ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

୨୦୨୨-୨୩ ବର୍ଷ ପାଇଁ ୨୨ଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଛି। ଏହି କ୍ରମରେ ବିଜେପି ସାଂସଦ ଜୁଏଲ ଓରାମ ପ୍ରତିରକ୍ଷା ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଶ୍ରମ, ବୟନ ଓ ଦକ୍ଷତା ବିକାଶ ସଂପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ପଦବି ବଜାୟ ରଖିଛନ୍ତି। ଏମାନଙ୍କ ବାଦ୍‌ ବିଭିନ୍ନ କମିଟିରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟସଭା ଓ ଲୋକସଭା ସାଂସଦମାନେ ସ୍ଥାନ ପାଇଛନ୍ତି।

ଏ ସଂପର୍କରେ ଲୋକସଭା ଓ ରାଜ୍ୟସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିବରଣୀ ଅନୁସାରେ ସାଂସଦ ବ୍ରିଜଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବରାଷ୍ଟ୍ର ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିରେ ଲୋକସଭା ସାଂସଦ ଶର୍ମିଷ୍ଠା କୁମାରୀ ସେଠି ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର; ସାଂସଦ ବିବେକ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଶିକ୍ଷା, ମହିଳା, ଶିଶୁ, ଯୁବ ବ୍ୟାପାର ଓ କ୍ରୀଡା ସଂସଦୀୟ କମିଟିରେ ସଦସ୍ୟ ଭାବେ ଲୋକସଭା ସାଂସଦ ଅନୁଭବ ମହାନ୍ତି; ସାଂସଦ ତିରୁଚି ଶିବାଙ୍କ ଅଧ୍ୟକ୍ଷତାରେ ଗଠିତ ଶିଳ୍ପ ସଂପର୍କିତ କମିଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ସାଂସଦ ଜୟରାମ ରମେଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଜ୍ଞାନ, ବୈଷୟିକ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କମିଟିରେ ଲୋକସଭା ସାଂସଦ ମହେଶ ସାହୁ ଏବଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

ସାଂସଦ ଭି. ବିଜୟ ସାଇ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ; ସୁଶିଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ମିକ, ଗଣ ଅଭିଯୋଗ, ବିଧି ଓ ଆଇନ କମିଟିରେ ଲୋକସଭା ସାଂସଦ ସୁ‌ରେଶ କୁମାର ପୂଜାରୀ,ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା କମିଟିରେ ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ଓ ରାଜଶ୍ରୀ ମଲିକ; ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଶକ୍ତି ସଂସଦୀୟ ସ୍ଥାୟୀ କମିଟିରେ ରାଜ୍ୟସଭା ସାଂସଦ ମଜିବୁଲ୍ଲା ଖାନ; ସାଂସଦ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥ ସଂପର୍କିତ କମିଟିରେ ଲୋକସଭା ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ; ଲକେଟ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ସଂକ୍ରାନ୍ତ କମିଟିରେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା; ସାଂସଦ ରମେଶ ବିଦୁଡ଼ିଙ୍କ ଅଧ୍ୟକ୍ଷତାରେ ଗଠିତ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ କମିଟିରେ ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସାଂସଦ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ‌ରେଲୱେ ସଂପର୍କିତ କମିଟିରେ ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଅଚ୍ୟୁତାନନ୍ଦ ସାମନ୍ତ, ସଙ୍ଗୀତା କୁମାରୀ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ସଦସ୍ୟ ଭାବେ ସାମିଲ ହୋଇଛନ୍ତି।

ସାଂସଦ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ହାଉସିଂ ଏବଂ ସହରାଞ୍ଚଳ ବ୍ୟାପାର କମିଟିରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ; ସାଂସଦ ପରବାତଭାଇ ସଭାଭାଇ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଜଳ ସଂପଦ ସଂସଦୀୟ ସ୍ଥାୟୀ କମିଟିରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ; ରାକେଶ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କୋଇଲା, ଖଣି ଏବଂ ଇସ୍ପାତ ସଂପର୍କିତ କମିଟିରେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସାଂସଦ ରମା ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିରେ ଲୋକସଭା ସାଂସଦ ପ୍ରମିଳା ବିଶୋୟୀ ଏବଂ ରାଜ୍ୟସଭା ସାଂସଦ ମମତା ମହାନ୍ତ ସଦସ୍ୟା ଭା‌ବେ ସ୍ଥାନ ପାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, ୩ ଅଭିଯୁକ୍ତ ଗିରଫ, ୪ ଫେରାର

Sunil Chandra Nayak

ସହିହେଉନି ଅସହ୍ୟ ତାତି, ପାରା ଡେଇଁଲା ୪୨ ଡିଗ୍ରୀ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!