ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ହେ ଗୋପୀ ବଲ୍ଲଭ

 

ହେ ଗୋପୀ ବଲ୍ଲଭ

 

ମଥୁରା କଟକେ ଅଷ୍ଟମ ଗର୍ଭରୁ

ଦେବକୀ କୋଳ ମଣ୍ଡନ

ଗୋପପୁର ଗଲ ଯଶୋଦାର ହେଲ

ଗଳା ମାଳି ଗଣ୍ଠିଧନ ।1।

 

ଗୋପ ବାଳକରେ ମିଳି ଖେଳକଲ

ଧେନୁ ଚରାଇଲ ନେଇ

ଗୋପଙ୍ଗନା ମେଳେ ଲୀଳା ଖେଳାକଲ

ରାଧାପ୍ରେମେ ହେଲ ବାଇ ।2।

 

ଯମୁନା କୂଳରେ କଦମ୍ବ ମୂଳରେ

ବଇଁଶୀ ବଜାଉ ଥିଲ

ଜଳକ୍ରୀଡା ବେଳେ ବସନ ଚୋରାଇ

କଦମ୍ବ ଡାଳେ ରଖିଲ ।3।

 

ରାଧିକାର ମନ କରେ ନିବେଦନ

ହେଗୋପୀ ବଲ୍ଲଭ ଜାଣି 

ବସନକୁ ଦେଇ ମୃଦୁମନ୍ଦେ ହସି

ନାଚିଲ ତ୍ରିଭଙ୍ଗୀ ଠାଣି ।4।

 

ଗୋପିଙ୍କର ଠେକି ମାଠିଆ ଭାଙ୍ଗିଲ

ଲବଣି କରିଲ ଚୋରି

କାଳନ୍ଦୀ ହ୍ରଦରେ କାଳୀୟ ଦଳନ

ଗୋପରେ ପଡିଲା ହୁରି ।5।

 

କେତେଯେ ଅସୁର ଗୋପରେମାରିଲ

ମାମୁ କଂସାସୁର ମାରି

ଦୁଷ୍ଟ ନାଶିକଲ ପୃଥିବୀ ଉଶ୍ୱାସ

ହେକୃଷ୍ଣ କେଶବ ହରି ।6।

 

ଯଶୋଦାର ଧନ ରାଧିକା ଜୀବନ

କଦମ୍ବ ମୁଳିଆ କାହ୍ନା

ଯଶୋଦା ଝୁରୁଛି ରାଧାବି ଝୁରୁଛି

ଝୁରୁଛି ପୁଣି ଯମୁନା ।7।

 

ନିକୁଞ୍ଜ ବିହାରୀ ପ୍ରଭୁ ଗିରିଧାରୀ

ଯେବେଠୁ ଗୋପ ଛାଡିଲ

ମଥୁରାରୁ ପୁଣି ଦ୍ୱାରକାକୁ ଗଲ

ଦ୍ୱାରକାଧିଶ ହୋଇଲ ।8।

 

ନନ୍ଦ ଯଶୋଦାଙ୍କୁ କନ୍ଦାଇ ମାରିଲ

ଅପେକ୍ଷାରେ ଶ୍ରୀରାଧା

ଜଦୁଵଂଶ ଧ୍ୱଂସ ଆପେକି ହୋଇଲା

ହେପ୍ରଭୁ ତୁମକୁ ନିନ୍ଦା ।9।

 

ହେଗୋପୀ ବଲ୍ଲଭ ତୁମେ ସାହାହେବ

ଅନ୍ତିମେ ଦେବ ଦର୍ଶନ

ତୁମ ପାଦପଦ୍ମେ ମୋର ମନ ଧ୍ୟାନ

ରଖିବ ବାରେ ଶରଣ ।10।

 

ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର ,ହରିପୁର ହାଟ ,ଯାଜପୁର ।

 

Related posts

ମାମି ପାତ୍ର ଙ୍କ କବିତା ଫେରିଆସ ବାପୁ ତମେ

Sunil Chandra Nayak

ବାହାଦୁରପଦର ହାଇସ୍କୁଲ ରେ ମୁଁ ବି ଜିତିବି କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

Leave a Comment

error: Content is protected !!