବାଗ, ଭୁବନେଶ୍ୱର ସୁନାନୀ ,ପୃଥ୍ୱୀରାଜ ତାଣ୍ଡି,ତ୍ରିନାଥ ବାଗ, ଟଙ୍କ ଧର ବାଗ, ରଘୁନାଥ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଆମ୍ବଦକର ଜୟନ୍ତୀ କିଭଳି ସୁଚାରୁ ରୂପେ ପାଳନ ହେବ ଏବଂ ଏହି ସଭାରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ନବ ନିର୍ବାଚିତ ବିନ୍ଦୁମହାନନ୍ଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା  କରିବା  ପାଇଁ ଓ ଗୋଳାମୁଣ୍ଡା ବ୍ଲକର ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତର ସରପଞ୍ଚ/ସମିତି ସଭ୍ୟ/ମେମ୍ବର ମାନଙ୍କୁ ମଧ୍ୟ ସମାନିତ କରା ଯିବା ସକାଶେ ସଭାରେ ଆଲୋଚନା ହୋଇଥିଲା, ତେଣୁ ଉକ୍ତ ସଭାରେ ଗୋଳାମୁଣ୍ଡା ବ୍ଲକରେ ଥିବା ଡମ୍ବସମାଜ ବିକାଶ ପରିଷଦ ପକ୍ଷରୁ ବହୁ ସଂଖ୍ୟକ ଭାବେ ଯୋଗ ଦେଇ ସଭା ସାଫଲ୍ୟ କରିବା ପାଇଁ ଅନୁରୋଧ କରିଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପୁଜା ରାଣୀ ନାୟକ ଙ୍କ କବିତା ମଣିଷ

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ପୁତ୍ର

Leave a Comment

error: Content is protected !!